ଦେଶ- ବିଦେଶ

ଏକ ଏମିତି ମନ୍ଦିର ଯେଉଁଠି ମୃତ ବି ହେଇଯାଏ ଜୀବିତ, ବିଜ୍ଞାନ ବି ଏଠି ଆଶ୍ଚର୍ଯ୍ୟ… ଏହା କେମିତି ସମ୍ଭବ, ଦେଖନ୍ତୁ …

ଆଜିର ଏହି ସମୟରେ ମଣିଷ ବହୁତ ଉନ୍ନତି କରି ସାରିଲାଣି । ଭଗବାନଙ୍କ ତିଆରି ସବୁ ଜିନିଷର ସେ ବିଶ୍ଳେଷଣ କରି ସାରିଲାଣି । କିନ୍ତୁ ଏବେ ବି ବିଜ୍ଞାନ ଭଗବାନ ଠାରୁ ପଛରେ ଅଛି । ବିଜ୍ଞାନ ବହୁତ ପ୍ରଗତି କରିଲାଣି କିନ୍ତୁ ପୃଥିବୀରେ ଆଜି ବି ଏମିତି କିଛି ରହସ୍ୟ ଅଛି ଯାହା ସାମ୍ନାରେ ବିଜ୍ଞାନ ହାର ମାନିଛି । ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା ଶୁଣି ଆପଣ ଟିକେ ଚିନ୍ତା ରେ ପଡିଯିବେ ।

ମରିବା ପରେ ପୁଣି ଥରେ ବଞ୍ଚି ଉଠିବା କଥା କେବଳ କାହାଣୀ ଗୁଡିକରେ ଶୁଣି ଥିବେ କିନ୍ତୁ ପୃଥିବୀରେ ଏମିତି ଏକ ଜାଗା ଅଛି ଯେଉଁ ଠାରେ ମୃତ ଲୋକଙ୍କୁ ନେଇ ଗଲେ ସେଠି ପୁଣି ଥରେ ଆତ୍ମା ତାହାର ଶରୀର ଭିତରକୁ ପ୍ରବେଶ କରିଥାଏ  । ଏହା କେମିତି ହେଉଛି? ଜାଣିବାକୁ ବୈଜ୍ଞାନିକ ମାନେ ବହୁତ ଚେଷ୍ଟା କରି ମଧ୍ୟ ଅସଫଳ ହୋଇଛନ୍ତି ।

ସମୁଦ୍ର ତଳରୁ ପ୍ରାୟ ୧୩୭୨ ମିଟର ଉପରେ ଥିବା ଗାଁ ଦେହରାଦୂନ ରୁ ୧୨୮ କିଲୋମିଟର ଦୂରରେ ଥିବା ଲାଖାମଣ୍ଡଳ ନାମକ ସ୍ଥାନରେ ଯମୁନା ନଦୀ ର ତଟ ପାଖରେ ବର୍ନୀଗାଡ ନାମକ ଜାଗାରୁ କେବଳ ୪-୫ କିଲୋମିଟର ର ଦୂରରେ ଏହା ଅବସ୍ଥିତ । ପ୍ରାକୃତିକ ସୁନ୍ଦରତା ମଧ୍ୟରେ ଏମିତି ଏକ ଚମତ୍କାରୀ ଶିବଲିଙ୍ଗ ଅଛି, ଯାହା ବିଷୟରେ ସେଠିକା ଲୋକଙ୍କ ମାନ୍ୟତା ଅଛି ଯେ ଯଦି କୌଣସି ମୃତ ବ୍ୟକ୍ତିର ଶରୀର କୁ ଏହି ଶିବ ଲିଙ୍ଗ ପାଖକୁ ନିଆଯାଏ ତେବେ ସେହି ଶରୀରର ଆତ୍ମା ସେହି ଶରୀରରେ ପୁଣିଥରେ ପ୍ରବେଶ କରିଥାଏ ଏବଂ ବ୍ୟକ୍ତି ଟି ପୁଣିଥରେ ବଞ୍ଚି ଉଠେ ।

 

ଏହି ଜାଗାର ଆଉ ଏକ କାହାଣୀ ହଉଛି ଯେ ସେହି ଜାଗାରେ ମହାଭାରତ ସମୟରେ ପାଣ୍ଡବଙ୍କୁ ଜୀବିତ ନିଆଁ ରେ ଭସ୍ମ କରିବା ପାଇଁ କୌରବ ମାନେ ଏକ ଲାକ୍ଷାଗୃହ ର ନିର୍ମାଣ କରିଥିଲେ । ପାଣ୍ଡବଙ୍କ ଅଜ୍ଞାତ ସମୟରେ ଯୁଧିଷ୍ଠିର ଏକ ଶିବଲିଙ୍ଗର ପ୍ରତିଷ୍ଠା କରିଥିଲେ । ଯାହା ଏବେ ମହାମଣ୍ଡେଶ୍ଵର ନାମରେ ପ୍ରସିଦ୍ଧ ।

 

ଏଠାରେ ଥିବା ଦ୍ଵାରପାଳ ଙ୍କ ସାମ୍ନାରେ ଶବ କୁ ରଖି ପୂଜାରୀ ଯଦି ପବିତ୍ର ପାଣି ପକାନ୍ତି ତେବେ ମରିଥିବା ବ୍ୟକ୍ତି କିଛି ସମୟ ପାଇଁ ପୁଣିଥରେ ବଞ୍ଚି ଉଠେ । ଜୀବିତ ହେବା ପରେ ସେ ଭଗବାନ ଙ୍କର ନାମ ନିଏ ଏବଂ ତାକୁ ଗଙ୍ଗା ପାଣି ଦିଆଯାଏ। ଗଙ୍ଗାଜଳ ଗ୍ରହଣ କରିବା ପରେ ପୁନଶ୍ଚ ତାହାର ଆତ୍ମା ତା ଶରୀରକୁ ଛାଡି ପଳାଏ । କିନ୍ତୁ ଏହି କଥାର ରହସ୍ୟ କଣ ଏହା ଆଜି ପର୍ଯ୍ୟନ୍ତ କେହି ଜାଣିପାରି ନାହାଁନ୍ତି। ଏମିତି ମଧ୍ୟ ଲୋକେ କୁହନ୍ତି ଯେ ଯଦି ସେହି ମନ୍ଦିର ଦେଇ କୌଣସି ଶବ କୁ ନିଆ ଯାଏ ତେବେ କିଛି ସମୟ ପାଇଁ ତାର ଶରୀରରେ ପ୍ରାଣ ଫେରିଥାଏ।

ଏମିତି କାହିଁକି ହେଉଛି ଏବଂ ଏହା ପଛରେ କାରଣ କଣ ସେ ବିଷୟରେ ଆଜି ପର୍ଯ୍ୟନ୍ତ କେହି ଜାଣିପାରି ନାହାଁନ୍ତି। ଆଜି ପର୍ଯ୍ୟନ୍ତ ଏହି ରହସ୍ୟ ଏକ ରହସ୍ୟ ହୋଇ ରହିଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button