ରାଜ୍ୟ

ଧଳା କେଶ ପାଇଁ ଲାଭକାରୀ ହୋଇଥାଏ ଘିକୁଆଁରୀ, ଜାଣନ୍ତୁ ବ୍ୟବହାର କରିବେ କିପରି

ଆଜିକାଲି ଅଧିକାଂଶ ଳେକାମାନଙ୍କର କେଶ ଧଳା ହୋଇଯିବାର ସମସ୍ୟା ଦେଖାଯାଉଛି। ବିଶେଷ ରୂପେ ଛୋଟ ପିଲାଙ୍କର ମଧ୍ୟ ଅତିଶୀଘ୍ର କେଶ ଧଳା ହୋଇଯାଉଛି। ଏଥିରୁ ରକ୍ଷା ପାଇଁ ଅନେକ ଲୋକମାନେ ମଧ୍ୟ ହେୟାର ଡ୍ରାଏ କିମ୍ବା ହେୟାର କେୟାର ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି କିନ୍ତୁ ଏହି ଉପାୟ କିଛି ସମୟ ପାଇଁ ଆପଣଙ୍କ ଧଳା କେଶକୁ ଲୁଚାଇ ରଖିଥାଏ। ଏହି କାରଣରୁ ଯଦି ଆପଣ ଏହି ମସସ୍ୟାରୁ ମୁକ୍ତି ଚାହୁଁଛନ୍ତି ତେବେ ଏହି ଘରୋଇ ଉପାୟରେ ଆପଣଙ୍କ ସମସ୍ୟା ଦୂର ହୋଇପାରିବ। ତେବେ ଆସନ୍ତୁ ଜାଣିବା କ’ର ରହିଛି ସେହି ଘରୋଇ ଉପକରଣ।

ଧଳା କେଶ ପାଇଁ ଲାଭକାରୀ ହୋଇଥାଏ ଘିକୁଆଁରୀ

aloe-vera-ଘିକୁଆଁରୀରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ ଯାହା କେଶକୁ ସପ୍ଟ ରଖିବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ ଏହା କେଶର ରୁକ୍ଷପଣକୁ ମଧ୍ୟ ଦୂର କରିଥାଏ।

-ଧଳା କେଶ ପାଇଁ ଏହା ଅତ୍ୟନ୍ତ ଲାଭକାରୀ ହୋଇଥାଏ କାରଣ ଏହା କେଶର ରଙ୍ଗକୁ କଳା କରିବାରେ ସାହାଯ୍ୟ କରିଥାଏ।

-କେଶରେ ଘିକୁଆଁରୀ ବ୍ୟବହାର କରିବା ଦ୍ୱାରା ଏହା କେଶର ମଳରେ ପୋଷଣ ପ୍ରଦାନ କରିବା ସହ କେଶକୁ ମୂଳରୁ ମଜବୁତ ରଖିଥାନ୍ତି।

-ଏହାବ୍ୟତୀତ ରୂପି ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ।

ଜାଣନ୍ତୁ ଘିୁଆଁରୀର ବ୍ୟବହାର କରିବେ କିପରି

hairଏକ କପ ଏଲୋଭେରା ଜୁସ୍‌ ନିଅନ୍ତୁ। ଏହାପରେ ସେଥିରେ ମେହନ୍ଦୀକୁ ଭଲଭାବେ ମିଶାନ୍ତୁ। ବର୍ତ୍ତମାନ ଏହି ମିଶ୍ରଣକୁ ଆପାଣ କେଶର ମୂଳରେ ଭଲଭାବେ ମସାଜ୍‌ କରନ୍ତୁ। କେଶରେ ଲଗାଇବାର ୩୦ ରୁ ୪୦ ମିନିଟ ପରେ କେଶକୁ ସଫା କରିବା ପରେ କଣ୍ଡିସନର ଲଗାନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button