ସ୍ୱାସ୍ଥ୍ୟ

ଜାଣିରଖନ୍ତୁ ଗର୍ଭାବସ୍ଥା ସମୟରେ ପିଜୁଳି ଖାଇବା ଠିକ ନା ଭୁଲ ?

ଗର୍ଭାବସ୍ଥା ସମୟରେ ସାଧାରଣତଃ ମହିଳା ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ । ଉଭୟ ମା’ ଓ ଶିଶୁଙ୍କ ଉପଯୁକ୍ତ ସ୍ୱାସ୍ଥ୍ୟ ପାଇଁ ସେମାନଙ୍କ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ । ଡାକ୍ତର ମାନେ ଏହି ସମୟରେ ବିଭିନ୍ନ ପ୍ରକାର ଫଳ, ପନିପରିବା, ଡ୍ରାଏଫ୍ରୁଟସ ଆଦି ଖାଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏହି ସମୟରେ କଣ କଣ ଖାଇବା ଉଚିତ ଓ କଣ ନୁହେଁ ସେସମ୍ଭନ୍ଧରେ ବି କିଞ୍ଚିତ ଧାରଣା ରହିବା ଆବଶ୍ୟକ । ଗର୍ଭାବସ୍ଥା ବେଳେ ପିଜୁଳି ଖାଇବା ଉଚିତ କି ନୁହେଁ ସେବିଷୟରେ ଜାଣିରଖନ୍ତୁ ।

– ଭଲରେ ଧୋଇବା ଓ ଚୋପା ଛଡ଼ାଇବା ପରେ ଗର୍ଭଧାରଣ କରିଥିବା ମହିଳା ମାନେ ଖାଇ ପାରିବେ । ଏମିତି କରିବା ଦ୍ୱାରା ସଂକ୍ରମଣର ଆଶଙ୍କା କମ ରହିଥାଏ ।
– ପିଜୁଳୀରେ ଫାଇବରର ପରିମାଣ ଯଥେଷ୍ଟ ଅଧିକ ଥାଏ । ଏଣୁ ଏହା ଶୀଘ୍ର ହଜମ ହୋଇପାରେ । ହଜମ ପ୍ରକ୍ରିୟାରେ ବି ବିଶେଷ ସହାୟକ ହୋଇଥାଏ ।
– ଏଥିରେ ପ୍ରଚୁର ପରିମାଣରେ ଥିବା ଭିଟାମିନ- ସି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ ।

pregnant woman

କଣ ରହିଥାଏ ଫାଇଦା:

– ଏହି ଫଳ ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ । ରକ୍ତ ଜମାଟ ବାନ୍ଧିବାରୁ ରୋକିଥାଏ । ଯାହାକି ମିଶକ୍ୟାରେଜ ହେବା ଭଳି ଆଶଙ୍କା କମ କରେ ।

– ନିୟମିତ ପିଜୁଳି ଖାଇବା ଫଳରେ ଆନିମିଆ ହେବାର ଆଶଙ୍କା ବି କମ କରେ । ଶରୀରର ଆଇରନ ମାତ୍ରା ବଢ଼ାଇଥାଏ । ଫଳରେ ମା’ ଓ ଶିଶୁ ଉଭୟ ସୁସ୍ଥ ରହିଥାନ୍ତି ।

– ପିଜୁଳିରେ ଭରପୁର ମାତ୍ରାରେ ଥିବା ଫୋଲିକ ଏସିଡ, କ୍ୟାଲସିୟମ, ଭିଟାମିନ -ବି 9 ଶିଶୁର ମସ୍ତିସ୍କ ଓ ହାଡ଼ ମଜବୁତ କରିଥାଏ ।

– ପିଜୁଳିରେ ଥିବା ମ୍ୟାଗନେସିୟମ, ମାଂସପେଶୀର ଥକାପଣ ମେଣ୍ଟେଇଥାଏ ।

– ଏଥିରେ ଆଣ୍ଟି ଆକ୍ସିଡେଣ୍ଟ ସମେତ ଭିଟାମିନ ଏ, ସି, ଇ ବ୍ୟାକ୍ଟେରିଆଲ ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ ।

– ଆହୁରି ମଧ୍ୟ ପିଜୁଳି ବ୍ଲଡ଼ ସୁଗାର ସ୍ତରକୁ କମାଇ ଥାଏ । ଯାହା ଫଳରେ ଜେଷ୍ଟସନାଲ ଡାଇବେଟିସ ହେବାର ଆଶଙ୍କା କମ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button