ଜ୍ୟୋତିଷ

ଅଳତାର ଏପରି ବ୍ୟବହାର କରିବା ଦ୍ଵାରା ଗ୍ରହ ଦୋଷ, ଦୁଃଖ ଦୁର୍ଦଶା ଦୂର ହୋଇଥାଏ ଓ ଗୃହକୁ ଆସିଥାଏ ଖୁସି, ହୋଇଥାଏ ଧନର ବର୍ଷା

ଅଳତା ମହିଳା ମାନଙ୍କର ଏକ ସର୍ବୋଚ୍ଚ ସିଙ୍ଗାର ଅଟେ । ଏହା ମହିଳାଙ୍କର ପାଦ କୁ ସୁନ୍ଦର ରଖିବା ସହ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ରକ୍ଷା କରିଥାଏ । ଏହା ସହ ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ ବି କରିଥାଏ ଯାହାଫଳରେ ଗୃହ ରେ ଶୁଖ ଶାନ୍ତି ଶାନ୍ତି ଓ  ଧନ ଶମ୍ପତିରେ ପୁରୀ ଉଠେ । ସାଧାରଣତଃ ପୌରାଣିକ ବିଷୟ ବସ୍ତୁରେ ସବୁ ଦେବୀ ମାନେ ଅଳତା ପିନ୍ଧିଥିବାର ଦେଖା ଯାଏ ଏବଂ ମା ଲକ୍ଷ୍ମୀଙ୍କର ଅଳତାର ଏକ ନାମ ଅଛି ଯାହାକୁ କି ରକ୍ତ ଚରଣ ବୋଲି କୁହାଯାଏ ।

ମା ଲକ୍ଷ୍ମୀଙ୍କ ଭଳି ବିବାହିତ ମହିଳା ମାନଙ୍କ ପାଦକୁ ଖାଲି ରଖିବା ଉଚିତ ନୁହେଁ । ଏହି ଅଳତା ପିନ୍ଧିବାର ସବୁ ବିଧି ବିଧାନ ସମସ୍ତଙ୍କୁ ଠିକ ଭାବେ ଜଣା ନଥାଏ ।

ସାଧାରଣତଃ ଓଷା ବ୍ରତ ପର୍ବ ପାର୍ବଣ ଓ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ  ନାରୀ ଓ ମହିଳା ମାନେ ପାଦରେ ଅଳତାର ଶିଙ୍ଗାର କରିଥାନ୍ତି କିନ୍ତୁ ଅନ୍ୟ ସମୟରେ ପାଦକୁ ଖାଲି ରଖିଥାନ୍ତି ଏହା କରିବା ଉଚିତ ନୁହେଁ । ଏହା ଦ୍ୱାରା ରାହୁ ଗ୍ରହର ପ୍ରଭାବ ବଢିଥାଏ । ରାହୁ ଗ୍ରହ ଗୃହରେ କ୍ଷଲହ ଓ ଅଶାନ୍ତି ସୃଷ୍ଟି କରିଥାଏ । ରାହୁ ଗ୍ରହ ମା ଲକ୍ଷ୍ମୀଙ୍କ ପାଦ ଦେଖି ଶାନ୍ତି ହୋଇଥାଏ । ଏଥିପାଇଁ ମହିଳାଙ୍କ ଅଳତା ଲାଗିଥିବା ପାଦକୁ ଦେଖି ରାହୁ ଗ୍ରହ ଶାନ୍ତ ହୋଇଥାଏ ।

ଏହା ଛଡା ମାନ୍ୟତା ଅଛି କି ବିବାହ ପରେ ବୋହୁ ଶାଶୂଘରେ ନିଜର ନିତ୍ୟକର୍ମ ସାରି ଶାଶୁ ଘରର ସବୁ ମହିଳାଙ୍କ ଗୋଡ଼ରେ ଅଳତା ଲଗାଇ ସେମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରି ଥାଏ ଓ ନିଜେ ଅଳତା ଲଗାଇଥାଏ ଏହାଫଳରେ ଗୃହକୁ କେବେ ବି ଦୁଖଃ ଓ ଅଶାନ୍ତି ଆସିନଥାଏ । ମା ଲକ୍ଷ୍ମୀ ଙ୍କ କୃପା  ଦୃଷ୍ଟିରୁ ଘରେ ଶୁଖ ଶାନ୍ତି ବୃଦ୍ଧି ହୋଇଥାଏ ଓ ଶରୀରକୁ ନିରୋଗ ରଖିବା ସହ ମନ ମସ୍ତିସ୍କକୁ ଶାନ୍ତ ରଖିଥାଏ । ଶାସ୍ତ୍ର ଅନୁଯାଇ ଅଳତା ଲଗାଇବା ସମୟ ରେ ଦକ୍ଷିଣ ଦିଗକୁ ମୁହଁ କରି ଅଳତା ଲଗାଇବା ଉଚିତ ନୁହେଁ କିମ୍ବା ଘରର ଚୋୖକାଠ , ଦୁଆର ବନ୍ଧ ଉପରେ ବସି ଲଗାଇବା ଉଚିତ ନୁହେଁ ।

ଅଳତା ଏକ ପବିତ୍ର ଜିନିଷ ହୋଇଥିବାରୁ ଏହାକୁ ପବିତ୍ର ସମୟରେ ଲଗାଇବା ଉଚିତ । ମହିଳା ଅଶୌଚ କିମ୍ବା ଚୁତିକିଆ ଓ ମୂର୍ତିକିଆ ସମୟରେ ଅଳତା ଲଗାଇବା ଉଚିତ ନୁହେଁ । ମହିଳା ମାନେ ମୃତ୍ୟୁ ପରେ ସ୍ମଶାନକୁ ଗଲାବେଳେ ପାଦରେ ଅଳତା ଲଗାଯାଇଥାଏ । ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଳତାର ଆଉ ଏକ ଉପାୟ ଅଛି ଯାହାକି ବୁଧବାର ରାତି ସାରି ଆସୁଥିବ ଓ ଗୁରୁ ବାର ଆରଂମ୍ଭ ହେଉଥିବ ବା ବ୍ରହ୍ମମୁହୂର୍ତ ରେ ଲକ୍ଷ୍ମୀଙ୍କ ପାଦ ଚିହ୍ନକୁ ଅଳତା ଦ୍ୱାରା ଠାକୁର ଘର କିମ୍ବା ଘରର ମୁଖ୍ୟ ଦ୍ୱାରରେ ଆଙ୍କି ସେଥିରେ ଦୁବ ଫୁଲ ଧୂପ ଆଦି ଦେଇ ପୂଜା କରନ୍ତୁ ଫଳରେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ଯାହାଦ୍ୱାରା ଗୃହ ଶୁଖ ଶାନ୍ତି ଓ ଧନ ଧାନ୍ୟରେ ପୁରୀ ଉଠେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button