ରାଜ୍ୟ

ବିହାରର ଏମିତି ଏକ ଗାଁ ଯେଉଁଠି ପ୍ରତ୍ୟକ ଘରେ ଅଛନ୍ତି ଆଇଆଇଟି ଇଞ୍ଜିନିୟର, ଜାଣିଲେ ବିଶ୍ବାସ ହେବ ନାହିଁ

ବର୍ତ୍ତମାନ ସମୟରେ ବହୁତ ଲୋକ ଆଇଆଇଟି ଇଞ୍ଜିନିୟର ହେବା ପାଇଁ ସ୍ଵପ୍ନ ଦେଖୁଛନ୍ତି କିନ୍ତୁ ବହୁତ କମ ଲୋକଙ୍କର ଏହି ସ୍ଵପ୍ନ ପୂରଣ ହେଉଛି । ଏକ ରିପୋର୍ଟ ଅନୁସାରେ ଆଇଆଇଟି ପରୀକ୍ଷା ଭାରତର ନୁହେଁ ବରଂ ସାରା ଦୁନିଆର ସବୁଠାରୁ କଷ୍ଟ ପରୀକ୍ଷା ବୋଲି କୁହାଯାଇଛି । ଏହି ପରୀକ୍ଷାରେ ସଫଳତା ପାଇବା ଲୋକ ଦୁନିଆରେ ବଡ ବୈଜ୍ଞାନିକ, ଇଞ୍ଜିନିୟର ଏବଂ ବଡ ଅଧିକାରୀ ହୋଇଥାନ୍ତି ।

ଏକ ଆମେରିକୀ ରିପୋର୍ଟରେ ଏହି କଥା ବି କୁହାଯାଇଛି କି ଆଇଆଇଟି ରେ ପଢୁଥିବା ଛାତ୍ର ମାନଙ୍କର ରୋଜଗାର ଦୁନିଆରେ ସବୁଠାରୁ ଅଧିକ ଅଟେ । ଆଜି ଆମେ ବିହାରର ଏକ ଗାଁ ବିଷୟରେ ଜାଣିବା ଯେଉଁ ଗାଁରେ ପ୍ରତ୍ୟକ ଘରେ ଆଇଆଇଟି ଇଞ୍ଜିନିୟର ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ବିହାରର ଗୟା ଜିଲ୍ଲାରେ ପଟୱା ଟୋଲି ଗାଁ ଆଇଆଇଟି ଇଞ୍ଜିନିୟରଙ୍କ ପାଇଁ ଜଣାଶୁଣା ଅଟେ । ଏହି ଗାଁରେ ଘରେ ଘରେ ଜଣେ ଆଇଆଇଟି ଇଞ୍ଜିନିୟର ଅଛନ୍ତି । ପ୍ରତ୍ୟକ ବର୍ଷ ସେଠାକାର ଛାତ୍ର ବହୁତ ପରିମାଣରେ ଆଇଆଇଟି ଭଳି ବଡ ସଂସ୍ଥାରେ ନାମ ଲେଖାଇ ଥାଆନ୍ତି ।

ବିହାରର ସେହି ଗାଁ ଲୋକ କୁହନ୍ତି କି ପଟୱା ଟୋଲିର ପିଲା ମାନେ ଦେଶର ସବୁଠାରୁ କଷ୍ଟ ଇଞ୍ଜିନିୟରିଙ୍ଗ ପରୀକ୍ଷା ତଥା ଆଇଆଇଟି-ଜେଇଇ ପରୀକ୍ଷା ପାସ କରିବା ପାଇଁ ଦିନ ରାତି ଏକ କରି ଦେଇଥାନ୍ତି ଏବଂ ଦୁନିଆକୁ ଭୁଲିଯାଇ ଏହି ପରୀକ୍ଷାରେ ସଫଳତା ପାଇବା ପାଇଁ ପରିଶ୍ରମ କରିଥାନ୍ତି । ଏଠାକାର ଛାତ୍ର ଆମେରିକା, କାନାଡା, ଅଷ୍ଟ୍ରେଲିଆ ଭଳି ଦେଶରେ ବଡ ବଡ ପଦବୀରେ ଚାକିରି କରୁଛନ୍ତି ।

ସେହି ଗାଁର ଲୋକମାନେ ବହୁତ ପରିଶ୍ରମ କରି ନିଜ ପିଲା ମାନଙ୍କୁ ପଢାଇ ଥାନ୍ତି ଏବଂ ସେମାନଙ୍କୁ ଭଲ ମଣିଷ କରିବା ପାଇଁ ବହୁତ କଷ୍ଟ ମଧ୍ୟ କରିଥାନ୍ତି । ନିଜ ପିଲା ମାନଙ୍କୁ ଶିକ୍ଷିତ କରିବା ପାଇଁ ତାଙ୍କ ବାପା ମାଆ ଅନ୍ୟ ପାଖରେ କାମ ମଧ୍ୟ କରିଥାନ୍ତି ଯେମିତି କି ତାଙ୍କ ପିଲାମାନେ ପାଠ ପଢି ଭଲ ମଣିଷ ହୋଇ ପାରିବେ । ତାଙ୍କର ପିଲା ମାନେ ମଧ୍ୟ ବହୁତ ପରିଶ୍ରମ କରିଥାନ୍ତି ଏବଂ ଶେଷରେ ସଫଳତା ମଧ୍ୟ ହାସଲ କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button