ଦେଶ- ବିଦେଶ

ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ମୁଗଜାଇ, ଦୂର ହେବ ଅନେକ ସମସ୍ୟା

ସାଧାରଣତଃ ସୁସ୍ଥ ରହିବା ପାଇଁ ଡାଲି ଖାଇବା ପାଇଁ ଉପଦେଶ ଦିଆଯାଇଥାଏ। ଡାଲିରେ ପ୍ରୋଟିନ ବ୍ୟତୀତ ଅଧିକ ମାତ୍ରାରେ ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ। ଡାଲି ମଧ୍ୟରେ ମୁଗ ଡାଲି ଶରୀର ଲାଭକାରୀ ହୋଇଥାଏ। ଏହାକୁ ଷ୍ପ୍ରାଉଟସ ମଧ୍ୟ କୁହାଯାଇଥାଏ। ଏହି ଡାଲିରେ ଫେନୋଲିକ ଏସିଡ, ଏମିନୋ ଏସିଡ, କାର୍ବୋହାଇଡ୍ରେଟ ଏବଂ ଲିପିଡ଼ ଭଳି ପୋଷକ ତତ୍ତ୍ୱ ମିଳିଥାଏ। ଏଥିସହ ଆଟିଅକ୍ସିଡେଣ୍ଟ, ଆଣ୍ଟିମାଇକ୍ରୋବିୟଲ, ଆଣ୍ଟିଇଫ୍ଲୋମେଟ୍ରି ଏବଂ ଆଣ୍ଟିବାୟୋଟିକ ଗୁଣ ରହିଥାଏ, ଯାହା ଅନେକ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ସବୁଜ ମୁଗ ଡାଲି ଅର୍ଥାତ (ଚୋପା ଲାଗିଥିବା ଡାଲି) ଖାଇବା ଦ୍ୱାରା ମସଲସ ମଜବୁତ ହୋଇଥାଏ ଏବଂ ଶରୀରରେ ରକ୍ତର ଅଭାବ ମଧ୍ୟ ପୂରଣ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହି ଡାଲି ଖାଇବା ଦ୍ୱାରା ଶରୀରରେ ଅନ୍ୟ କେଉଁ ସବୁ ଫାଇଦା ମିଳିଥାଏ।

moong

-ଚୋପା ଲଗା ମୁଗ ଡାଲି ଖାଇବା ଦ୍ୱାରା ଶରୀରରେ ବ୍ଲଡ଼ ସୁଗାର ସ୍ତର ସଠିକ ରହିଥାଏ। ଏହାବ୍ୟତୀତ ଡାଇବେଟିଜ ସମସ୍ୟା ମଧ୍ୟ ନିୟନ୍ତ୍ରଣ ହୋଇଥାଏ।

-ଏହି ଡାଲିରେ ଫାଇବର ଏବଂ ପ୍ରୋଟିନ ଅଧିକ ମାତ୍ରାରେ ରହିଥାଏ, ଯାହା ହଜମ ପ୍ରକ୍ରିୟା ସଠିକ ରୂପେ କରିବାରେ ସାହାଯ୍ୟ କରିଥାଏ। ଏହି ଡାଲି ଖାଇବା ଦ୍ୱାରା ପେଟ ସମ୍ବନ୍ଧିୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

jai

-ବିଶେଷ ରୂପେ ଗର୍ଭବତୀ ଥିବା ସମୟରେ ମହିଳାମାନଙ୍କୁ ମୁଗଜାଇ ଖାଇବା ପାଇଁ କୁହାଯାଇଥାଏ। କାରଣ ଏଥିରେ ଫୋଲେଟ ରହିଥାଏ, ଯାହା ଗର୍ଭରେ ବଢୁଥିବା ଭୃଣକୁ ବିକାଶ କରିବାରେ ସାହାଯ୍ୟ କରିଥାଏ। ଏହିକାରଣରୁ ଗର୍ଭାବସ୍ଥା ସମୟରେ ମୁଗ ଡାଲି ଖାଇବା ଉଭୟ ମା ଏବଂ ପିଲା ପାଇଁ ଲାଭକାରୀ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button