ଜ୍ୟୋତିଷ

ଯେତେ ବି ପୂଜା କରିଥାନ୍ତୁ ନା କାହିଁକି ଏହି ଗୋଟିଏ ଉପାୟ ନକଲେ ନିଷ୍ଫଳ ହୋଇଥାଏ ଆପଣଙ୍କ ପୂଜାଅର୍ଚ୍ଚନା

ଭଗବାନଙ୍କ ପ୍ରତି ଭକ୍ତି ଏବଂ ଆସ୍ଥା ରଖି ପ୍ରତ୍ୟେକ ମଣିଷ ପୂଜା କରନ୍ତି ଯାହା ସେମାନଙ୍କୁ ଆନ୍ତରିକ ଶକ୍ତି ପ୍ରଦାନ କରିଥାଏ ଏବଂ ମନୋବଳ ଦ୍ରୁଢ଼ କରିଥାଏ। ସମସ୍ତେ ଚାହାନ୍ତି ସେମାନେ କରିଥଚିବା ପୂଜାରେ ଭଗବାନ ପ୍ରସନ୍ନ ହୁଅନ୍ତୁ ଏବଂ ତାଙ୍କୁ ଆଶୀର୍ବାଦ କରନ୍ତୁ। କିନ୍ତୁ ପ୍ରାୟ ସମୟରେ ଏମିତି ହୋଇଥାଏ ଯେ ଆମେ ପୂଜା-ପାଠ ତ ଭଲ ଭଲାବେ କରନ୍ତି କିନ୍ତୁ ପୂଜା ପରେ କ୍ଷମା ପ୍ରାର୍ଥନା କରନ୍ତିନାହିଁ। ଯାହାର ନିୟମ ହିନ୍ଦୁଧର୍ମରେ ରହିଛି। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ହିନ୍ଦୁଧର୍ମରେ କ୍ଷମା ପ୍ରାର୍ଥନା ପାଇଁ ଜପ କରାଯାଉଥିବା ମନ୍ତ ଜାଣନ୍ତୁ

आवाहनं न जानामि न जानामि विसर्जनम्।
पूजां चैव न जानामि क्षमस्व परमेश्वर॥
मंत्रहीनं क्रियाहीनं भक्तिहीनं जनार्दन।
यत्पूजितं मया देव! परिपूर्ण तदस्तु मे॥

ଏହି ମନ୍ତ୍ରର ଅର୍ଥ ହେଉଛି ଭଗବାନ ମୁଁ ଆପଣଙ୍କୁ ଆମନ୍ତ୍ରଣ କରିବା ଏବଂ ବିଦା କରିବା ଜାଣିନାହିଁ। ମୋତେ ପୂଜା-ପାଠ ମଧ୍ୟ କରିବା ଆସେନାହିଁ। ମୋ ଦ୍ୱାରା ହୋଇଥିବା କୌଣସି ବି ଭୂଲକୁ କ୍ଷମା କରନ୍ତୁ। ମୋତେ ମନ୍ତ୍ର ଜପିବା ଆସେନାହିଁ ଓ ପୂଜା କରିବା ପ୍ରକ୍ରୀୟା ମଧ୍ୟ ଜଣାନାହିଁ। ମୋ ପୂଜା ସ୍ୱିକାର କରନ୍ତୁ ପ୍ରଭୂ।

ଯଦି ଆପଣ ଏହି ମନ୍ତ୍ରକୁ ଜପ କରିପାରୁନାହାନ୍ତି ତେବେ ଆପଣ ବିନା ମନ୍ତ୍ର କରି ବି କ୍ଷମା ପ୍ରାର୍ଥନା କରିପାରିବେ। କାହିଁକିନା କ୍ଷମା ମାଗିବା ଦ୍ୱାରା ଆମ ମନରେ ଅହଂକାର ଭାବନା ଆସିନଥାଏ। ଭଗବାନଙ୍କୁ କ୍ଷମା ମାଗିବାର ଏହି ପରମ୍ପରା ଏହା ଜଣାଇଥାଏ ଯେ ବ୍ୟକ୍ତିଙ୍କୁ ନିଜର ଭୁଲ ପାଇଁ ତୁରନ୍ତ କ୍ଷମା ମାଗିବା ଜରୁରୀ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button