ଜ୍ୟୋତିଷ

ଘରେ ରଖୁଛନ୍ତି କି ଶୁଖିଲା ଫୁଲ? ତେବେ ଦୂର ହୋଇପାରେ ଆପଣଙ୍କ ସୁଖ-ଶାନ୍ତି

ଆମ ଜୀବନରେ ବାସ୍ତୁର ଗଭୀର ପ୍ରଭାବ ପଡିଥାଏ। ବାସ୍ତୁ ଅନୁଯାୟୀ ଘରେ ଥିବା ସମସ୍ତ ଜିନିଷ ଆମ ଉପରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ। ଘର ସଜାଇବା ପାଇଁ ସବୁ ଜିନିଷ ମଧ୍ୟରୁ ସତେଜ ଫୁଲରେ ଘର ସଜାଇବାକୁ ସମସ୍ତେ ଭଲପାଇଥାନ୍ତି କିନ୍ତୁ ଏହି ଫୁଲ ଝାଉଳି ଯିବା ପରେ ସୁନ୍ଦର ନଲାଗିବା ସହ ଆମ ଉପରେ ନକାରାତ୍ମକ ପ୍ରଭାବ ମଧ୍ୟ ପକାଇଥାଏ। ଏଥିସହ ଘରେ ଫୁଲ ରଖିବା ଦ୍ୱାରା ଘରର ପରିବେଶ ଖୁସି ରହିଥାଏ। ଏହା ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ନେଇ ଆସିଥାଏ। ତେବେ ଆସନ୍ତୁ ଜାଣିବା ଫୁଲ ସହ ଜଡିତ କିଛି ଖାସ୍‌ ବାସ୍ତୁ ଟିପ୍ସ।

flower-ଘରର ଫୁଲଦାନୀରେ ସର୍ବଦା ସତେଜ ଫୁଲ ରଖନ୍ତୁ। ଏଥିସହ ଏହି ଫୁଲ ଶୁଖିଯିବା ଉପରେ ବିଶେଷ ଧ୍ୟାନ ରଖନ୍ତୁ। ପ୍ରତି ୨ ରୁ ୩ ଦିନ ପରେ ଫୁଲକୁ ବଦଳାଇବା ଦ୍ୱାରା ଘରେ ସୁଖ-ସମୃଦ୍ଧି ଭରି ରହିଥାଏ।

-ରୋଗରେ ପିଡୀତ ଥିବା ବ୍ୟକ୍ତିଙ୍କୁ ଫ୍ରେସ୍‌, ସୁନ୍ଦର ଫୁଲ ଗିଫ୍ଟ କରିବାର ଅର୍ଥ ହେଉଛି ସେ ବହୁତ ଜଲଦି ସୁସ୍ଥ ହୋଇଯାଆନ୍ତୁ ବୋଲି କୁହାଯାଇଥାଏ। କାରଣ ଏହା ସୁସ୍ଥ ସ୍ୱାସ୍ଥ୍ୟର ସଂକେତ।

bigstock-ଘର, ଦୋକାନ କିମ୍ବା ଅଫିସ୍‌ କେଉଁଠି ବି ହେଉ ସର୍ବଦା ସଠିକ୍‌ ଦିଗରେ ଫୁଲଦାନୀ ରଖିବା ଉଚିତ। ବାସ୍ତୁ ଅନୁଯାୟୀ ଏହାକୁ ରଖିବା ବା ଲଗାଇବାର ସଠିକ୍‌ ଦିଗ ହେଉଛି ଦକ୍ଷିଣ ଏବଂ ପଶ୍ଚିମ। ଏହି ଦିଗରେ ଫୁଲଦାନୀ ରଖିବା ଦ୍ୱାରା ଘରେ ଖୁସିର ବାତାବରଣ ରହିଥାଏ। କିନ୍ତୁ ଯଦି ଆପଣ ଏହାର ବିପରୀତ ଦିଗରେ ରଖନ୍ତି ତେବେ ଆପଣଙ୍କ ଘରେ ସର୍ବଦା ଝଗଡା ଏବଂ ବିଳମ୍ବରେ ବିବାହ ହେବାର ସମସ୍ୟା ଦେଖାଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button