ମନୋରଞ୍ଜନ

ଘରେ ଥିବା ଜିନିଷରେ ବନାନ୍ତୁ ଟେଷ୍ଟି ଥଣ୍ଡା ଥଣ୍ଡା କୁଲଫି

ଗରମ ଦିନ ଆସିଗଲାଣି। ଆଉ ଗରମରେ ଥଣ୍ଡା ଥଣ୍ଡା ଜିନିଷ ଖାଇବାକୁ ବହୁତ ଭଲ ଲାଗିଥାଏ। ଆଇସକ୍ରିମ ଓ କୁଲଫି ଖାଇବାର ମଜା ତ ଅଲଗା ପ୍ରକାର। କିନ୍ତୁ ଲକଡାଉନ ଚାଲିଥିବା କାରଣରୁ ଘରୁ ବାହାରକୁ ଯାଇ କୁଲଫି ଆଣିବା ମୁସ୍କିଲ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଘରେ କୁଲଫି ବନାଇବା ରେସିପି ଜଣାଇବୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

କ୍ଷୀର – ୪ ପ୍ୟାକେଟ
ଅଳେଇଚ ପାଉଡର – ଏକ ଚାମଚ
ଚିନି – ୨ କପ
ଖୁଆ – ସଜେଇବା ପାଇଁ (ଅପସନାଲ)

ପ୍ରସ୍ତୁତି ପ୍ରଣାଳୀ

– ସର୍ବପ୍ରଥମେ ପ୍ୟାନରେ ୪ ପ୍ୟାକେଟ କ୍ଷୀରକୁ ଧୀମା ଆଞ୍ଚରେ ଫୁଟାନ୍ତୁ। ଏହାକୁ ମଝିରେ ମଝିରେ ଚାମଚରେ ଚଲାନ୍ତୁ।

– ଏହାପରେ ଏଥିରେ ଏକ ଚାମଚ ଅଳେଇଚ ପାଉଡର ଏବଂ ଦୁଇ କପ ଚିନି ପକାଇ ଭଲ ଭାବେ ମିଶାନ୍ତ

– କ୍ଷୀର ଗାଢ଼ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ।

– କ୍ଷୀର ଗାଢ଼ ହେବା ପରେ ଏହାକୁ ୮-୯ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖି ଦିଅନ୍ତୁ।

– ଆଠ ନଅ ଘଣ୍ଟା ପରେ ଫ୍ରିଜରୁ କାଢି ଟେଷ୍ଟି କୁଲଫିର ମଜା ନିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button