ଦେଶ- ବିଦେଶ

ସକାଳୁ ଉଠିବା ମାତ୍ରେ ନିଶ୍ଚୟ ଦେଖନ୍ତୁ ମହିଳାଙ୍କର ଏହି 1 ଜିନିଷ, ହେଇଯିବେ କୋଟିପତି- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ବ୍ୟକ୍ତି ଓ ମହାନ ପୁରୁଷ ଥିଲେ । ତାଙ୍କର ରଚିତ ଚାଣକ୍ୟ ନୀତି ଗ୍ରନ୍ଥରେ ମାନବ ସମାଜକୁ ସଠିକ ମାର୍ଗ ଦେଖାଇବା ପାଇଁ କିଛି ନୀତି ନିୟମ ଉଲ୍ଲେଖ କରା ଯାଇଛି । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିବାରୁ ନିଜ ନୀତି ଓ ଆଦର୍ଶ ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇ ଥିଲେ । ଆଜି ଆମେ ଆପଣ ମାନଙ୍କୁ ପୁରୁଷ ମାନେ କେଉଁ ଲକ୍ଷଣ ଥିବା ନାରୀ ବା ମହିଳା ମାନଙ୍କୁ ଦର୍ଶନ କରିଲେ ଶୁଭ ସଂକେତ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଆଚାର୍ଯ୍ୟ ଚାଣକ୍ୟ ଜଣେ ବିଦ୍ଵାନ ବ୍ୟକ୍ତି ଥିଲେ ।

ତାଙ୍କ ଦ୍ଵାରା କୁହା ଯାଇଥିବା ନୀତି ଗୁଡିକ ମଣିଷ ଜୀବନରେ ଅନେକ କାମରେ ଆସିଥାଏ । ନାରୀ ବା ମହିଳା ମାନଙ୍କୁ ମାନବ ଜାତିରେ ମା ବା ଦେବୀ ସ୍ୱରୂପ ମାନ୍ୟତା ଦିଆଯାଇ ଥାଏ । ପ୍ରତେକ ପୁରୁଷକୁ ନାରୀ ମାନଙ୍କୁ ସମାନ ଦେବା ଉଚିତ । ଗୋଟେ ନାରୀ ଚାହିଲେ ଘରକୁ ସ୍ଵର୍ଗ କରି ପାରିବ ଓ ଆଉ ଗୋଟେ ନାରୀ ଚାହିଲେ ଘରକୁ ନର୍କ କରିଦେଇ ପାରିବ ।

କିନ୍ତୁ ଏମିତି କିଛି ନାରୀ ମହିଳା ମାନେ ଅଛନ୍ତି ଯିଏ ନିଜର ଭଲ ଗୁଣ ବା ସ୍ଵଭାବ ପାଇଁ ପୁରୁଷ ମାନଙ୍କ ଜୀବନରେ ସୁଖ ଶାନ୍ତି ଆଣିଥାନ୍ତି । କିନ୍ତୁ ଆଉ ଏମିତି କିଛି ନାରୀ ମାନେ ଅଛନ୍ତି ଯିଏ ତାଙ୍କର ଖରାପ ଗୁଣ ବା କର୍ମ ପାଇଁ ପୁରୁଷ ମାନଙ୍କ ଜୀବନରେ ଦୁର୍ଭାଗ୍ୟ ଆଣିଥାନ୍ତି । ଏଠାରେ ଚାଣକ୍ୟଙ୍କ ମତରେ ଯେଉଁ ପୁରୁଷ ସକାଳୁ ଉଠିବା ପରେ ନିଜ ସ୍ତ୍ରୀର ମୁଖ ଦର୍ଶନ କରିଥାଏ  ତେବେ ଏହା ଗୋଟେ ପୁରୁଷ ପାଇଁ ଶୁଭ ସଂକେତ ହୋଇଥାଏ ।

ଯେଉଁ ପୁରୁଷ ଏହି କାମ କରିଥାଏ ସେ ତା ଜୀବନରେ ସଫଳ ହେବା ସହ ଦୁଖ ଦରିଦ୍ରତାରୁ ଦୂରରେ ରହିଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷ ନାରୀ ମାନଙ୍କର ଶୁଖା ଯାଇଥିବା ବସ୍ତ୍ର ଦେଖିଥାଏ ତାହା ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ତ୍ରୀକୁ ଦେବୀର ମାନ୍ୟତା ଦିଆ ଯାଇଛି । ଯଦି କୌଣସି ପୁରୁଷ ସକାଳୁ ଉଠିବା ପରେ ଜଣେ ଚରିତ୍ରବାନ ନାରୀ ବା ଯେଉଁ ନାରୀରର ସ୍ଵଭାବ ଗଙ୍ଗା ଭଳି ପବିତ୍ର ହୋଇଥିବା ସେ ନାରୀର ମୁଖ ଦେଖିଲେ ପୁରୁଷର ଦିନ ଭଲ ରହିବା ସହ ସେହି ପୁରୁଷଟି ନିଜ ଜୀବନରେ ପ୍ରଚୁର ଧନ ଲାଭ କରିଥାଏ ।

ସେହି ନାରୀ ଚରିତ୍ରବାନ ହୋଇଥାଏ ଯାହାଙ୍କ ଠାରେ ମା ଲକ୍ଷ୍ମୀଙ୍କର ବାସ ରହିଥାଏ । ଏହି ସ୍ଵଭାବ ଥିବା ନାରୀ ବା ମହିଳା ମାନେ ନିଜ ଘର ପରିବାର ପାଇଁ ଶୁଭ ହେବ ସହ ନିଜ ଦାଂପତ୍ଯ ଜୀବନରେ ମଧ୍ୟ ନିଜ ଜୀବନ ସାଥିଙ୍କ ପାଇଁ ସୌଭାଗ୍ୟଶାଳୀ ହୋଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button