ଦେଶ- ବିଦେଶ

ଚାଉଳ ଓ ମହୁ ବ୍ୟବହାର କରି ଘରେ ପାଆନ୍ତୁ ଗୋଲଡେନ୍‌ ଗ୍ଲୋ ସ୍କିନ୍‌

ମହୁ ସ୍ୱାସ୍ଥ୍ୟ ସହ ତ୍ୱଚା ପାଇଁ ମଧ୍ୟ ଖୁବ୍‌ ଲାଭଦାୟକ ହୋଇଥାଏ। ତ୍ୱଚାକୁ ମୁଲାୟମ କରିବାରେ ଏହା ସାହାଯ୍ୟ କରିଥାଏ। ଆପଣ ଚାହିଁଲେ ମହୁ ବ୍ୟବହାର କରି ଘରେ ମଧ୍ୟ ଫେସିଆଲ କରିପାରିବେ। ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି ପାଇପାରିବେ ଗୋଲଡେନ୍‌ ଗ୍ଲୋ ସ୍କିନ୍‌…

ଫେସିଆଲ କରିବା ପୂର୍ବରୁ ପ୍ରଥମେ ଏକ ଟାେଓ୍ଵଲକୁ ଗରମ ପାଣିରେ ବୁଡ଼ାଇ ୪-୫ ମିନିଟ୍‌ ପର୍ଯ୍ୟନ୍ତ ମୁହଁକୁ ଭଲ ଭାବେ ପୋଛିଦିଅନ୍ତୁ। ଏଭଳି କରିବା ଦ୍ୱାରା ମୁହଁର ଛିଦ୍ର ଖୋଲିଯିବ ଓ ଫେସିଆଲର ଦୁଇଗୁଣ ଲାଭ ମିଳିପାରିବ। ଫେସିଆଲ ପୂର୍ବରୁ ପ୍ରଥମେ ସ୍କ୍ରବ୍‌ କରିବା ଉଚିତ୍‌।

ସ୍କ୍ରବ୍‌:

ଚାଉଳଗୁଣ୍ଡ- ୧ଚାମଚ
ମହୁ-୧ ଚାମଚ
ଲେମ୍ବୁ ବା ଟମାଟୋ ରସ- ୪ରୁ ୫ ବୁନ୍ଦା

ସ୍କ୍ରବିଂ କରିବା ଉପାୟ:

ଚାଉଳଗୁଣ୍ଡ, ମହୁ ଓ ଲେମ୍ବୁ ରସକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ଧୀରେ ଧୀରେ ଘଷନ୍ତୁ। ନାକ ଓ ଗାଲ ତଳ ପାର୍ଶ୍ୱକୁ ଭଲ ଭାବେ ଘଷନ୍ତୁ, କାରଣ ଏହି ଜାଗାରେ ସବୁଠାରୁ ଅଧିକ ମୃତ କୋଷିକା ରହିଥାଏ। ୫-୧୦ ମିନିଟ୍‌ ପରେ ମୁହଁକୁ ଭଲ ଭାବେ ଧୋଇ ସଫା କରିଦିଅନ୍ତୁ।

ଫେସ୍‌ ପ୍ୟାକ୍‌:

ମୁଲତାନି ମାଟି- ୧ ଚାମଚ
ମହୁ- ୧ ଚାମଚ
ଗୋଲାପ ଜଳ- ଆବଶ୍ୟକ ଅନୁସାରେ

ଏମିତି ଲଗାନ୍ତୁ ଫେସ୍‌ ପ୍ୟାକ୍‌:

ମୁଲତାନି ମାଟିରେ ମହୁ ସହ ଆବଶ୍ୟକତା ଅନୁସାରେ ଗୋଲାପ ଜଳ ମିଶାଇ ଏକ ସ୍ମଥ୍‌ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ ମୁହଁରେ ଲଗାଇ ଅଳ୍ପ ଶୁଖିବାକୁ ଦିଅନ୍ତୁ। ଧ୍ୟାନ ରଖନ୍ତୁ କେବେ ବି ଫେସ୍‌ ପ୍ୟାକ୍‌କୁ ସମ୍ପୂର୍ଣ୍ଣ ଶୁଖିବାକୁ ଦେବେ ନାହିଁ। ଏହାଦ୍ୱାରା ମୁହଁର ତ୍ୱଚା ଲୋଚାକୋଚା ହୋଇଯାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button