ଜ୍ୟୋତିଷ

ସନ୍ତାନ ପ୍ରାପ୍ତି ପାଇଁ ସ୍ୱାମୀ-ସ୍ତ୍ରୀ ମିଶି କରନ୍ତୁ ଏହି ୫ଟି କାର୍ଯ୍ୟ, ଖୁବ୍‌ଶୀଘ୍ର ସ୍ତ୍ରୀର କୋଳ ପୂରି ଉଠିବ

କୁହାଯାଏ, ପରିବାରରେ ଛୁଆଟିଏ ଥିଲେ, ଘର ପୂରିଲା ପୂରିଲା ଲାଗିଥାଏ। କିନ୍ତୁ କେତେକ କ୍ଷେତ୍ରରେ ନାନା ସମସ୍ୟା ଯୋଗୁ ସନ୍ତାନ ପ୍ରାପ୍ତିରେ ବାଧା ଉପୁଜିଥାଏ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ। ସ୍ୱାମୀ, ସ୍ତ୍ରୀ ମିଶି ଏହାକୁ ଆପଣାଇଲେ ସନ୍ତାନ ପ୍ରାପ୍ତିର ସମ୍ଭାବନା ଆହୁରି ବଢ଼ିଯାଇଥାଏ। ଆସନ୍ତୁ ଜାଣିବା ୫ଟି ଉପାୟ।

b2

୧. ବୁଧବାର ଦିନ ସକାଳୁ ଉଠି ସ୍ୱାମୀ, ସ୍ତ୍ରୀ ମିଶି ବାଲ୍‌ ଗଣେଶଙ୍କ ପୂଜା କରନ୍ତୁ। ନିଜ ଘରର ମୁଖ୍ୟ ଦ୍ୱାରରେ ବାଲ୍‌ ଗଣେଶଙ୍କ ପ୍ରତିମା ବା ଫଟୋ ଲଗାନ୍ତୁ। ଯିବାଆସିବା ସମୟରେ ଏହି ଫଟୋକୁ ନମସ୍କାର କରନ୍ତୁ।

୨. ସନ୍ତାନ ସୁଖ ପାଇଁ ସ୍ତ୍ରୀ ଗହମ ଅଟାରେ ୨ଟି ମୋଟା ରୁଟି ପ୍ରସ୍ତୁତ କରି ସେଥିରେ ବତୁରା ହୋଇଥିବା ଚଣାର ଡାଲି ଏବଂ ଅଳ୍ପ ହଳଦୀ ମିଶାଇ ଗାଈକୁ ଖୁଆନ୍ତୁ। ଏମିତି କଲେ ଶୀଘ୍ର କୋଳ ପୂରିଉଠେ।

୩. ଏମିତି କିଛି ରାତି ରହିଛି, ଯେଉଁଦିନ ସ୍ୱାମୀ-ସ୍ତ୍ରୀ ସମ୍ଭୋଗରୁ ଦୂରେଇ ରହିବା ଉଚିତ। ଯେପରି, ଅଷ୍ଟମୀ, ଏକାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ, ପୂର୍ଣ୍ଣିମା ଓ ଅମାବାସ୍ୟା।

b1

୪. ଶୁକ୍ଳ ପକ୍ଷରେ ବରଗଛ ପତ୍ରକୁ ଧୋଇ ସଫା କରନ୍ତୁ। ଏହା ଉପରେ କୁଙ୍କୁମରେ ସ୍ୱସ୍ତିକ୍‌ ବନାଇ ତାହା ଉପରେ ଅଳ୍ପ ଚାଉଳ ଏବଂ ଗୋଟିଏ ଗୁଆ ରଖି ସୂଯ୍ୟର୍ାସ୍ତ ପୂର୍ବରୁ କୌଣସି ମନ୍ଦିରରେ ଅର୍ପଣ କରନ୍ତୁ। ଏହାସହ ସନ୍ତାନ ବରଦାନ କରିବାକୁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ଏମିତି କଲେ ନିଶ୍ଚୟ ସନ୍ତାନ ପ୍ରାପ୍ତି ହୋଇଥାଏ।

୫. ରବିବାରକୁ ଛାଡ଼ି ଅନ୍ୟ ସବୁ ଦିନରେ ନିଃସନ୍ତାନ ସ୍ତ୍ରୀ ଯଦି ଅଶ୍ୱତ୍‌ଥ ଗଛ ମୂଳେ ଦୀପ ଜଳାଇବେ ଏବଂ ପରିକ୍ରମା କରିବେ, ତେବେ ତାଙ୍କର ସନ୍ତାନ ପ୍ରାପ୍ତିର ଇଚ୍ଛା ଖୁବ୍‌ଶୀଘ୍ର ପୂରଣ ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button