ଜ୍ୟୋତିଷ

ସ୍ୱପ୍ନରେ ଏଭଳି ପକ୍ଷୀ ଦେଖୁଛନ୍ତି କି? ତେବେ ଜାଣନ୍ତୁ ଶେଷ ହୋଇପାରେ ଆପଣଙ୍କ ସମସ୍ୟା

ସ୍ୱପ୍ନ ଦେଖିବା କେବଳ ଏକ ସଂଯୋଗ ନୁହେଁ। ଆପଣ ଏହି ସ୍ୱପ୍ନରୁ ଭବିଷ୍ୟତ ବିଷୟରେ ସୂଚନା ପାଇପାରିବେ। ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ରହିଥାଏ। ଯେ ଆଖି ଖୋଲା ଥିବା ଅବସ୍ଥାରେ ଦେଖାଯାଉଥିବା ସ୍ୱପ୍ନ ହେଉ ବା ରାତିରେ ଶୋଇବା ପରେ ନିଦରେ ଆସୁଥିବା ସ୍ୱପ୍ନ। ଅନେକ ଥର ଆମେ ଏଭଳି ସ୍ୱପ୍ନ ଦେଖିଥାଉ, ଯାହା ଆମର ଦୈନିକ ଜୀବନ ସହ ଜଡିତ। ଏହିସବୁ ସ୍ୱପ୍ନ ମଧ୍ୟରୁ ଗୋଟିଏ ହେଉଛି ସ୍ୱପ୍ନରେ ପକ୍ଷୀମାନଙ୍କୁ ଦେଖିବା। ହୋିପାରେ ଆପଣଙ୍କ ସ୍ୱପ୍ନରେ କେବେ କେବେ ପକ୍ଷୀମାନେ ଆସିଥାଇପାରନ୍ତି। ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ କହିବୁ ସ୍ୱପ୍ନରେ ପକ୍ଷୀ ଦେଖାଯିବାର ଅର୍ଥ କଣ?

baby--ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ସ୍ୱପ୍ନରେ ପକ୍ଷୀରଙ୍କର ଏକ ଯୋଡି ଦେଖିଥାନ୍ତି ତେବେ ଏହା ଶୁଭ ସଂକେତ ହୋଇଥାଏ। ଏହାର ଅର୍ଥ ହେଉଛି ଆପଣଙ୍କ ଘରକୁ କେଯଣସି ନୂଆ ଅତିଥି ଆସିପାରନ୍ତି।

-ଯଦି ଆପଣ ସ୍ୱପ୍ନରେ ପକ୍ଷୀମାନଙ୍କ ସହ ନିଜେ ଉଡୁଥିବାର ସ୍ୱପ୍ନ ଦେଖିଥାନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଏହାର ଅର୍ଥ ହେଉଛି ଭବିଷ୍ୟତରେ ଆପଣଙ୍କ ଅଧା ରହିଥିବା କାର୍ଯ୍ୟ ପୂରଣ ହୋଇପାରେ। ଏଭଳି ସ୍ୱପ୍ନ ଆପଣଙ୍କ ଧନ ବୃଦ୍ଧି କରିବା ସହ ଆୟୁ ବୃଦ୍ଧି କରିଥାଏ।

birds-ଯଦି ଆପଣ ସ୍ୱପ୍ନରେ ପକ୍ଷୀମାନଙ୍କ ରାବ ଦେଖିଥାନ୍ତି ତେବେ ଏହା ଅଶୁଭ ହୋଇଥାଏ। ଏହାର ଅର୍ଥ ହେଉଛି ଆପଣଙ୍କ ପରିବାରରେ ବହୁତ ଜଲଦି କୌଣସି ବ୍ୟକ୍ତିଙ୍କ ଜୀବନରେ ଗମ୍ଭୀର ସମସ୍ୟା ଆସିପାରେ। ଏଭଳି ବ୍ୟକ୍ତିଙ୍କୁ ପ୍ରତ୍ୟେକ ଜିନିଷ ଠାରୁ ସର୍ତ୍ତକ ରହିବା ଉଚିତ।

birds --ସ୍ୱପ୍ନଶାସ୍ତ୍ର ଅନୁଯାୟୀ ଯଦି ଆପଣ ସ୍ୱପ୍ନରେ ଆହତ ହୋଇଥିବା ପକ୍ଷୀ ଦେଖାଯାଇଥାଏ ତେବେ ଏହା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ। ଏହାର ଅର୍ଥ ହେଉଛି ଆପଣଙ୍କୁ ଭବିଷ୍ୟତରେ କିଛି ଜିନିଷର ବିରୋଧର ସାମ୍ନା କରିବାକୁ ପଡିପାରେ। ଏଭଳି ପରିସ୍ଥିତି ଆପଣଙ୍କୁ ଆଗକୁ ଆସୁଥିବା ସମସ୍ୟା ପାଇଁ ସଚେତନ କରିଥାଏ।

Dreaming-ଏଥିସହ ଯଦି ଆପଣ ସ୍ୱପ୍ନରେ ଆପଣଙ୍କ ଉପରେ ପକ୍ଷୀ ଉଡୁଥିବାର ଦେଖିଥାନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ସଂକେତ। ଏହାର ଅର୍ଥ ହେଉଛି ଆପଣ ବହୁତ ଜଲଦି ନିଜର ବିରୋଧୀଙ୍କୁ ପରାସ୍ତ କରିପାରିବେ। ଯେଉଁ କାର୍ଯ୍ୟ ପାଇଁ ଆପଣଙ୍କ ପଛରେ ବିରୋଧୀ ଲାଗିଛନ୍ତି ସେହି କାର୍ଯ୍ୟ ଆପଣ ପୂରଣ କରିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button