ସ୍ୱାସ୍ଥ୍ୟ

ପାନଖିଆ କଳା ଓ ମଇଳା ଦାନ୍ତକୁ କିପରି କରିବେ ଚକ୍ ଚକ୍

ନମସ୍କାର ବନ୍ଧୁଗଣ , ଆପଣଙ୍କ ପାନଖିଆ ଦାନ୍ତକୁ କରିପାରିବେ ଚକ୍ ଚକ୍ । ଦାନ୍ତ ଆମ ମୁଖ ମଣ୍ଡଳର ସୁନ୍ଦରତାକୁ ବଢାଇଥାଏ । ଆମେ ଯେତେ ବେଳେ ହସି ଥାଉ ଯଦି ଆମ ଦାନ୍ତ ଧଳା   ହୋଇଥାଏ ଅନ୍ୟମାନେ ତାହାକୁ ଦେଖି ପ୍ରଶଂସା କରିଥାନ୍ତି , ତେବେ ଆମେ ବହୁତ ଖୁସି ହୋଇଥାଉ । ଆଗ କାଳର ଲୋକମାନଙ୍କର ଦାନ୍ତ ବହୁତ ମଜବୁତ ଓ ସଫା ରହୁଥିଲା । ବୁଢା ବୟସର ଲୋକମାନଙ୍କର ଦାନ୍ତ ମଧ୍ୟ ତାଙ୍କ ମରିବା ଯାଏ ସେ ଭଳି ଭାବରେ ରହୁଥିଲା ।

କିନ୍ତୁ ଆଜିର ଲୋକଙ୍କ ଦାନ୍ତ କମ ବୟସରେ ଉପଡିଯାଇଥାଏ ବା ସେମାନଙ୍କୁ ନକଲି ଦାନ୍ତ ଲଗେଇବାକୁ ପଡୁଛି । ଏହାର କାରଣ କଣ ହେଉଛି ଯେ ସେ କାଳର ଲୋକ ଠାରୁ ଆମର  କାହିକି ଏତେ ଜଳଦି ଦାନ୍ତ ଖରାପ ହେଉଛି । ଆଜି ପୁରୁଷ ଏବଂ ସ୍ତ୍ରୀ ଉଭୟ ପାନ ଖାଉଛନ୍ତି , ଏହା ଦ୍ଵାରା ସେମାନଙ୍କର ଦାନ୍ତ ଲାଲ ରଙ୍ଗ ର ହୋଇଯାଏ ।

ପାନ ଖାଇବା ଦ୍ଵାରା ଆମକୁ ଅନେକ ରୋଗର ଶିକାର ମଧ୍ୟ ହେବାକୁ ପଡିଥାଏ । ଆସନ୍ତୁ ଜାଣିବ ଏହା ବିଷୟରେ ଡେଣ୍ଟିଷ୍ଟ ଡ଼ ସନତ ଭୂୟାଁଙ୍କ କଥାରେ । ଅନେକ ଲୋକ କହିଥାନ୍ତି କି ଆମେ ପାନ ଖାଇବା ଏକ ଅଭ୍ୟାସ ଓ ଏହାକୁ ସେମାନେ ଅତି ଶିଘ୍ର ଛାଡିପାରନ୍ତି ନାହିଁ ଆଉ କିଛି ଜଣ କହିଥାନ୍ତି ଆମେ ପାନ ଖାଉଛୁ କିନ୍ତୁ ଏହାକୁ ଛାଡି ଦେବାକୁ ଚାହୁଛୁ ।

ଏହି ଭଳି ଦୁଇ ବ୍ୟକ୍ତି  ବିଶେଷ ପାଇଁ ଦୁଇ ପ୍ରକାର ନିବାରଣ କରିପାରିବ । ପ୍ରଥମେ ଯେଉଁ ମାନେ ଦିନକୁ ତିନିଶ ରୁ ଅଧିକ ପାନ ଖାଇଥାନ୍ତି ଏବଂ ବେଳେଲେ ଖାଇବା ପିଇବା ଛାଡି ମଧ୍ୟ ପାନ ଖାଇ ଦିନ କୁ ଅତିବାହିତ କରିଥାନ୍ତ । ଏହି ବ୍ୟକ୍ତିଙ୍କ ପାଇଁ ଡାକ୍ତରଙ୍କ ଉପଦେଶ ହେଉଛି ଯଦି ଆପଣ ଦିନରୁ ସନ୍ଧ୍ୟା ଯେ ପାନ ଖାଆନ୍ତି । ତେବେ ଆପଣ ଦିନକୁ ଦୁଇ ଥର କୁଳି କରିବା ଦରକାର କୁଳି କରିବା ପାଇଁ ଆମ ବହୁତ ଦାମ୍ ର ଦାନ୍ତ ସଫା କିଣିବାକୁ ପଡିନଥାଏ ।

ଏହାର ଦାମ୍ କମ ଥାଏ ସବୁ ଠାରୁ ଉତ୍ତମ ଦାନ୍ତ ସଫା ହେଉଛି ହାଇଡ୍ରୋଜେନ ପେରୋକସାଇଡ । ଏହାକୁ ବଜାର କିଣି ଦିନକୁ ଦୁଇ ଥର କରିବା ଦ୍ଵାରା ଦାନ୍ତ ସଫା ହୋଇଥାଏ । ଏହାକୁ ଅଧିକ ପ୍ରୋୟଗ କରିବେ ନାହିଁ ଅଳ୍ପ ପାଣିରେ ଏକ ବୁନ୍ଦ ପକେଇ କରିବେ । ଏହା ଦ୍ଵାରା ପାନ ଖାଇଲେ ମଧ୍ୟ ଦାନ୍ତ ସଫା ଏବଂ ଭଲ ରହିଥାଏ । ପାନ କୁ କେବେ ବି ପାଟିରେ ଜାକିକି ରଖିବେ ନାହି ନଚେତ୍ ଏହା କ୍ୟାନ୍ସର ହୋଇପାରେ ।

ଯଦି ଆପଣ ପାନ କୁ ସବୁ ଦିନ ଛାଡି ଦାନ୍ତ କୁ ସାଫ କରିବାକୁ ଚାହାନ୍ତି ତେବେ ଆପଣଙ୍କୁ ଦାନ୍ତ ର ବ୍ଲିଚିଙ୍ଗ କରିବାକୁ ପଡିଥାଏ । ଯାହା ପାଇଁ ଆପଣଙ୍କୁ ଡେଣ୍ଟିଷ୍ଟ ପାଖକୁ ଯାଇ ପରାମର୍ଶ ନେଇ  ଚିକିତ୍ସା କରି ଦାନ୍ତ କୁ  ଧଳା ଚକ୍ ଚକ୍ କରିପାରିବେ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ କରି ଅନ୍ୟମାନଙ୍କୁ ଏହାକୁ ଶେୟାର କରନ୍ତୁ । ଆପଣଙ୍କ ମତକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button