ଦେଶ- ବିଦେଶ

ଜମି ହେଉ କିମ୍ବା ପ୍ଲଟ ସମସ୍ତଙ୍କୁ ମିଳିବ ‘ପିଏମ ଆବାସ ଯୋଜନା’ର ଲାଭ, ସରକାର ଦେବେ ୨.୫୦ ଲକ୍ଷ ଟଙ୍କା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ଏକ ଏମିତି ଯୋଜନା ଅଟେ ଯାହାର ଅନ୍ତର୍ଗତ ସରକାର ସମସ୍ତ ଲୋକମାନଙ୍କୁ ନିଜର ଘର କରିବା ପାଇଁ ତାଙ୍କୁ ସାହାର୍ଯ୍ୟ କରିଥାନ୍ତି । ଏହି ଯୋଜନା ଅନ୍ତର୍ଗତ ସରକାର କ୍ରେଡିଟ ଲିଂକ୍ଡ ସବ୍ସିଡୀ ଅନୁସାରେ ଯେଉଁ ଲୋକମାନେ ହୋମ ଲୋନ ନିଅନ୍ତି ତାଙ୍କୁ ୨.୫୦ ଟଙ୍କା ସବ୍ସିଡୀ ଦେଇଥାନ୍ତି । ସରକାର ଏହି ଯୋଜନାର ଆରମ୍ଭ ୨୦୧୫ରେ କରିଥିଲେ । ସେହି ସମୟରେ ଏହାର ନାମ ‘ହାଉସିଙ୍ଗ ଫର ଅଲ’ ଥିଲା । ଯାହାକୁ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜାନ କରି ଦିଆଗଲା ।

ଏହି ଯୋଜନା ଅନ୍ତର୍ଗତ ସରକାର ବର୍ତ୍ତମାନ ୨୦୨୦ ବର୍ଷ ପର୍ଯ୍ୟନ୍ତ ୨୬ଟି ରାଜ୍ୟ ସମେତ ୨୫୦୮ଟି ସହରକୁ ଏହି ଯୋଜନାର ଲାଭ ଦେବାକୁ ଚାହୁଁଛନ୍ତି । ସରକାରଙ୍କ ଏହି ଯୋଜନାର ଲାଭ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକମାନେ ପାଇ ସାରିଛନ୍ତି ଓ ବହୁତ ସଂଖ୍ୟାରେ ଲୋକମାନେ ଏହି ଯୋଜନାରେ ଲାଭ ଉଠାଇବାକୁ ଚାହୁଁଛନ୍ତି । କିନ୍ତୁ ଏମିତିରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି କି ତାଙ୍କ ପାଖରେ ପ୍ଲଟ କିମ୍ବା ନିଜର ସମ୍ପତ୍ତି ଅଛି ତେବେ ବି କଣ ସେ ଏହି ଯୋଜନାର ଲାଭ ଉଠାଇ ପାରିବେ ।

କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ଏହିଭଳି ଲୋକମାନଙ୍କ ପାଇଁ ଏହା ଖୁସିଖବର ଅଟେ କି ସରକାର ଏହି ସମସ୍ତ ଲୋକମାନଙ୍କୁ ବି ଏହି ଯୋଜନାର ଲାଭ ଦେଉଛନ୍ତି । କହିଦେଉଛୁ କି ଏହା ଅନୁସାରେ ଆପଣ ଟଙ୍କା ନେଇ ନିଜର ପ୍ଲଟ ବି ତିଆରି କରି ପାରିବେ । ସରକାର ଯେଉଁଥି ପାଇଁ ଆପଣଙ୍କୁ ଟଙ୍କା ଦେବେ । ଏଥିପାଇଁ ଆପଣଙ୍କୁ ଇଂଡିଭିଜୁଆଲ ହାଉସ କଂସ୍ଟ୍ରଶନ ସ୍କୀମ ଅନୁସାରେ ଲାଭ ମିଳିବ ।

ସରକାର ଏଥିପାଇଁ ଆପଣଙ୍କୁ ବିଭିନ୍ନ ପ୍ରକାରର ଲାଭ ଦେଉଛନ୍ତି । ଆପଣ ଏହା ଜରିଆରେ ସ୍ମଲ ଫାଇନେଂସ ବ୍ୟାଙ୍କ, କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ ଓ ହାଉସିଂଗ ଫାଇନେଂସ ଜରିଆରେ ବି ଆପ୍ଲାଏ କରି ପାରିବେ । ଏହା ସହିତ ସରକାର ନିଜେ ବି ସିଧା ସିଧା ଯୋଜନାର ଲାଭ ଦେଉଛନ୍ତି । ସରକାର ଲୋନ ଦେବା ପାଇଁ କମଜୋର ଆୟବର୍ଗ ଓ ମଧ୍ୟମ ଆୟ ବର୍ଗ ସମେତ ଅନ୍ୟ ପଛୁଆ ବର୍ଗର ଲୋକମାନଙ୍କ କ୍ୟାଟାଗୋରି ବି କରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button