ରାଜ୍ୟ
ଛତ୍ର ବଜାରରେ ଚଢାଉ: ମନ୍ତ୍ରୀ କହିଲେ କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ
କଟକ: ଅତି ଭୟଙ୍କର ଭାବେ ଆସୁଛି ବାତ୍ୟା ଦାନା। ଏହାର ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟାକୁ ଆଖି ଆଗରେ ରଖି ପ୍ରଶାସନ ବି ପୁରା ସଜାଗ ରହିଛି। ସେପଟେ ବାତ୍ୟା ଦାନାର ପ୍ରଭାବ ପନିପରିବା ଦର ଉପରେ ପଡିଛି। ଆକାଶ ଛୁଆଁ ରହିଛି ପନିପରିବା ଦର। ସୋମବାର ଆଳୁ ୫୦ ଟଙ୍କା ଛୁଇଁଥିବାବେଳେ ପିଆଜ ୮୦ ଟଙ୍କାରେ ବିକ୍ରି ହେଉଛି।
ଏସବୁ ମଧ୍ୟରେ କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଛତ୍ରବଜାରର ବିଭିନ୍ନ ଗୋଦାମରେ ସାମଗ୍ରୀ ମହଜୁଦ୍ ସହ କଳାବଜାରୀ ନେଇ ଯାଞ୍ଚ କରାଯାଇଛି। ଏବଂ ଅସାଧୁ ବ୍ୟବସାୟୀଙ୍କୁ କଡା ତାଗିଦ କରାଯାଇଛି। କେହି ବ୍ୟବସାୟୀ କଳା ବଜାରୀ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ। ଏବଂ ଅନାବଶ୍ୟକ ଜିନିଷ ମହଜୁଦ ନ କରିବାକୁ ବ୍ୟବସାୟୀଙ୍କୁ ପରାମର୍ଶ ଦିଆଯାଇଛି।