ରାଜ୍ୟ

ରେଷ୍ଟୁରାଣ୍ଟର ଖାଇବା ମିସ୍ କରୁଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ କ୍ରିସପି ଆଳୁ ମଞ୍ଚୁରିଆନ୍

ଆବଶ୍ୟକୀୟ ସାମଗ୍ରୀ

  • ଆଳୁ ୪ ଟି
  • ମଇଦା ୪ ଚାମଚ
  • କର୍ଣ୍ଣଫ୍ଲୋର ୨ ଚାମଚ
  • ଅଦା ରସୁଣ ପେଷ୍ଟ ୧ ଚାମଚ
  • ପିଆଜ ଗୋଟିଏ
  • ରସୁଣ ୫/୬ ପାଖୁଡା
  • ଲଙ୍କାଗୁଣ୍ଡ
  • ଭିନେଗାର
  • ସୋୟା ସସ୍
  • ଟମାଟୋ କ୍ୟାଚପ
  • ରେଡ ଚିଲି ସସ୍
  • ଗ୍ରୀନ୍ ଚିଲି ସସ୍
  • ତେଲ
  • ଲୁଣ ସ୍ଵାଦ ଅନୁସାରେ

Potato Manchurian | Recipe | Manchurian recipe, Food recipes ...

ପ୍ରସ୍ତୁତି ପ୍ରଣାଳୀ

କ୍ରିସପି ଆଳୁ ମଞ୍ଚୁରିଆନ୍ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଆଳୁକୁ ଚୋପା ଛଡ଼ାଇ ଧୋଇ ଛୋଟ ଛୋଟ ଚାରି କଣିଆ କରି କାଟି ଦିଅନ୍ତୁ । ତାପରେ ଏହାକୁ ଅଳ୍ପ ପାଣିରେ ଟିକିଏ ଲୁଣ ପକାଇ ୩ ରୁ ୪ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ ଅର୍ଥାତ୍ ଏହାକୁ ଅଧିକ ସିଝାନ୍ତୁ ନାହିଁ । ବର୍ତ୍ତମାନ୍ ଏକ ପାତ୍ରରେ ୪ ଚାମଚ ମଇଦା ୨ ଚାମଚ କର୍ଣ୍ଣଫ୍ଲୋର, ଅଧା ଚାମଚ ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ ଓ ଅଳ୍ପ ଫୁଡ୍ କଲର ମିଶାଇ ପାଣିଦେଇ ଭଲଭାବେ ଗୋଳାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ, ଏବଂ ଏଥିରେ ଅଳ୍ପ ସିଝି ଥିବା ଆଳୁକୁ ପକାଇ ଦିଅନ୍ତୁ । ବର୍ତ୍ତମାନ୍ ଏକ ପ୍ୟାନରେ ତେଲ ଗରମ୍ କରି ସେଥିରେ ଆଳୁକୁ କ୍ରିସପି ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଆଳୁ ଟିକିଏ କ୍ରିସପି ହୋଇଗଲା ପରେ ତାକୁ ଛାଣି ଥଣ୍ଡା କରିବା ପାଇଁ ଛାଡିଦିଅନ୍ତୁ । ବର୍ତ୍ତମାନ୍ ଆଉ ଏକ ପ୍ୟାନରେ ଅଳ୍ପ ତେଲ ଗରମ୍ କରି ସେଥିରେ ରସୁଣ ଓ ପିଆଜକୁ ଛୋଟ ଛୋଟ କରି କାଟି ଭାଜନ୍ତୁ । ବର୍ତ୍ତମାନ୍ ଏଥିରେ ଏକ ଚାମଚ ରେଡ୍ ଚିଲି ସସ୍, ଏକ ଚାମଚ ଗ୍ରୀନ୍ ଚିଲି ସସ, ଦୁଇ ଚାମଚ ଟମାଟୋ କ୍ୟାଚପ୍, ଦୁଇ ଛୋଟ ଚାମଚ ସୋୟା ସସ୍ ଓ ଅଳ୍ପ ଭିନେଗାର ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ୍ ଏଥିରେ ଛାଣି ରଖିଥିବା ଆଳୁକୁ ପକାଇ ସ୍ଵାଦ ଅନୁସାରେ ଲୁଣ ଦେଇ କିଛି ସମୟ ଫ୍ରାଏ କରି ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ଵାଦିଷ୍ଟ କ୍ରିସପି ଆଳୁ ମଞ୍ଚୁରିଆନ୍ । ଏହାକୁ ଆପଣ ଧନିଆପତ୍ରରେ ଗାର୍ନିସିଂ କରି ଗରମ୍ ଗରମ୍ ସର୍ଭ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button