ଜ୍ୟୋତିଷ

ମାଳିକା ବଚନରେ ନାରୀଙ୍କ ବିଷୟରେ ଲିଖିତ କିଛି ବିଶେଷ କଥା, ସଭ୍ୟ ଜଗତରେ ଅସଭ୍ୟ ନାରୀ

ଆଜି ଯେଉଁ ଭାଇରସ କବଳରୁ ଆତଙ୍କିତ ହେଉଛୁ ଆମେ ତାହାକୁ ନିଜେ ଅର୍ଜନ କରିଛୁ କିନ୍ତୁ ଜୀବ ହିଂସା ଭଳି କାର୍ଯ୍ୟକୁ ଆମେ କରୁଛେ । ନିରୀହ ଜୀବମାନକର ହତ୍ୟା ଆମେ କରିଛେ ଦେଶରେ ଅନ୍ୟାୟ ଅତ୍ୟାଚାର ବଢି ଚାଲିଥିବା ସମୟରେ ଏହି ଆତଙ୍କ ଆମକୁ ସତପଥ ରେ ଚାଲିବାର ବାଟ ଦେଖାଉଛି । ଏ ଜୀବ କିଛି ନ ହେଲେ ମୃତ୍ୟୁକୁ ଭୟ କର ।

ତା ସହିତ ଅନ୍ୟାୟ ଅତ୍ୟାଚାର ଛାଡି ଓ ପାପକୁ ଭୟ କରି ଧର୍ମ ରାସ୍ତା ଯିବାକୁ ପଡିବ । ମହାପୁରୁଷଙ୍କ ପ୍ରତେକ ବାକ୍ୟ ସତ୍ୟ ଅଟେ । ଆଗତ ଭବିଷ୍ୟତ ମାଳିକା ବଚନ ସତ୍ୟ ହବାକୁ ଯାଉଛି । ପଞ୍ଚସଖା ଯୁଗର ମହାପୁରୁଷ ପଞ୍ଚସଖା ମାଳିକା କେବଳ ରଚନା କରିଛନ୍ତି ତା ନୁହେଁ ।

ଆଗତ ଭବିଷ୍ୟତକୁ ତୁଳସୀ ଦାସ ଉତ୍ତରକାଣ୍ଡରେ ମଧ୍ୟ ସୁନ୍ଦର ଭାବରେ ରଚନା କରିଛନ୍ତି । ତା ସହିତ ତ୍ରେତୟା ଯୁଗରେ ଦଣ୍ଡକାର୍ନୟାରେ ପ୍ରଭୁ ରାମ ମା ଜାନକିଙ୍କୁ  ସୁନ୍ଦର ଭାବରେ କଳିଯୁଗ ଆଗତ ଭବିଷ୍ୟତ ବିଷୟରେ କହିଛନ୍ତି । ହେ ଜାନକୀ -ଏମତି ସମୟ ଆସିବ “ଶ୍ରୀ ରାମ ଜି ନେ କହେ ସିୟା ସେ ଏସା କଳିଯୁଗ ଆଏଗା ବାତ ପର ମାତ ପିତକୋ ବେଟା ପର ଆଙ୍ଖ ଦିଖଏଗା ” ଏହାର ମାନେ କଥା କଥାରେ ପୁଅ ମା ବାପାକୁ ଆଖି ଦେଖେଇବ ।

ଆହୁରି ମଧ୍ୟ ନାରୀ ମାନେ ମଧ୍ୟ ବିଶୃଙ୍ଖୁଳିତ ହେଇଯିବେ । ଯାହାର ପ୍ରଭାବ ସମାଜ ଉପରେ ପଡିବ ଓ ମଣିଷ  ଭୋଗିବ । ମର୍ଯ୍ୟାଦା ପୂଣ୍ୟ ଓ ଶାଳୀନତାକୁ ଭୁଲି ନାରୀମାନେ ଅନ୍ୟ ପୁରୁଷ ମାନଙ୍କ ଠାରେ ରତି ହେବେ ।

ଯାହା ମହାପୁରୁଷ  ଅଚ୍ୟୁତ ଲେଖିଥିଲେ । ସେଇଭଳି ମାଳିକା ପଦକୁ ଆମେମାନେ ମନେ ପକେଇବା । ସେହି ପଦକୁ ଛଶହ ବର୍ଷ ତଳେ ରଚନା କରିଥିଲେ । ଏହାକୁ ଶୁଣି ସାରିଲାପରେ ମାଳିକା ସତ୍ୟ ଅଟେ । ଗୋଟେ ସୁନ୍ଦର ପଦ ଆପଣଙ୍କୁ କହିବାକୁ ଯାଉଛୁ – ସୁନ୍ଦର ଯୁବକ ଦେଖିଥିଲେ ନାରୀ ସ୍ଵାମୀ ଘରୁ ଛାଡି ଯିବେ ବାହାରି । ଏମିତି ସମୟ ଆସିବ  ସୁନ୍ଦର ପୁରୁଷଙ୍କୁ ଦେଖିଲା ପରେ ସ୍ତ୍ରୀ ମାନେ ନିଜ ସ୍ଵାମୀମାନଙ୍କୁ ଭୁଲି ପର ପୁରୁଷରେ ରତ ହେବେ ।

ପୁଣି ମହାପୁରୁଷ ଲେଖିଲେ ଯେ – ଏମିତି ସମୟ ଆସିବ ସିନ୍ଦୁର ସ୍ବାମୀର ପ୍ରତୀକ ବୋଲି କହିଥାନ୍ତି ।  ସେହି ସିନ୍ଦୁର ର ସୁରକ୍ଷା ଆଉ ରହିବ ନାହିଁ । ତା ବଦଳରେ ଟିକିଲି ପିନ୍ଧିବେ । ପୁଣି ମହାପୁରୁଷ ଗୋଟେ ଭଲ ପଦ ଲେଖିଥିଲେ ସେଇଟା ହେଉଛି –

ସିନ୍ଦୁର ଛାଡିକି ଟିକିଲି  ନାଇବେ
ମୁକୁଳା କରିବେ କେସ
କୁଳ ସ୍ତ୍ରୀ ମାନେ ବଜାରରରେ ବୁଲିବେ
ଦେଖାଇଣ ନିଜ ବେଶ

ଯେଉଁ ସିନ୍ଦୁରକୁ ସ୍ନାନ କରିଯିବା ପୁରୁବରୁ ଦୁଆର ବନ୍ଧରେ ବାମ ପଟେ ରଖିଦିଆଯାଏ । ଦୁଆର ବନ୍ଧ ଆଗେ ଚାରୋଟି ଥିଲା । ଏବେ ଏରୁଣ୍ଡି ବନ୍ଧକୁ କେହି ମାନନ୍ତି ନହିଁ  । ଉପରଟା ହେଉଛି ଦେଢଶୁରଙ୍କ କାଳେ  ଛୁଆଁ  ହେଇଯିବ । ସେଥିପାଇଁ ଲୋକ ନଇକି ଯାଏ ବାମ ପାର୍ଶ୍ଵ ହେଉଛି ସ୍ବାମୀର ଯାହାକି ସିନ୍ଦୁରଟି ଦୁଆରବନ୍ଧରେ ଲଗେଇକି ସ୍ନାନ କରିବାକୁ ଯାଏ ପୁଣି ସ୍ନାନ କରିସାରିଲା ପରେ ତାକୁ ଲଗାଇଥାନ୍ତି ।

ଡାହାଣ ପାର୍ଶ୍ଵ ହେଉଛି ଗୁରୁଜନଙ୍କର ତଳ ଦୁଆର ବନ୍ଧଟି ନଣନ୍ଦ ,ଦିଅର ଅର୍ଥାତ ଛୋଟ ପିଲାମାନଙ୍କର ତାକୁ ପାଦରେ କେବେ ଆଡେଇବନି । ଦୁଆର ବନ୍ଧକୁ ସବୁବେଳେ ସମ୍ମାନ ଦେବେ । ତେଣୁ କରି ଯେଉଁଭଳି ଆମ ସମାଜରେ ଅନ୍ୟାୟ ଅତ୍ୟାଚାର ବାଢୁଛି କିନ୍ତୁ ଆପଣ ସବୁବେଳେ ଠିକ ପଥରେ ଚାଲିବାକୁ ଚେଷ୍ଟା କରିବୁ  ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button