ରାଜ୍ୟ

କମାଲ୍ କଲେ କୋରାପୁଟିଆ ରାପର୍, “ଡେଗା ଡେଗା… ଦେଶିଆ ପିଲା ଆମେ ବଡ଼େ ଦିଲୱାଲା…” ରାପ ଗାଇ ଜିଣୁଛନ୍ତି ସମସ୍ତଙ୍କ ମନ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆଜି କାଲିର ପିଢ଼ିଙ୍କୁ ରାପ ସଙ୍ଗ ଶୁଣିବାକୁ ବହୁତ ପସନ୍ଦ କରୁଛନ୍ତି ଏବଂ ସେହି ଭଳି ସଙ୍ଗ ବା ଗୀତ କୁ ଅଧିକ ପ୍ରଶଂସା ମଧ୍ୟ କରୁଛନ୍ତି । ତେବେ ସେହି ଭଳି ଓଲିଉଡ଼ କିମ୍ବା ବଲିଉଡ ସବୁଠି ବର୍ତ୍ତମାନ ଏହି ରାପ ଗୀତ ଶୁଣିବାକୁ ମିଳୁଛି ଏବଂ ସେହି ଗୀତ ଗାଉଥିବା ଗାୟକ ଙ୍କୁ ରାପର ମଧ୍ୟ କୁହାଯାଉଛି ।

ତେବେ ଯୁଗ ବଦଳିବା ସହ ଲୋକ ମାନଙ୍କ ର ପସନ୍ଦ ମଧ୍ୟ ବଦଳୁଛି । ତେବେ ଆମ ଓଡିଶାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ଜଣେ ଜଣେ ରାପର ବାହାରୁଛନ୍ତି । ସେମାନଙ୍କ ଗୀତ ଏବଂ ଲେଖା କୁ ମଧ୍ୟ ଲୋକମାନେ ଖୁବ ପସନ୍ଦ ଏବଂ ଆଦର ମଧ୍ୟ କରୁଛନ୍ତି । ତେବେ ଆସନ୍ତୁ ସେହି ଭଳି ଜଣେ ଓଡିଶା ର କୋରାପୁଟ ଜିଲ୍ଲା ର ଜଣେ ରାପର ବର୍ତ୍ତମାନ ନିଜ ଗୀତ କୁ ନେଇ ଖୁବ ଚର୍ଚ୍ଚିତ ତେବେ ଆସନ୍ତୁ ସେହି ଗୀତ ଏବଂ ରାପର ଙ୍କ ବିଷୟରେ କିଛି ଜାଣିନେବା ।

କୋରାପୁଟ ଜିଲ୍ଲା ର ଜଣେ ପୁଅ ଯାହାଙ୍କ ନାମ ରାହୁଲ ବର୍ତ୍ତମାନ ନିଜର ଗୀତ ଦେଶିଆ ପିଲା ଆମେ ବଡ଼ ଦିଲଵାଲା….. ଡେଗା ଡେଗା.. ଏହି ଗୀତ ବର୍ତ୍ତମାନ ଖୁବ ଭାଇରାଲ ହେଉଛି ଏବଂ ଲୋକମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

ତେବେ ଏହି ବିଷୟରେ ତାଙ୍କୁ ପଚାରିବାରୁ ସେ କହିଥିଲେ କି ତାଙ୍କର ଛୋଟ ବେଳୁ ହିଁ ରାପର ହେବା ଗୀତ ଲେଖିବା ପ୍ରତି ଖୁବ ରୁଚି ଥିଲା କିନ୍ତୁ ତାଙ୍କର ପାଠ ପଢା ଆଦି ଚକର ରେ ସେ ସଙ୍ଗୀତ କି ସମୟ ଦେଇ ପାରି ନଥିଲେ ଏବଂ ସେ ଇଂଜିନିୟରିଂ ପାଠ ମଧ୍ୟ ପଢୁଛନ୍ତି ।

କିନ୍ତୁ ଏହି କରୋନା ସମୟରେ ସବୁ ବନ୍ଦ ହେବା ପରେ ସେ ନିଜର ସାଙ୍ଗ ମାନଂକୁ ଡାକିଥିଲେ ଏବଂ ନିଜର ଲେଖା ଏକ ଗୀତ କୁ ନିଜେ ମିୟୁଜିକ୍ କମ୍ପୋସ କରି ଗାଇ ୟୁଟିୟୁବ ରେ ଅପଲୋକ କରିଥିଲେ ଗୀତ ଥିଲା ଡେଗ ଡେଗା ଏହି ଗୀତ ଟି ଖୁବ ଭାଇରାଲ ହୋଇଥିଲା ଏବଂ ଲକ୍ଷ ଲକ୍ଷ ଭିୟୁ ମଧ୍ୟ ଆସିଥିଲା ।

ଏହା ପରେ ସେ ଦେଶିଆ ପିଲା ବଡ଼ ଦିଲଵାଲା ଗୀତ ମଧ୍ୟ ଭା-ଇ-ରା-ଲ ହେଉଛି ତେବେ ସେ ଏଥିରେ କୋରାପୁଟ ର ସୌନ୍ଦର୍ଯ୍ୟ ଏବଂ ସଂସ୍କୃତି ସହ ନୂଆ ଯୁଗର କିଛି କଥା ମିଶେଇ ବନେଇଛନ୍ତି ଏବଂ ସେ ବଲିଉଡ ରାପର ହନି ସିଂ କୁ ନିଜ ଗୁରୁ ବୋଲି ମଧ୍ୟ ମାନନ୍ତି । ତେବେ ତାଙ୍କର ଆଶା କି ସେ ଜଣେ ଭଲ ଇଞ୍ଜିନିୟର ହେବା ସହ ଜଣେ ଭଲ ରାପର ମଧ୍ୟ ହେବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button