ମନୋରଞ୍ଜନ
ବ୍ରେକଫାଷ୍ଟରେ କଣ ବନାଇବେ ସେ ନେଇ ଚିନ୍ତାରେ କି ? ତାହେଲେ ଏବେ ହିଁ ପ୍ରସ୍ତୁତ କରନ୍ତୁ ଏଗ ମୋଗ୍ଲାଇ ପରଟା

ଆବଶ୍ୟକୀୟ ସାମଗ୍ରୀ
- ଅଟା ୧ କପ୍
- ମଇଦା ୧ କପ୍
- ଅଣ୍ଡା ୫ ଟି
- ପିଆଜ ଗୋଟିଏ
- ଟମାଟୋ ଗୋଟିଏ
- କଞ୍ଚାଲଙ୍କା
- ଧନିଆପତ୍ର
- ଗୋଲମରିଚ ଗୁଣ୍ଡ
- ଧନିଆ ଗୁଣ୍ଡ
- ଲଙ୍କାଗୁଣ୍ଡ
- ତେଲ
- ଲୁଣ ସ୍ଵାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ
ଏଗ ମୋଗ୍ଲାଇ ପରଟା ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ଏକ କପ୍ ଅଟା ଓ ଏକ କପ୍ ମଇଦା ନିଅନ୍ତୁ । ଏଥିରେ ଲୁଣ ଓ ଦୁଇ ଚାମଚ ତେଲ ପକାଇ ଭଲ ଭାବେ ଚକଟି ଟିକେ ତେଲ ମାରି କିଛି ସମୟ ପର୍ଯ୍ୟନ୍ତ ରଖିଦିଅନ୍ତୁ । ବର୍ତ୍ତମାନ ଆଉ ଏକ ପାତ୍ରରେ ଅଣ୍ଡା, ପିଆଜ, କଞ୍ଚାଲଙ୍କା, ଧନିଆପତ୍ର, ଟମାଟୋ, ଲୁଣ, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କାଗୁଣ୍ଡ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ୍ ଅଟାକୁ ଛୋଟ ଛୋଟ ଗୁଳା କରି ଲାଚ୍ଛା ପରଟା ଭଳି ବେଲି ଦିଅନ୍ତୁ । ବର୍ତ୍ତମାନ୍ ଏକ ପ୍ୟାନ ଗରମ୍ କରି ସେଥିରେ ପ୍ରଥମେ ପରଟାକୁ ଭଲଭାବେ ସେକି ଦିଅନ୍ତୁ । ସେକି ହୋଇଗଲା ପରେ ତା ଉପରେ ଗୋଳାଇ ରଖିଥିବା ଅଣ୍ଡାର ମିଶ୍ରଣକୁ ଢାଳି ଧୀରେ ଧୀରେ ଓଲଟାଇ ଦିଅନ୍ତୁ । ଏବଂ ଏହି ଭାବେ ଅନ୍ୟାନ୍ୟ ପରଟା ଗୁଡିକୁ ମଧ୍ଯ ସେକି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଏଗ ମୋଗ୍ଲାଇ ପରଟା । ଏହାକୁ ଆପଣ ଗରମ୍ ଗରମ୍ ସସ୍ ସହିତ ସର୍ଭ କରନ୍ତୁ ।




