ସ୍ୱାସ୍ଥ୍ୟ

ଜାଣନ୍ତୁ କିପରି ସହଜ ଘରୋଇ ଉପାୟରେ ଦୂର କରିବେ ପେଟ ଯନ୍ତ୍ରଣା ?

ଖାଦ୍ୟପେୟର ସଠିକତା ନରହିଲା ସାଧାରଣତଃ ପେଟ ଯନ୍ତ୍ରଣା ହୋଇଥାଏ। ଏହାକୁ ଦୂର କରବା ପାଇଁ ପ୍ରାୟତଃ ସମସ୍ତେ ଔଷଧର ସାହାଯ୍ୟ ନେଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି କିଛି ସହଜ ଘରୋଇ ଉପଚାର ରହିଛି। ଆଜି ଆମେ ଆପଣଙ୍କୁ ସେହି ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ।

stomach pain

– ତିନି ଚାରୋଟି ରସୁଣ କୋଲାକୁ ରାଶିରେ ବାଟି ଖାଇଲେ ପେଟ ରୋଗ ଭଲ ହୁଏ ।

-ଖାଦ୍ୟ ଖାଇବା ପରେ ଖଣ୍ଡେ ଅଦା ଚୋବାଇ ଖାଇଲେ ପେଟର ବାୟୁ, ଅଜୀର୍ଣ୍ଣ, ବାନ୍ତି ଓ ନାଳ ଝାଡା ଆଦି ଭଲ ହୋଇଥାଏ ।

– ପୋଦିନା ପତ୍ର ରସ ସହିତ କଳା ପିପ୍ପଳୀ ଚୂର୍ଣ୍ଣ ଅଳ୍ପ ମିଶାଇ ଖାଇଲେ ଅଜୀର୍ଣ୍ଣ ଦୂର ହୁଏ । ପୋଦିନା ପତ୍ରକୁ ବାଟି ରସରେ କଳା ଲୁଣ ମିଶାଇ ଦିନକୁ ୩/୪ ଥର ପିଇଲେ ପେଟ ଯନ୍ତ୍ରଣା ଭଲ ହୁଏ ।

cramp

-ପିତ୍ତ ଦୋଷ, ଅଜୀର୍ଣ୍ଣ ବାନ୍ତି ଓ ଡାଇରିଆ ରୋଗରେ ଏକ ଗ୍ଲାସ ପାଣିରେ ଚାମୁଚେ ଜିରା ପକାଇ ଅଧ ଗ୍ଲାସ ପାଣି ରହିବା ପର‌୍ୟ୍ୟନ୍ତ ତାକୁ ଫୁଟାନ୍ତୁ । ଉକ୍ତ ପାଣିକୁ ଥଣ୍ଡା କରି ଛାଣି ସେଥିରେ ଚାମୁଚେ ଧନିଆ ପତ୍ର ରସ ଓ ଟିକେ ଲୁଣ ମିଶାଇ ଦୁଇଥର ଖାଦ୍ୟ ଖାଇ ସାରିବା ପରେ ପିଇଲେ ରୋଗ ଭଲ ହୁଏ ।

– ଖାଇବା ପୂର୍ବରୁ ଅଳ୍ପ ହେଙ୍ଗୁ ଗରମ ପାଣି ସହିତ ଖାଇଲେ ଅଜୀର୍ଣ୍ଣ ଓ ପେଟ ଫମ୍ପା ରୋଗ ଭଲ ହୁଏ ।

-ପ୍ରତିଦିନ ପାନ ମଧୁରୀ ଚୋବାଇ ଖାଇଲେ ପେଟର ବାୟୁ ଦୋଷ ଭଲ ହୁଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button