ଦେଶ- ବିଦେଶ

ଏହି ଦେଶୀ ଉପାୟକୁ ଆପଣାଇ କେଶକୁ କରନ୍ତୁ ଲମ୍ବା, ଜାଣନ୍ତୁ ଏବଂ ଆପଣାନ୍ତୁ

ଲମ୍ବା କେଶ ସମସ୍ତ ଯୁବତୀଙ୍କର ପ୍ରଥମ ପସନ୍ଦ। ଏଥିପାଇଁ ଅଧିକାଂଶ ଯୁବତୀ ବଜାରରେ ମିଳୁଥିବା ବିୟୁଟି ପ୍ରଡକ୍ଟ ଉପରେ ନିର୍ଭର କରନ୍ତି। ଏଥିପାଇଁ ଅନେକ ପଇସା ମଧ୍ୟ ଖର୍ଚ୍ଚ କରନ୍ତି। କିନ୍ତୁ ଆପଣ କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରି ଲମ୍ବା କେଶ ମଧ୍ୟ ପାଇପାରିବେ। ଆସନ୍ତୁ ଜାଣିବା କିପରି ପାଇବେ ଲମ୍ବା କେଶ..

 Olive oil

ଅଲିଭ ତେଲ :

କେଶକୁ ଲମ୍ବା କରିବା ପାଇଁ ଆପଣ କଣ୍ଡିସନର ଘରେ ବନାଇପାରିବେ। ଏହାକୁ ବନାଇବା ପାଇଁ ଏକ ପାତ୍ରରେ ୪ ଚାମଚ ଅଲିଭ ତେଲ ଏବଂ ଅଧା କପ୍‌ ମହୁ ମିଶାଇ ଦିଅନ୍ତୁ। ଏହାକୁ ସଂପୂର୍ଣ୍ଣ କେଶରେ ଲଗାଇ ଅଧଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ତା’ପରେ ସାମ୍ପୁରେ ମୁଣ୍ଡ ଧୋଇଦିଅନ୍ତୁ।

gel

ଆଲୋଭେରା ଜେଲ :

କେଶକୁ ଲମ୍ବା କରିବା ପାଇଁ ଚାହୁଁଚନ୍ତି, ତେବେ ଦୁଇ ଚାମଚ ଆଲୋଭେରା ଜେଲ ସହିତ ୧ଟି ଅଣ୍ଡାର ଧଳା ଅଂଶ ମିଶାଇ ଦିଅନ୍ତୁ। ଏହାକୁ ଅଧଘଣ୍ଟା ପର୍ଯ୍ୟନ୍ତ ଲଗାଇବା ପରେ ସାମ୍ପୁ କରିଦିଅନ୍ତୁ। ମନେ ରଖନ୍ତୁ, ଆଲୋଭେରା ଲଗାଇବା ପୂର୍ବରୁ କେଶକୁ ଭଲଭାବେ ଷ୍ଟିମ କରିନିଅନ୍ତୁ।

Coconut Oil

 

ନଡିଆ ତେଲ :

ଏକ ଜାଗାରେ ଏକ ଚାମଚ ନଡିଆ ତେଲ, ଅଲିଭ ତେଲ, ମହୁ ଏବଂ ଅଣ୍ଡାର ଧଳା ଅଂଶକୁ ମିଶାଇ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ କେଶରେ ଉପରୁ ତଳ ଯାଏଁ ଲଗାନ୍ତୁ। ଏହାକୁ ଅତି କମ୍‌ରେ ୧ ଘଣ୍ଟା ପର୍ଯ୍ୟନ୍ତ ଲଗାନ୍ତୁ। ପୁଣି ଥଣ୍ଡାରେ ପାଣିରେ ଶାମ୍ପୁ ଲଗାଇ ଧୋଇଦିଅନ୍ତୁ। ଏମିତି ସପ୍ତାହକୁ ୨ରୁ ୩ ଥର କରନ୍ତୁ।

sika

ଶିକାକାଇ ପାଉଡର :

ଏକ ଜାଗାରେ ୨ ଚାମଚ ପଡିଆ ତେଲ, ୧ ଚାମଚ ଶିକାକାଇ ପାଉଡର, ୧ ଚାମଚ ଅଳାଁ ରସ ମିଶାଇ ଏହାକୁ ଗ୍ୟାସରେ ବସାଇ ଫୁଟାଇ ଦିଅନ୍ତୁ। ଏହାକୁ ଏବେ କେଶ ମୂଳରେ ଲଗାଇ ଭଲଭାବେ ମସାଜ କରନ୍ତୁ। ଅଧ ଘଣ୍ଟା ରଖିବା ପରେ କେଶକୁ ଶାମ୍ପୁରେ ଧୋଇଦିଅନ୍ତୁ। ସପ୍ତାହକୁ ଏମିତି ଦୁଇଥର କରନ୍ତୁ।

ଭିଟାମିନ ଇ- କ୍ୟାପସୁଲ :

୨ ଚାମଚ ଅଲିଭ ତେଲ, ୧ ଅଣ୍ଡା , ଗୋଟେ ଭିଟାମିନ ଇ କ୍ୟାପସୁଲ, ୧ ଚାମଚ ଆପଲ ସାଇଡର ଭିନେଗାର ମିଶାଇ ଏହି ପେଷ୍ଟକୁ କେଶରେ ଲଗାଇ ଏକ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ତା‘ ପରେ ନର୍ମାଲ ପାଣିରେ ଧୋଇଦିଅନ୍ତୁ। ୧୫ ଦିନକୁ ଥରେ ଏପରି କଲେ ରେଜଲ୍ଟ ଦେଖିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button