ମନୋରଞ୍ଜନ

ସନ୍ଧ୍ୟାରେ ଚା’ ସହିତ ବନାଇ ଖାଆନ୍ତୁ ଟେଷ୍ଟି ‘ସୁଜି ଶେଲ’, ଦେଖିବେ ଏକଦମ ମଜା ଆସିଯିବ

ସନ୍ଧ୍ୟାର ଚା’ ସହିତ କୁରକୁରା ସ୍ନାକସ୍ ଯଦି ମିଳିଗଲା, ଓଃ କି ଆନନ୍ଦ ଏକଦମ ମଜା ଆସିଯିବ। ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘ସୁଜି ଶେଲ’ ରେସିପି। ଯାହା ସ୍ଵାଦରେ ଏକଦମ ଜବରଦସ୍ତ। ଏହାସହିତ ଚାର ଟେଷ୍ଟ ମଧ୍ୟ ବଢିଯିବ। ତାହେଲେ ଆସନ୍ତୁ ଜାଣିବା ଏହାକୁ କିପରି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ସୁଜି – ୧/୨ କପ
ଲୁଣ – ସ୍ଵାଦାନୁସାରେ
କସ୍ତୁରୀ ମେଥି – ୨ ଟେବୁଲ ଚାମଚ
ଲାଲ ଲଙ୍କା ପାଉଡର – ୧/୨ ଚାମଚ
ଅମଚୁର ପାଉଡର – ୧/୨ ଟେବୁଲ ଚାମଚ
ଜୁଆଣି – ୧/୨ ଟେବୁଲ ଚାମଚ
ଚାଟ ମସଲା – ୧/୨ ସ୍ପୁନ
ରସୁଣ ପେଷ୍ଟ – ୧/୨ ଚାମଚ
ତେଲ – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

ସର୍ବ ପ୍ରଥମେ ଏକ ପାତ୍ରରେ ସୁଜି, ଲଙ୍କା ପାଉଡର, ଅମଚୁର ପାଉଡର, ଜୁଆଣି, ଚାଟ ମସଲା, ରସୁଣ ପେଷ୍ଟ, କସ୍ତୁରୀ ମେଥି ଏବଂ ୩ ଟେବୁଲ ଚାମଚ ତେଲ ପକାଇ ଭଲଭାବରେ ମିକ୍ସ କରନ୍ତୁ। ଏବେ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ଅଟା ଚକଟିବା ଭଳି ଚକଟନ୍ତୁ। ଏହାପରେ ଏହାକୁ ୧୦ ମିନିଟ ଘୋଡାଇ ରଖିଦିଅନ୍ତୁ। ୧୦ ମିନିଟ ପରେ ସୁଜି ଫୁଲିଗଲେ ହାତରେ ଚକଟି ଏହାକୁ ଲେମ୍ବୁର ଆକାର ଦେଇ ବଲ ବନାଇ ଦିଅନ୍ତୁ। ଏହାକୁ ଆପଣ ଆପଣଙ୍କ ଇଚ୍ଛାରେ ବି ଡିଜାଇନ କରିପାରିବେ। ଏବେ ଏହାକୁ ତେଲରେ ଗରମ ତେଲରେ ଛାଣନ୍ତୁ। ଏହାକୁ ଗୋଲଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ଏହାପରେ ଏହାକୁ ଏକ ପ୍ଲେଟକୁ ବାହାର କରି ସର୍ଭ କରନ୍ତୁ। ଆପଣ ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ବି ଷ୍ଟୋର କରିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button