ଦେଶ- ବିଦେଶ

ନିଜ ରାଶିରୁ ଜାଣନ୍ତୁ ଜୀବନରେ ଆପଣଙ୍କୁ କେଉଁ କେଉଁ ଦୁଃଖ ସହିବାକୁ ପଡିବ

ଦୁଃଖ ସମସ୍ତଙ୍କ ଜୀବନର ଅଂଶ ହୋଇଥାଏ । କେବଳ ଏତିକି ଅନ୍ତର ହୋଇଥାଏ କି ସମସ୍ତଙ୍କ ଜୀବନରେ ଅଲଗା ଅଲଗା ପ୍ରକାରର ଦୁଃଖ ଆସିଥାଏ ।

ଯଦି ଆପଣମାନେ ପ୍ରଥମରୁ ହିଁ ଏହି କଥା ବିଷୟରେ ଜାଣି ପାରିବେ କି ଆମ ଜୀବନରେ ଆମେ ଆଗକୁ ଯାଇ କେଉଁ ପ୍ରକାର ଦୁଖ ଦେଖିବୁ ତେବେ ଏହି ସ୍ଥିତିରେ ଆପଣ ପ୍ରଥମରୁ ହିଁ ସେହି ଦୁଃଖର ସାମ୍ନା କରିବା ପାଇଁ ପ୍ରସ୍ତୁତ ହୋଇଯିବେ । ଜ୍ୟୋତିଷ ଶାସ୍ତ୍ର ଆଧାରରେ ଆଜି ଆମେ ଆପଣମାନଙ୍କୁ ରାଶି ଅନୁରୂପ ମିଳୁଥିବା ଦୁଃଖର ସୂଚନା ଦେବୁ ।

ମେଷ :

ଏହି ରାଶିର ଜାତକମାନଙ୍କର ନିଜ ମନ ମୁତାବକ କାମ କରିବା ପୂର୍ବରୁ ଏମାନଙ୍କୁ କେତେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଏମାନେ ଜୀବନରେ ଯାହା ବି କିଛି ଚାହିଁଥାନ୍ତି ତାହା ହୋଇଥାଏ କିନ୍ତୁ ବିଭିନ୍ନ ବାଧା ବି ଆସି ଥାଏ ।

ବୃଷ :

ଏମାନଙ୍କୁ ଜୀବନରେ କେବେ ବି ପ୍ରକୃତ ପ୍ରେମ ମିଳେ ନାହିଁ । ପ୍ରେମରେ ଧୋକା କିମ୍ବା ନିରାଶା ଏମାନଙ୍କର ଭାଗ୍ୟରେ ଲେଖା ହୋଇଥାଏ ।

ମିଥୁନ :

ଏହି ଲୋକମାନଙ୍କ ଜୀବନରେ ପ୍ରାୟତଃ ଟଙ୍କାର ଅସୁବିଧା ରହିଥାଏ । ଏମାନଙ୍କର ଆମଦାନୀ ଅଧିକ ହୋଇ ନ ଥାଏ ।

କର୍କଟ :

ଏମାନଙ୍କୁ ଜୀବନରେ ଶାନ୍ତି ମିଳି ନ ଥାଏ । ଏମାନଙ୍କର ଭାଗ୍ୟ କିଛି ଏମିତି ହୋଇଥାଏ କି ଏମାନଙ୍କୁ କେବଳ ପରିଶ୍ରମ କଲେ ହିଁ ଖାଇବାକୁ ମିଳିଥାଏ ।

ସିଂହ :

ଏହି ରାଶିର ଲୋକମାନେ ନିଜ ସମ୍ପର୍କୀୟମାନଙ୍କ ପାଇଁ ଦୁଃଖୀ ରହିଥାନ୍ତି । କାରଣ ସେମାନେ ସବୁବେଳେ ଏମାନଙ୍କ ପାଇଁ ଚିନ୍ତିତ ଥାନ୍ତି ।

କନ୍ୟା :

ଏମାନଙ୍କ ଜୀବନରେ ଗୋଟିଏ ଚିନ୍ତା ଗଲେ ଅନ୍ୟ ଏକ ଚିନ୍ତା ଚାଲି ଆସେ । ଖୁସି ଏମାନଙ୍କର ଜୀବନରେ ଅଧିକ ଦିନ ପର୍ଯ୍ୟନ୍ତ ରୁହେ ନାହିଁ ।

ମକର :

ଏମାନେ ନିଜର ଦୁର୍ଭାଗ୍ୟ ପାଇଁ ଚିନ୍ତିତ  ରହିଥାନ୍ତି । ଏମାନଙ୍କର ବହୁତ ଚେଷ୍ଟା ପରେ ବି ଏମାନଙ୍କର ଦୁର୍ଭାଗ୍ୟ ଏମାନଙ୍କର ପିଛା ଛାଡେ ନାହିଁ ।

ତୁଳା :

ଏମାନଙ୍କର ଜୀବନରେ ଦୁଃଖର ମାତ୍ରା ଅଧିକ ହୋଇଥାଏ । ଯେତେବେଳ କି ସୁଖ କମ ହୋଇଥାଏ, ଏମାନେ ପ୍ରାୟତଃ ନିଜ ପାଇଁ  ଚିନ୍ତିତ ରହିଥାନ୍ତି ।

ବିଛା :

ଏମାନଙ୍କୁ ଜୀବନରେ ମାନ ସମ୍ମାନ ଓ ଇଜ୍ଜତ ମିଳି ନ ଥାଏ । ଲୋକମାନେ ସବୁବେଳେ ଏମାନଙ୍କ ଉପରେ ଈର୍ଷା କରିଥାନ୍ତି ।

ଧନୁ :

ଏହି ରାଶିମାନଙ୍କର ଶତ୍ରୁ ସଂଖ୍ୟା ଅଧିକ ହୋଇଥାଏ । ଜୀବନର ସମସ୍ତ ସ୍ଥାନରେ କୌଣସି ନା କୌଣସି ଶତ୍ରୁ ମିଳିଯାଏ ।

କୁମ୍ଭ :

ସମ୍ପର୍କ ମାମଲାରେ ଏମାନଙ୍କର ଭାଗ୍ୟ ବହୁତ ଖରାପ ହୋଇଥାଏ । ଏମାନଙ୍କର ଜୀବନରେ ଭଲ ପାଇବା ବହୁତ କମ ମିଳିଥାଏ ।

ମୀନ :

ଏମାନଙ୍କର ଜୀବନରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଲାଗି ରହିଥାଏ । ଏହା ସହିତ ଏମାନଙ୍କର ଭାଗ୍ୟ ଏମାନଙ୍କ ସାଥିରେ ନଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button