ଦେଶ- ବିଦେଶ

କଂଗ୍ରେସ ଓବିସିର ସବୁଠାରୁ ବଡ଼ ଶତ୍ରୁ : ପ୍ରଧାନମନ୍ତ୍ରୀ – Kalinga News

[ad_1]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ କଂଗ୍ରେସ ନେତୃତ୍ବାଧୀନ କର୍ଣ୍ଣାଟକ ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟର ଓବିସି ତାଲିକାରେ ମୁସଲମାନ ସମ୍ପ୍ରଦାୟକୁ ଯୋଡ଼ିବା ସଂକ୍ରାନ୍ତ କର୍ଣ୍ଣାଟକ ସରକାରଙ୍କର ଏହି ନିଷ୍ପତ୍ତିକୁ ମୋଦୀ କଡ଼ା ସମାଲୋଚନା କରିଛନ୍ତି। ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏକ ନିର୍ବାଚନ ରାଲିରେ ଉଦବୋଦନ ଦେଇ ମୋଦୀ କହିଛନ୍ତି, ପୁଣିଥରେ କଂଗ୍ରେସ କର୍ଣ୍ଣାଟକରେ ଧର୍ମ ଆଧାରରେ ସମସ୍ତ ମୁସଲମାନ ଜାତିଙ୍କୁ ଓବିସିରେ ଯୋଡ଼ି ପଛଦ୍ବାରରେ ଏହା ସଂରକ୍ଷଣ ପ୍ରଦାନ କରିଛି। ଏହା କରି କଂଗ୍ରେସ ଓବିସି ସମ୍ପ୍ରଦାୟରୁ ଏକ ବଡ଼ ଅଂଶ ଛଡ଼ାଇ ଦେଇଛି। କଂଗ୍ରେସ ଏଭଳି ବିପଜ୍ଜନକ ଖେଳରେ ଯୋଗ ଦେଇଛି ଯାହା ତୁମର ଭବିଷ୍ୟତକୁ ଧ୍ବଂସ କରିଦେବ। ମୋଦୀ କହିଛନ୍ତି, ଆମ ସମ୍ବିଧାନ ସ୍ପଷ୍ଟ ଭାବେ ଧର୍ମ ଉପରେ ଆଧାରିତ ସଂରକ୍ଷଣକୁ ବାରଣ କରେ। ବାବାସାହେବ ଆମ୍ବେଦକୀ ନିଜେ ଏହାକୁ ବିରୋଧ କରନ୍ତି। କିନ୍ତୁ କଂଗ୍ରେସ ଦଳ ଅନେକ ବର୍ଷ ପୂର୍ବେ ଏହି ବିପଜ୍ଜନକ ସଂକଳ୍ପ ଆଣିଥିଲା ଏବଂ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ସେମାନେ ଲଗାତାର ଭାବେ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି ଏବଂ ସେମାନେ ନିଜର ଚାଲ୍‌ ଚଳାଇଛନ୍ତି ବୋଲି ମୋଦୀ କହିଛନ୍ତି। କଂଗ୍ରେସ ଓବିସିର ସବୁଠାରୁ ବଡ଼ ଶତ୍ରୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ଓବିସି, ଏସସି ଏବଂ ଏସଟିକୁ ଦିଆଯାଇଥିବା କୋଟାକୁ ସୁରକ୍ଷା ଦେବାପାଇଁ ବିଜେପିକୁ ୪୦୦ରୁ ଅଧିକ ଆସନରେ ଜିତିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button