ଜ୍ୟୋତିଷ

କୋଷ୍ଠକାଠିନ୍ୟ ହେଉ ଅବା ଆଖି ଯନ୍ତ୍ରଣା ଦୂର କରିଥାଏ ଅଶ୍ୱତ୍ଥ ପତ୍ର, ଏମିତି କରନ୍ତୁ ବ୍ୟବହାର

ଆୟୁର୍ବେଦ ଅନୁଯାୟୀ ସବୁ ଗଛରେ ଅନେକ ଔଷଧୀୟ ଗୁଣ ରହିଛି। ବିଭିନ୍ନ ଗଛ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟାରୁ ଦୂରେଇ ରଖିଥାଏ ବୋଲି ଆୟୁର୍ବେଦରେ ବର୍ଣ୍ଣନା ହୋଇଛି। ଏହିସବୁ ଗଛ ମଧ୍ୟରେ ଅଶ୍ୱତ୍ଥ ଗଛ ଅନ୍ୟତମ। ଏହି ଗଛର ପତ୍ର, ଫୁଲ, ଫଳ, ଛେଲିରେ ଅନେକ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଛି। ଆୟୁର୍ବେଦରେ ଏହାକୁ ମହୌଷଧୀ ଭାବରେ ଗ୍ରହଣ କରାଯାଇଥାଏ।

– ଯଦି ଆପଣଙ୍କୁ ଅତ୍ୟଧିକ ଭୋକ ବାରମ୍ବାର ଲାଗୁଛି, ତେବେ ପାଚିଲା ଅଶ୍ୱତ୍ଥ ଫଳ ଖାଇଲେ ଭୋକ କମ୍ ଲାଗିଥାଏ। ଏହା ବ୍ୟତୀତ କାଶ, ପିତ୍ତ ଓ ବାନ୍ତି ସମସ୍ୟା ଦୂର ହୋଇଥାଏ।

seed

– ଅଶ୍ୱତ୍ଥ ଗଛର ୨ରୁ ୫ଟି ପତ୍ରକୁ ନେଇ ପେଷ୍ଟ ତିଆରି କରନ୍ତୁ। ସେଥିରେ ୫୦ ଗ୍ରାମ୍ ଗୁଡ଼ ମିଶାଇ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ। ଦିନକୁ ଏହି ଗୁଳାରୁ ତିନି କିମ୍ୱା ଚାରୋଟି ଖାଇଲେ ପେଟ ଯନ୍ତ୍ରଣା କମ୍ ହୋଇଥାଏ।

peepal

– ଅଶ୍ୱତ୍ଥ ଗଛର ଛେଲି ଓ ଫଳକୁ ଅଲଗା ଅଲଗା ଭାବରେ ଗ୍ରାଇଣ୍ଡିଂ କରି ରଖନ୍ତୁ। ଦୁଇଟିକୁ ସମାନ ପରିମାଣରେ ମିଶାଇ ଦିନକୁ ତିନିଥର ଖାଇଲେ, ଆଜ୍ମା ରୋଗ ଭଲ ହୋଇଥାଏ। ବିଷଧର ସାପ କାମୁଡ଼ିଲେ ଅଶ୍ୱତ୍ଥପତ୍ରର ରସ କାମୁଡ଼ା ସ୍ଥାନରେ ଲଗାନ୍ତୁ କିମ୍ୱା ଏହାର ପତ୍ରକୁ ଚୋବାନ୍ତୁ। ଏହାଦ୍ୱାରା ବିଷର ପ୍ରଭାବ କମ୍ ହୋଇଥାଏ।

snake

– ଫଟା ଗୋଇଠିରେ ଅଶ୍ୱତ୍ଥ ପତ୍ର ରସ କିମ୍ୱା ଏହାର କ୍ଷୀର ଲଗାଇଲେ ଲାଭ ମିଳିଥାଏ। ୫ ରୁ ୧୦ଟି ଅଶ୍ୱତ୍ଥ ଗଛର ଫଳ ପ୍ରତିଦିନ ଖାଇଲେ, କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଏହାଛଡା ଆଖିରେ ଯନ୍ତ୍ରଣା ହେଉଥିଲେ ସେଥିରେ ଅଶ୍ୱତ୍ଥ ପତ୍ରର କ୍ଷୀର ପକାନ୍ତୁ। ଏହା ସହିତ ଆଖି ଇନ୍ଫେକସନ୍ ପାଇଁ ମଧ୍ୟ ଅଶ୍ୱତ୍ଥ ପତ୍ର କାମ କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button