ଜ୍ୟୋତିଷ

କାଉ କୁ ପ୍ରଥମରୁ ହୋଇଯାଇଥାଏ ଭବିଷ୍ୟ ଘଟଣାର ଆଭାଷ, ଦେଇଥାଏ ଆପଣଙ୍କୁ ଏହି ୫ ଟି ବଡ ସଙ୍କେତ ?

କେବେ କେବେ କାଉ ଅଚାନକ ଆପଣଙ୍କ ଛାତ ଉପରେ ବା ଆପଣଙ୍କ ଘରକୁ ଉଡି ଆସିଥାନ୍ତି, ଏମିତିରେ ଆପଣ କହିଥାନ୍ତି କି, ବୋଧେ କୌଣସି ବନ୍ଧୁ ଆସିବାର ଅଛି । ଆଜ୍ଞା ହଁ, ପୂର୍ବ ସମୟରେ ଯେତେବେଳେ କାଉ ଛାତ ଉପରେ ବସି ବୋବାଇ ଥାଏ, ତେବେ ସମସ୍ତେ ମାନନ୍ତି କି ବନ୍ଧୁ ଆସିବାର ଅଛି । ଏହି ମାନ୍ୟତା ଆଜି ବି କିଛି ଲୋକ ମାନନ୍ତି । କାଉକୁ ଅତିଥି ଆଗମନର ସୂଚକ ଓ ପିତୃ ପୁରୁଷଙ୍କର ଆଶ୍ରୟ ସ୍ଥଳ କୁହାଯାଇଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ କାଉ ସହିତ ଯୋଡା କିଛି ଏମିତି କଥା କହିବାକୁ ଯାଉଛୁ, ଯାହାକୁ ଆପଣ ଜାଣି ନଥିବେ । ତେବେ ଚାଲନ୍ତୁ ଜାଣିବା କି ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ।

କାଉ ଦେଇଥାଏ ଏହି ସଙ୍କେତ

ତେବେ ଚାଲନ୍ତୁ ଜାଣିବା ଆମେ କାଉ ସହିତ ଜଡିତ କିଛି ଏମିତି ସଙ୍କେତ ବିଷୟରେ କହିବୁ, ଯାହାକୁ ଆପଣ ସହଜରେ ଜାଣି ପାରିବେ ଓ ନିଜକୁ ସତର୍କ କରି ପାରିବେ ।

୧. ଯଦି କାଉ ଆପଣଙ୍କର ପାଦ ଛୁଏଁ

ଯଦି ଆପଣ ସକାଳୁ ସକାଳୁ କେଉଁଠିକୁ ଯାଉଛନ୍ତି ଓ ଅଚାନକ ଏକ କାଉ ଉଡି ଆସି ଆପଣଙ୍କ ପାଦକୁ ଛୁଏଁ, ତେବେ ଏହାର ଅର୍ଥ ହେଲା କି ଆପଣଙ୍କୁ ଜୀବନରେ ବଡ ସଫଳତା ମିଳିବାର ଅଛି ଓ ଆପଣଙ୍କର ଜୀବନ ଏକ ନୂଆ ମୋଡ ନେବାର ଅଛି । ଏମିତିରେ ଏହା ବହୁତ ଶୁଭ ସଙ୍କେତ ହୋଇଥାଏ ।

୨. ଯଦି କାଉ ଆପଣଙ୍କୁ ଆଘାତ କରେ

ଯଦି ଆପଣ କେଉଁଠି ବସିଛନ୍ତି ବା ଠିଆ ହୋଇଛନ୍ତି ଓ କାଉ ଆସି ଆପଣଙ୍କ କାନ୍ଧରେ ବା ଶରୀରରେ ଆଘାତ ଦିଏ ତେବେ ଏହା ବଡ ଅଶୁଭ ସଙ୍କେତ ହୋଇଥାଏ । ଶାସ୍ତ୍ର ଅନୁସାରେ ଏମିତି ହେବା ଦ୍ଵାରା ବ୍ୟକ୍ତିକୁ ଖରାପ ଦିନର ସାମ୍ନା କରିବାକୁ ପଡିଥାଏ ଓ ତାର ଜୀବନ ଆସୁଥିବା ସମୟରେ କଷ୍ଟମୟ ରହିଥାଏ ।

୩. ଯଦି କାଉ ଛାତ ଉପରେ ଦକ୍ଷିଣ ଦିଗରେ ଆସି ବସେ

ଯଦି କାଉ ଆପଣଙ୍କ ଛାତ ଉପରେ ଆସି ଦକ୍ଷିଣ ଦିଗକୁ ମୁହଁ କରି ବୋବାଇ ବାକୁ ଲାଗିଥାଏ ତେବେ ଏହାର ଅର୍ଥ ଆପଣଙ୍କର ପରିବାରର କୌଣସି ଏକ ସଦସ୍ୟଙ୍କର ମୃତ୍ୟୁ ହେବାର ଅଛି ଓ ଏହା ବହୁତ ଖରାପ ସଙ୍କେତ ହୋଇଥାଏ ।

୪. ଯଦି ଆପଣଙ୍କୁ କାଉ ପାଣି ପିଉଥିବାର ଦେଖାଯାଏ

ଯଦି ଆପଣ କେଉଁଠାକୁ ଯାଉଛନ୍ତି ଓ ରାସ୍ତାରେ କାଉ ଆପଣଙ୍କୁ କୌଣସି ଏକ ବାସନରେ ପାଣି ପିଉଥିବାର ଦେଖାଯାଏ ତେବେ ଆପଣଙ୍କ ପାଇଁ ଏହା ଶୁଭ ସଙ୍କେତ ହୋଇଥାଏ । ଏମିତି ଦେଖାଗଲେ ଆପଣଙ୍କୁ ଧନ ଲାଭ ହୋଇଥାଏ ।

ଯଦି ଆପଣଙ୍କୁ କାଉର ମୁହଁରେ ରୁଟି ବା ମାଂସର ଏକ ଖଣ୍ଡ ଦେଖାଯାଏ ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ହୋଇଥାଏ । ଏମିତି ହୋଇଥିଲେ ଆପଣଙ୍କର କୌଣସି ଏକ ବଡ ଇଚ୍ଛା ପୁରା ହୋଇଥାଏ ଓ ଆପଣଙ୍କର ଆସୁଥିବା ସମୟ ବହୁତ ଭଲରେ କଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button