ସ୍ୱାସ୍ଥ୍ୟ

ଏହି ସବୁ ଲକ୍ଷଣ ହୋଇଥାଏ ବ୍ଲଡ କ୍ୟାନ୍ସରର କାରଣ

ବ୍ୟସ୍ତ ବହୁଳ ଜୀବନ, ବଦଳୁଥିବା ଲାଇଫଷ୍ଟାଇଲ୍ ଏବଂ ଭୁଲ ଖାଦ୍ୟପେୟ କାରଣରରୁ ଲୋକଙ୍କୁ ଅନେକ ରୋଗର ସାମ୍ନା କରିବାକୁ ପଡିଥାଏ, ଯେଉଁଥିରେ ଗୋଟିଏ ହେଉଛି ରକ୍ତ କର୍କଟ। ରକ୍ତ କର୍କଟ ରୋଗୀଙ୍କର ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଏହା ସବୁ ବୟସର ବ୍ୟକ୍ତିଙ୍କୁ ହୋଇପାରେ। କିନ୍ତୁ ୩୦ ବର୍ଷ ପରେ ଏହା ହେବାର ଭୟ ଅଧିକ ଥାଏ। ବ୍ଲଡ କ୍ୟାନ୍ସର ରୋଗୀଙ୍କର ଆରମ୍ଭରୁ ଏହାର ଲକ୍ଷଣ ଜଣାପଡି ନଥାଏ,ଯାହା ଦ୍ବାରା ଏହା ଗମ୍ଭୀର ରୋଗରେ ପରିଣତ ହୋଇଥାଏ। ଏଥିପାଇଁ ଏହାର ପ୍ରାରମ୍ଭ ଲକ୍ଷଣକୁ ଜାଣିବା ବହୁତ ଆବଶ୍ୟକ ଅଟେ, ଯାହା ଦ୍ବାରା ଏହାର ଚିକିତ୍ସା କରାଯାଇପାରେ। ଆସନ୍ତୁ ଜାଣିବା ବ୍ଲଡ କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣ।

ଏନିମିୟା କିମ୍ବା ଜ୍ୱର :

ରକ୍ତ କର୍କଟର ପ୍ରାଥମିକ ପର‌୍ୟ୍ୟାୟରେ ଆପଣଙ୍କୁ ଏନିମିୟା ଭଳି ସଂକେତ ଦେଖାଯାଏ । ସବୁବେଳେ ଥକ୍କାପଣ,ଅଳ୍ପ ଜ୍ୱର ଏବଂ ଦୂର୍ବଳ ଲାଗିବା ମଧ୍ୟ ଏହାର ଏକ ସଂକେତ ।

ଗଳାରେ ଦରଜ ହେବା :

ରକ୍ତ କର୍କଟର ପ୍ରାଥମିକ ପର‌୍ୟ୍ୟାୟରେ ଗଳା କିମ୍ବା କାଖ ତଳେ ହାଲୁକା ଦରଜ ଲାଗିଥାଏ । ଏହାଛଡା ଆପଣଙ୍କ ପାଦ ବିନ୍ଧିବା କିମ୍ବା ଛାତିରେ ଜ୍ୱଳନ ହେଲେ ତୁରନ୍ତ ଡେରି ନକରି ଡାକ୍ତରଙ୍କ ପାଖକୁ ଯାଆନ୍ତୁ । ଏହା ରକ୍ତ କର୍କଟର ପ୍ରାଥମିକ ଲକ୍ଷଣ ।

blood-cancerବ୍ଲିଡିଙ୍ଗ୍ ହେବା :

ଯଦି ଆପଣଙ୍କ ମୁହଁ,ନାକ କିମ୍ବା ଶୌଚ ସମୟରେ ରକ୍ତ ବ୍ଲିଡିଙ୍ଗ୍ ହେଉଛି ତେବେ ଏହାକୁ ଖାମଖିଆଲ ଭାବେ ନ ନେଇ ଡାକ୍ତରଖାନାକୁ ଯାଇ ରକ୍ତ କର୍କଟର ଚିକିତ୍ସା କରାଇନିଅନ୍ତୁ ।

ନ୍ୟୁମୋନିଆ ହେବା :

ନ୍ୟୁମୋନିଆ ହେବା,ମୁହଁରେ ଘା’ ହୋଇଯିବା,ମୁଣ୍ଡବ୍ୟଥା,ଚର୍ମରେ ରାସେସ୍ ହେବା,ହାଲୁକା ଜ୍ୱର ହେବା ଏବଂ ଗଳାରେ ଇନଫେକସନ୍ ହେଲେ ତୁରନ୍ତ ରକ୍ତପରୀକ୍ଷା କରାନ୍ତୁ ।

 ଅଚାନକ ଓଜନ କମିବାକୁ ଲାଗିବା :

ଅଚାନକ ଓଜନ କମିବା ତଥା ଭୋକ ନଲାଗିବା ବି ଏହାର ଏକ ବଡ କାରଣ । ବିନା କୌଣସି ପ୍ରୟାସରେ ଯଦି ଅଚାନକ ଶରୀରରେ ଓଜନ କମିବାକୁ ଲାଗୁଛି ତେବେ ଏହାକୁ ହେୟଜ୍ଞାନ ନକରି ଡାକ୍ତରଙ୍କୁ ଦେଖାନ୍ତୁ । ଏହା ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ଲକ୍ଷଣ ।

ବାରମ୍ବାର ସଂକ୍ରମଣର ଶିକାର ହେବା :

ଶରୀରରେ ଲ୍ୟୁକୋମିଆର ସେଲ୍ ବିକଶିତ ହେଲେ ରୋଗୀର ମୁହଁ,ଗଳା,ଯକୃତ,ଚର୍ମ ଆଦି ବାରମ୍ବାର ସଂକ୍ରମଣର ଶିକାର ହୁଏ ।

ଲିମ୍ଫ ନୋଡସ୍ ବଢିବା :

ଗଳରେ ଜମାଟ ବାନ୍ଧିବା ଭଳି ଲାଗିବା କିମ୍ବା ଗାଣ୍ଠ ପଡିବା କିମ୍ବା ଏଥିରେ ପରିବର୍ତ୍ତନ ହେଲେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।

ଶୋଇବା ସମୟରେ ଝାଳ ବାହାରିବା :

ଶୀତଋତୁରେ ବି ଶୋଇବା ସମୟରେ ଝାଳ ବୋହିଲେ ଡେରି ନକରି ମେଡିକାଲ୍ ଜାଞ୍ଚ୍ କରନ୍ତୁ

cancer_bloodଶରୀରରେ ଦାଗ ପଡିବା :

ରକ୍ତରେ ପ୍ଲେଟଲେଟସ୍ କମ୍ ହେବା ବି ରକ୍ତ କର୍କଟର ଲକ୍ଷଣ । ଏହାଦ୍ୱାରା ଶରୀରରେ ବାଇଗଣୀ କିମ୍ବା ନାଲି ରଙ୍ଗର ଦାଗ ପଡିଯାଏ ।

ହାଡ କିମ୍ବା ଜଏଣ୍ଟ ଦରଜ କରିବା :

ହାଡ କିମ୍ବା ଜଏଣ୍ଟ ଦରଜ ହେଲେ ମଧ୍ୟ ଏଥିପାଇଁ ସତର୍କ ରୁହନ୍ତୁ । କାରଣ ରକ୍ତ କର୍କଟ ଅସ୍ତିମଜ୍ଜାରେ ହେଉଥିବା ରୋଗ ତେଣୁ ଏହାକୁ ଖାମଖିଆଲ ଭାବେ ଦ ନନେଇ ଡାକ୍ତର ଦେଖାନ୍ତୁ ।

ପେଟ ସମସ୍ୟା :

ଅସାମାନ୍ୟ ଧଳାରକ୍ତର କୋଷିକା ଲିଭରରେ ଜମାଟ ବାନ୍ଧିବା ଯୋଗୁଁ ଅନେକ ପ୍ରକାର ପେଟ ସମସ୍ୟା ମଧ୍ୟ ଦେଖାଯାଏ । ତେଣୁ ଏଥିପାଇଁ ମଧ୍ୟ ଚେକଅପ୍ କରାଇନିଅନ୍ତୁ ।

ଥକ୍କାପଣ :

ରକ୍ତ କର୍କଟ ସମୟରେ ଶରୀରରୁ ହିମୋଗ୍ଲୋବିନ୍ ମାତ୍ରା କମ୍ ହୋଇଯାଏ । ଅମ୍ଲଜାନ ଶରୀରରେ ଭଲ ଭାବରେ ପହଞ୍ଚିପାରେ ନାହିଁ । ଏଥିପାଇଁ ଶରୀରର ଅଙ୍ଗ କାମ କରିବା ବନ୍ଦ କରିଦିଏ ଏବଂ ଥକ୍କାପଣ ଅନୁଭବ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button