ଜ୍ୟୋତିଷ

ଜଣେ ସଚ୍ଚା ପୁଅ ସବୁବେଳେ ଝିଅ ଠାରୁ ଏହି ୩ଟି ଜିନିଷ ଚାହିଁଥାଏ, ଜାଣିଲେ ଆଶ୍ଚର୍ଯ୍ୟ ହେବେ- Krishna Vani

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏହି ଦୁନିଆ ରେ ସମସ୍ତ ବ୍ୟକ୍ତି ଭଲ ପାଇଥାନ୍ତି। କିନ୍ତୁ ସମସ୍ତ ଙ୍କ ଭଲ ପାଇବା ସତ ହୋଇନଥାଏ। ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ହୃଦୟ ରୁ ଭଲ ପାଆନ୍ତି ନାହିଁ କେବଳ ନିଜର ସମୟ କଟାଇବା ପାଇଁ ଏକ ସାଥି ର ଖୋଜ କରିଥାନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଏଭଳି ୩ଟି ଜିନିଷ ସମ୍ବନ୍ଧରେ, ଯାହା ସତ ଭଲ ପାଇବା ର ପ୍ରତୀକ ହୋଇଥାଏ। ଯଦି ଜଣେ ପୁଅ ଜଣେ ଝିଅ କୁ ସତ ମନରୁ ଭଲ ପାଇଥାଏ ତେବେ ସେ ଝିଅ ଠାରୁ ଏହି ୩ଟି ଜିନିଷ ଅବଶ୍ୟ ଚାହିଁଥାଏ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମତଃ, ପ୍ରତ୍ୟେକ ଭଲ ପାଇବାରେ ସବୁଠାରୁ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ପରସ୍ପର ର ସମ୍ମାନ କରିବା। ତେଣୁ ପ୍ରତ୍ୟେକ ପୁଅ ନିଜ ପାର୍ଟନର ଙ୍କ ଠାରୁ ସମ୍ମାନ ର ଆଶା ରଖିଥାଏ ଏବଂ ଚାହିଁଥାଏ ।

ତାଙ୍କ ପାର୍ଟନର ତାଙ୍କୁ ସର୍ବଦା ସମ୍ମାନ ପ୍ରଦାନ କରୁ ଏବଂ ନିଜର ଭଲ ପାଇବା ବଦଳରେ ସେମାନଙ୍କୁ ସମ୍ମାନ ମିଳୁ। ଏହା ସହିତ ପ୍ରତ୍ୟେକ ପୁଅ ଏହା ମଧ୍ୟ ଚାହିଁଥାନ୍ତି ଯେ, ତାଙ୍କ ପାର୍ଟନର ତାଙ୍କୁ ଯେପରି କୌଣସି କଥାରେ ଜଜ୍ ନକରୁ।ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଟେ।

୨. ବନ୍ଧୁଗଣ ଦ୍ବିତୀୟତଃ, ପ୍ରତ୍ୟେକ ସମ୍ପର୍କ ରେ ଅତୀତ କୁ ଭୁଲାଇ ଦେବା ଉଚିତ। ଏହି ଦୁନିଆ ରେ ସମସ୍ତ ଙ୍କ ଅତୀତ ଭଲ ରେ କଟି ନଥାଏ। ସମସ୍ତେ କିଛି ନା କିଛି ଭୁଲ କରିଥାନ୍ତି ଏବଂ ସେହି ଭୁଲ ରୁ ହିଁ ଶିଖିଥାନ୍ତି ଏବଂ ସମ୍ଭାଳିଥାନ୍ତି। ତେଣୁ ପ୍ରତ୍ୟେକ ପୁଅ ଏହା ଚାହିଁଥାଏ ଯେ, ତାଙ୍କ ପାର୍ଟନର ତାଙ୍କୁ ନିଜର ଅତୀତ କୁ ନେଇ ଯେପରି ଜଜ୍ ନକରୁ ଏବଂ ତାଙ୍କୁ ଜୀବନ ରେ ଏକ ନୂତନ ସୁଯୋଗ ବା ମଉକା ପ୍ରଦାନ କରୁ।

ଏହା ସହିତ ଯଦି ଜଣେ ପୁଅ ନିଜ ପାର୍ଟନର କୁ ନିଜର କାମର ବ୍ୟସ୍ତତା ମଧ୍ୟରେ ସମୟ ଦେଇ ପାରୁ ନାହିଁ, ତେବେ ସେହି କାମ ଠାରୁ ତାଙ୍କୁ ଆଦୋୖ ଦୁରେଇ ଦେବା ଉଚିତ ନୁହେଁ। କାରଣ ମନୁଷ୍ୟ ର କର୍ମ ରୁ ହିଁ ତା’ର ପରିଚୟ ସୃଷ୍ଟି ହୋଇଥାଏ। ଯଦି ଜଣେ ପୁଅ ନିଜ ପାର୍ଟନର କୁ ବର୍ତ୍ତମାନ ସମୟ ଦେଇପାରୁ ନାହିଁ, ତେବେ ଏହାର ଅର୍ଥ ଦୁହିଁଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବା ପାଇଁ। କାରଣ ନିଜ ପାର୍ଟନର ପାଇଁ ହିଁ କାମ କରୁଛି ଏବଂ ତାଙ୍କ ପାଇଁ ମନରେ କିଛି ଆଶା ର ସଞ୍ଚୟ କରି ପରିଶ୍ରମ କରୁଛି।ତେଣୁ ତାଙ୍କ କାମକୁ ସମ୍ମାନ ଦିଅନ୍ତୁ।

୩. ବନ୍ଧୁଗଣ ତୃତୀୟତଃ, ଯଦି ଜଣେ ପୁଅ ନିଜର ପାର୍ଟନର ପାଇଁ ଦିନ ରାତି ପରିଶ୍ରମ କରୁଛି ତେବେ ସେ ବଦଳରେ ଭଲ ପାଇବା ଏବଂ ଇମାନ୍ଦାରୀ ଚାହିଁଥାଏ।ତେଣୁ ଯେଉଁ ପୁଅ ନିଜ ପାର୍ଟନର ପ୍ରତି ନିଜକୁ ସମର୍ପିତ କରିଥାଏ, ସେଭଳି ପୁଅ ଙ୍କୁ ତାଙ୍କ ପାର୍ଟନର ଭଲ ପାଇବା ଓ ସମ୍ମାନ ପ୍ରଦାନ କରନ୍ତୁ ଏବଂ ନିଜ ସମ୍ପର୍କ ରେ ଖୁସି ର ରଙ୍ଗ ଭରି ଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button