ସ୍ୱାସ୍ଥ୍ୟ

କ’ଣ ଓଜନ କମ ହେବାପାଇଁ ସତରେ ଲାଭକାରୀ ହୋଇଥାଏ ‘ସ୍ଲିମିଂ ବେଲ୍ଟ’

ଓଜନ କ ମାଇବାରେ ଏବଂ ପତଳା ଦେଖାଯିବା ପାଇଁ ଆଜିକାଲି ଲୋକମାନଙ୍କ ମଧ୍ୟରେ ସ୍ଲିମିଂ ବେଲ୍ଟ ଅର୍ଥାତ କମ୍ପ୍ରେସନ ବେଲ୍ଟର ଚାହିଦା ଖୁବ୍‌ ସେଦଖିବାକୁ ମିଳୁଛି। ଏହି ବେଲ୍ଟ ଆପଣଙ୍କ ଶରୀରରୁ ଝାଳ ବାହାର କରିବାରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା ଆପଣଙ୍କ ପେଟ କମ ହୋଇଥାଏ। କିନ୍ତୁ କଣ ସତରେ ଏହା ଫାଇଦା ଯୁକ୍ତ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସ୍ଲିମିଂ ବେଲ୍ଟ ଓଜନ କମାଇବାରେ କିପରି ସାହାଯ୍ୟ କରିଥାଏ ଏବଂ ବ୍ୟବହାର କରିବାର ସଠିକ୍‌ ଉପାୟ।

waist-ସ୍ଲିମିଂ ବେଲ୍ଟ କଣ?

ଓଜନ କମ କରିବା ପାଇଁ ସ୍ଲିମିଂ ବେଲ୍ଟ ସାହାଯ୍ୟ କରିଥାଏ। ଓ୍ଵାର୍କ ଆଉଟ୍‌ ସମୟରେ ବେଲ୍ଟ ପିନ୍ଧିବା ଦ୍ୱାରା ଆପଣଙ୍କ ଶରୀର ମୋଟାପଣ କମ ହେବାରେ ସାହାଯ୍ୟ କରିଥାଏ କିନ୍ତୁ ଏହାକୁ ପିନ୍ଧିବା ସମୟରେ ଫ୍ୟାଟ୍‌ ସେଲ୍ସ ଦବିଯାଇଥିଲେ ମଧ୍ୟ ପୂଦନର୍ବାର ପୂର୍ବ ଅବସ୍ଥାକୁ ଫେରିଆସେ।

belt-କିଭଳି କାମ କରିଥାଏ ଏହି ବେଲ୍ଟ?

ସୂଚନା ମୁତାବକ ଏହି ବେଲ୍ଟ ଅସ୍‌ଥାୟୀ ରୂପେ କାମ କରିଥାଏ ଅର୍ଥାତ ସ୍ଥାୟୀ ରୂପେ ଓଜନ କମ ହେବାରେ ଏହି ବେଲ୍ଟ ସାହାଯ୍ୟ କରିନଥାଏ। ବାସ୍ତବରେ ଏହି ବେଲ୍ଟ ପିନ୍ଧିବା ଦ୍ୱାରା ଶରୀରରୁ ଝାଳ ବାହାରିଥାଏ, ଯାହା କିଛି ସମୟ ପାଇଁ ଆପଣଙ୍କୁ ପତଳା କରିଦେଇଥାଏ କିନ୍ତୁ ଏହାଦ୍ୱାରା ଚର୍ବି କମ ହୋଇନଥାଏ।

excersizeପ୍ରକୃତରେ ପେଟ କମାଇବାର ଉପାୟ:

-ପ୍ରତ୍ୟେକ ଦିନ ୪୦ ରୁ ୪୫ ମିନିଟ୍‌ ଯୋଗ, ଏକ୍ସରସାଇଜ୍‌, ରନିଂ, ସାଇକେଲିଂ ଏବଂ ସୁଇମିଂ ଓଜନ କମ କରିବାର ଭଲ ବିକଳ୍ପ।

-ଓଜନ ନିୟନ୍ତ୍ରଣ ପାଇଁ ପ୍ରୋଟିନ ଯୁକ୍ତ ଡାଏଟ୍‌ ନିଅନ୍ତୁ। ଅଧିକ ପ୍ରୋଟିନ ନେବା ଦ୍ୱାରା ହର୍ମୋନ -ର ସ୍ତର ବଢିଥାଏ, ଯାହା ଭୋକକୁ କଣ୍ଟ୍ରୋଲ କରିବା ସହ ମେଟାବାଲିଜମ୍‌କୁ ବଢାଇଥାଏ। ଏହାଦ୍ୱାରା ଓଜନ କମ କରିବାରେ ସାହାଯ୍ୟ ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button