ଜ୍ୟୋତିଷ

କେବେ ବି ଭୋଜନ ଥାଳିରେ ଏକ ସାଥୀରେ ପରସନ୍ତୁ ନାହିଁ ୩ଟି ରୁଟି, ଜାଣନ୍ତୁ କାରଣ

ଆପଣ ଅନେକ ସମୟରେ ଦେଖିଥିବେ, ଭୋଜନ ଥାଳିରେ କେବେ ବି ଏକସାଥୀରେ ପରସା ଯାଇ ନ ଥାଏ ୩ଟି ରୁଟି। ଏହାର କାରଣ ଆପଣ ଜାଣିଛନ୍ତି କି? ଯଦି ନାହିଁ, ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବାକୁ ଯାଉଛୁ।

୩ ଅଙ୍କକୁ ଗଣାଯାଏ ଅଶୁଭ

ପ୍ରାଚୀନ ସମୟରୁ ଥାଳିରେ ୩ଟି ରୁଟି ପରସା ନ ଯିବାର ପରମ୍ପରା ଚାଲିଆସୁଛି। ହିନ୍ଦୁ ଧର୍ମରେ ୩ ଅଙ୍କକୁ ଅଶୁଭ ବୋଲି ଗଣାଯାଏ। ତେଣୁ କୌଣସି ଶୁଭ କାମରେ ଏହାକୁ ବ୍ୟବହାର କରାଯାଇ ନ ଥାଏ। ପୂଜା ଥାଳି ହେଉ କି କୌଣସି ଯଜ୍ଞ, ସେଥିରେ ଗୋଟିଏ ଜିନିଷକୁ ୩ ଥର ବ୍ୟବହାର କରାଯାଏନି। ୩ ଅଙ୍କ ଥିବା ତିଥିରେ ମଧ୍ୟ ଶୁଭ କାମ କରାଯାଏନାହିଁ। ସେହି କାରଣରୁ ଭୋଜନ ଥାଳିରେ ୩ଟି ରୁଟି ଦିଆଯିବା ଅଶୁଭ ହୋଇଥାଏ।

ruti1

୩ଟି ରୁଟିର ସମ୍ବନ୍ଧ ରହିଛି ମୃତ ବ୍ୟକ୍ତିଙ୍କ ସହ

ଏହା ପଛରେ ଅନ୍ୟ ଏକ ସମ୍ବନ୍ଧ ରହିଛି। କୌଣସି ବ୍ୟକ୍ତିଙ୍କୁ ଏକସାଥୀରେ ୩ଟି ରୁଟି ଦେବା ମୃତ ବ୍ୟକ୍ତିଙ୍କୁ ଭୋଜନ ଦେବା ସହିତ ସମାନ। ଯେତେବେଳେ ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ହୋଇଯାଏ, ଏହାର ତୃତୀୟ ଦିନ ମୃତକଙ୍କ ଭୋଜନ ରୂପରେ ୩ଟି ରୁଟି ଦିଆଯାଇଥାଏ। ଏହି ରୁଟିକୁ କେବଳ ତିଆରି କରିବା ଲୋକ ହିଁ ଦେଖିଥାଏ। ଦେଖିବାକୁ ଗଲେ, ଭାରତୀୟ ସଂସ୍କୃତିରେ ୩ଟି ରୁଟିକୁ ମୃତକଙ୍କ ଭୋଜନ ବୋଲି କୁହାଯାଏ।

ଯଦି କେବେ ଥାଳିରେ କୌଣସି କାରଣବଶତଃ ୩ଟି ରୁଟି ରଖିବାକୁ ପଡ଼େ, ତା’ହେଲେ ବ୍ୟକ୍ତିଙ୍କୁ ରୁଟି ଛିଣ୍ଡାଇ ଖାଇବାକୁ ପଡ଼ିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button