ମନୋରଞ୍ଜନ

ବଲିଉଡ ର 7 ଜଣ ଅଭିନେତ୍ରୀ ଯେଉଁମାନେ ସଲମାନଙ୍କ ସହିତ କରିବାକୁ ଚାହାଁନ୍ତି ନାହିଁ କୌଣସି ବି ଫିଲ୍ମ, କାରଣ ଅଟେ ବହୁତ ଖାସ

ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାନଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ବଲିଉଡ ଜଗତରେ ସଲମାନ ଖାନଙ୍କ ନାମ ଏକ ଅଲଗା ସ୍ଥାନରେ ରହିଛି । ସଲମାନଙ୍କ ଫ୍ୟାନ୍ସ ଫଲୋଇଙ୍ଗ ସବୁଠାରୁ ଅଧିକ । ବନ୍ଧୁଗଣ ସଲମାନ ଖାନଙ୍କ ସହ ପ୍ରାୟ ସମସ୍ତ ଅଭିନେତ୍ରୀ କାମ କରିବା ପାଇଁ ଇଛା କରିଥାନ୍ତି । ହେଲେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସଲମାନ ଖାନଙ୍କ ସହ କୌଣସି ଫିଲ୍ମରେ କାମ କରିବା ପାଇଁ ଚାହୁଁ ନାହାନ୍ତି । ଆଜିଆମେ ଆପଣ ମାନଙ୍କୁ ଏହିସବୁ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଐଶ୍ଵର୍ୟ୍ୟା ରାୟ ବଚନ-

‘ହମ ଦିଲ ଦେ ଚୁକେ ହେ ସନମ’ ଫିଲ୍ମରେ ଐଶ୍ଵର୍ୟ୍ୟା ଏବଂ ସଲମାନ ଖାନ ପରସ୍ପରକୁ ପ୍ରେମ କରିଥିଲେ, ହେଲେ ରିଲେସନର କିଛି ମାସ ପରେ ସଲମାନ ଐଶ୍ଵର୍ୟ୍ୟାଙ୍କ ସହ ବହୁତ ଖରାପ ବ୍ୟବହାର ପଦର୍ଶନ କରିଥିଲେ । ସେବେ ଠାରୁ ଏହି ଦୁଇଜଣଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଗଲା ଏବଂ ଐଶ୍ଵର୍ଯ୍ୟ ସଲମାନଙ୍କୁ ଘୃଣା କରୁଛନ୍ତି ଓ ତାଙ୍କ ସହ କୌଣସି ଫିଲ୍ମ କରିବାକୁ ଚାହାଁନ୍ତି ନାହିଁ ।

ଅମିଶା ପଟେଲ-

ଅମିଶା ନିଜ କ୍ୟାରିୟରରେ ବହୁତ ସୁପର ହିଟ ଫିଲ୍ମ କରିଥିଲେ, ହେଲେ ‘ୟେ ହେ ଜଲ୍ବା’ ଫିଲ୍ମଟି ସେ ସଲମାନ ଖାନଙ୍କ ସହ କରିଥିଲେ, ଏହି ଫିଲ୍ମଟି ସଫଳତା ହାସଲ କରିପାରି ନଥିଲା ଏହି କାରଣ ହେତୁ ଅମିଶା ସଲମାନ ଖାନଙ୍କ ସହ କାମ କରିବା ପାଇଁ ଚାହୁଁ ନାହାନ୍ତି ।

କଙ୍ଗନା ରାନାବତ-

କଙ୍ଗନା ରାନାବତ ହେଉଛନ୍ତି ବଲିଉଡର ଏମିତି ଏକ ଅଭିନେତ୍ରୀ ଯିଏ ନିଜ କଷ୍ଟରେ ଏହି ସ୍ଥାନରେ ବହୁତ ବଡ ସଫଳତା ହାସଲ କରିଛନ୍ତି । ପୂର୍ବରୁ ସଲମାନ ଖାନଙ୍କ ସହ କଙ୍ଗନା ରାନାବତଙ୍କର ବାଦବିବାଦ ରହିଛି, ଯେଉଁଥି ପାଇଁ କଙ୍ଗନା ସଲମାନ ଖାନଙ୍କ ସହ କୌଣସି ଫିଲ୍ମରେ କାମ କରିବା ପାଇଁ ଚାହୁଁନାହାନ୍ତି ।

ଦୀପିକା ପାଦୁକୋନ-

ଅଭିନେତ୍ରୀ ଦୀପିକା ପାଦୁକୋନ ସଲମାନ ଖାନଙ୍କ ସହ କାମ ନ କରିବା ପାଇଁ ୫ଟି ଫିଲ୍ମକୁ ଅସ୍ଵୀକାର କରିଥିଲେ । ଖବର ଅନୁସାରେ ଜଣା ପଡିଛି ସଲମାନ ଖାନ ଦୀପିକାଙ୍କ ସ୍ଵାମୀ ରଣବିରଙ୍କ ମଜାକ ଉଡାଇ ଥିଲେ । ସେଥିପାଇଁ ଦୀପିକା ସଲମାନ ଖାନଙ୍କ ସହ ଫିଲ୍ମ କରିବା ପାଇଁ ମନା କରିଛନ୍ତି ।

ଟ୍ଵିଙ୍କିଲ ଖନା-

ଫିଲ୍ମ ‘ଜବ ପ୍ୟାର କିସି ସେ ହୋତା ହେ’ରେ ଏହି ଯୋଡି ବହୁତ ଲୋକପ୍ରିୟତା ହାସଲ କରିଥିଲା । ଏହା ପରଠାରୁ ଟ୍ଵିଙ୍କିଲ ସଲମାନ ଖାନଙ୍କ ସହ କୌଣସି ଫିଲ୍ମରେ କାମ କରିନଥିଲେ । ଏହାର ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ ।

ସୋନାଲି ବେନ୍ଦ୍ରେ-

ସୋନାଲି ସଲମାନ ଖାନଙ୍କ ସହ ତିନୋଟି ଫିଲ୍ମରେ କାମ କରିଛନ୍ତି । ହେଲେ ୨୦୦୦ ମସିହା ପରଠାରୁ ଏହି ଦୁଇଜଣ ଏକା ସହ କାମ କରିନଥିଲେ । ଏହାର ରହସ୍ୟ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button