ଦେଶ- ବିଦେଶ

ଷ୍ଟେସନର ଫ୍ରୀ WiFi ବ୍ୟବହାର କରି ଏହି କୁଲି କରୁଥିଲା ସିବିଲ ପରୀକ୍ଷାର ପ୍ରସ୍ତୁତି, ତା ପରେ ଯାହା ହେଲା ତା ଉପରେ ବିଶ୍ଵାସ ହେବ ନାହିଁ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ସିବିଲ ସର୍ଭିସ ପରୀକ୍ଷାକୁ ପାସ କରିବା ପାଇଁ ଲକ୍ଷ ଲକ୍ଷ ଲୋକମାନେ ଚେଷ୍ଟା କରିଥାନ୍ତି । ଏହି ପରୀକ୍ଷାକୁ ପାସ କରିବା ପାଇଁ ବଡ ବଡ କୋଚିଙ୍ଗ ସେଣ୍ଟରକୁ ବି ଲୋକମାନେ ଯାଆନ୍ତି ଓ ଭିନ୍ନ ଭିନ୍ନ ବହି ବି ପଢନ୍ତି । କିନ୍ତୁ ଏହା ସତ୍ତ୍ୱେ ବି ପ୍ରାୟତଃ ଏଥିରେ ଅସଫଳ ହୋଇ ଯାଆନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଷ୍ଟେସନରେ କୁଲି କାମ କରୁଥିବା ଶ୍ରୀନାଥ ନାମକ ଏକ ଯୁବକ ସିବିଲ ସର୍ଭିସ ପରୀକ୍ଷାକୁ କୌଣସି କୋଚିଙ୍ଗ ସେଣ୍ଟର ଓ ବହିର ସାହାରା ନ ନେଇ ପାସ କରି ନେଇଛନ୍ତି ।

ଶ୍ରୀ ନାଥ କେରଳରେ ଏର୍ନାକୁଲମ ଜଙ୍କସନରେ ଗତ ୫ ବର୍ଷ ହେବ କୁଲି କାମ କରୁଥିଲେ । ସେ ବର୍ତ୍ତମାନ ହିଁ କେରଳ ପବ୍ଲିକ ସର୍ଭିସ କମିଶନ ପରୀକ୍ଷା ପାଇଁ ଫର୍ମ ଭରିଥିଲେ ଯେଉଁଥିରେ ସେ ପାସ ହୋଇଗଲେ । ଯେତେବେଳେ ତାଙ୍କୁ ଏହି ସଫଳତାର ରହସ୍ୟ ବିଷୟରେ ପଚରାଗଲା ତେବେ ସେ କହିଲେ କି ସେ ଷ୍ଟେସନରେ ମିଳୁଥିବା ଫ୍ରୀ WiFiକୁ ବ୍ୟବହାର କରି ସିବିଲ ପରୀକ୍ଷାର ପ୍ରସ୍ତୁତି କରୁଥିଲେ ।

ଶ୍ରୀନାଥ କହିଲେ କି ସେ ସିବିଲ ସର୍ଭିସର ପରୀକ୍ଷା ପାସ କରିବା ସମ୍ବନ୍ଧିତ ମୋବାଇଲରେ ବିଭିନ୍ନ ପ୍ରକାରର ଭିଡିଓ ଦେଖୁଥିଲେ ଯାହା ସାହାର୍ଯ୍ୟରେ ତାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାରେ ସାହାର୍ଯ୍ୟ ମିଳିଲା । ଶ୍ରୀନାଥଙ୍କର ପଢା ପ୍ରତି ଥିବା ଉଚ୍ଛା ବିଷୟରେ ଆପଣ ଏହି କଥାରୁ ଅନ୍ଦାଜ ଲଗାଇ ପାରିବେ କି କେବଳ ନିଜର ଖାଲି ସମୟରେ ନୁହେଁ ସେ ଲୋକମାନଙ୍କର ଜିନିଷ ଉଠାଉଥିବା ସମୟରେ ବି ନିଜ କାନରେ ଇୟରଫୋନ ଲଗାଇ ରଖୁଥିଲେ ଓ ପରୀକ୍ଷା ସମ୍ବନ୍ଧିତ ଅଡିଓ ଶୁଣୁଥିଲେ ।

ସୂତ୍ର ଅନୁସାରେ ଜଣା ପଡିଛି କି ଶ୍ରୀନାଥ ଏହା ପୂର୍ବରୁ ୩ ଥର ପରୀକ୍ଷାରେ ବସି ସାରିଛନ୍ତି । ସେହି ସମୟରୁ ହିଁ ସେ ଏହି ପରୀକ୍ଷାର ପ୍ରସ୍ତୁତି ମୋବାଇଲରେ ଷ୍ଟେସନ ର ଫ୍ରୀ WiFiର ବ୍ୟବହାର କରି କରୁଥିଲେ । କିନ୍ତୁ ଏଥର ଶ୍ରୀନାଥଙ୍କୁ ତାଙ୍କର ପରିଶ୍ରମର ଫଳ ମିଳିଲା । ୧୦ମ ପାସ ଶ୍ରୀନାଥ ଯଦି ଇଣ୍ଟରଭିୟୁରେ କ୍ୱାଲୀଫାଏ ହୋଇ ଯିବ ତେବେ ସେ ଲ୍ୟାଣ୍ଡ ରେବେନ୍ୟୁ ଡିପାର୍ଟମେଣ୍ଟ ରେ ଭିଲେଜ ଫୀଲ୍ଡ ଆସିଷ୍ଟାନ୍ଟ ରୂପରେ ନିଯୁକ୍ତ ହୋଇଯିବ ।

ଶ୍ରୀନାଥ ମନ୍ନାରର ବାସିନ୍ଦା ଅଟନ୍ତି ଓ ତାହାର ପାଖାପାଖି ଷ୍ଟେସନ ଏର୍ନାକୁଲମ ଅଟେ । ଶ୍ରୀନାଥଙ୍କର କହିବା ଅଟେ କି ଫ୍ରୀ WiFi ର ସୁବିଧା କାରଣରୁ ସେ ଏହି ପରୀକ୍ଷାକୁ ପାସ କରି ପାରିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button