ଜ୍ୟୋତିଷ

ପେଚା ଦେଖିଲେ କଣ ସଙ୍କେତ ମିଳିଥାଏ ? ଜାଣନ୍ତୁ ଶୁଭ ଓ ଅଶୁଭ ଲକ୍ଷଣ- Ajira Anuchita

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଅନ୍ୟ ଜିନିଷ ଭଳି ପଶୁ ଓ ପକ୍ଷୀ ମଧ୍ୟ ପ୍ରକୃତିର ଏକ ଅଭିନ୍ନ ଅଙ୍ଗ ଅଟନ୍ତି ଏବଂ ଆମର ବନ୍ଧୁ ମଧ୍ୟ ଅଟନ୍ତି।ସମସ୍ତ ପଶୁପକ୍ଷୀ ଙ୍କ ଭିନ୍ନ ବିଶେଷତା ରହିଥାଏ ଏବଂ ଏହି ବିଶେଷତା ପାଇଁ ସେମାନଙ୍କୁ ଆମେ ଜାଣିଥାଉ।ବେଳେ ବେଳେ ଏମାନଙ୍କୁ ଶୁଭ ଓ ଅଶୁଭ ସହିତ ମଧ୍ୟ ତୁଳନା କରି ଦେଖା ଯାଇଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଭଳି ଏକ ପକ୍ଷୀ ସମ୍ବନ୍ଧରେ କହିବୁ ଏବଂ ତାହା ହେଉଛି ‘ପେଚା’। ବର୍ତ୍ତମାନ ସମୟରେ ମଧ୍ୟ ପେଚା ସହିତ ଜଡ଼ିତ ଶୁଭ ଓ ଅଶୁଭ ଘଟଣା ସମ୍ବନ୍ଧରେ ଲୋକମାନେ ବିଶ୍ୱାସ ରଖନ୍ତି।

କେତେକ ବ୍ୟକ୍ତି ପେଚାକୁ ଶୁଭ ବୋଲି ମାନିଥାନ୍ତି ଏବଂ କେତେକ ବ୍ୟକ୍ତି ପେଚାକୁ ଅଶୁଭ ବୋଲି ମାନିଥାନ୍ତି।କିନ୍ତୁ ମାତାଲକ୍ଷ୍ମୀ ଙ୍କ ବାହନ ପେଚା କୁ ଅଧିକାଂଶ ବ୍ୟକ୍ତି ଶୁଭ ର ପ୍ରତୀକ ବୋଲି ମାନିଥାନ୍ତି। ଅର୍ଥାତ ପେଚାକୁ ଦେଖିବା , ପେଚା ର ଶବ୍ଦ ଶୁଣିବା ଅଥବା ପେଚା ର ସ୍ପର୍ଶ ଆଦିକୁ ଶୁଭ ବୋଲି ମାନିଥାନ୍ତି।

ପେଚା ଏକ ଏଭଳି ପକ୍ଷୀ ଅଟେ ଯିଏ ଦିନରେ ଶୋଇଥାଏ ଏବଂ ରାତିରେ ଜାଗ୍ରତ ରହିଥାଏ।ପେଚା ଶରୀରର ଗଠନ ଏବଂ ତା’ର ଶବ୍ଦ ଅତ୍ୟନ୍ତ ଭୟଙ୍କର ହୋଇଥାଏ। ଏହି କାରଣ ରୁ ମଧ୍ୟ ଲୋକମାନେ ପେଚାକୁ ଅଶୁଭ ବୋଲି ମାନିଥାନ୍ତି। ରାତି ର ଶାନ୍ତିମୟ ବାତାବରଣ କୁ ପେଚା ର ଧ୍ଵନି ଭୟଙ୍କର କରି ଦେଇଥାଏ। ପେଚା ର ଆଖି ବଡ଼ ଏବଂ ମନୁଷ୍ୟ ଙ୍କ ପରି ସିଧା ହୋଇଥାଏ। ଏହାସହିତ ଏମାନଙ୍କ କାନ ମଧ୍ୟ ବଡ଼ ହୋଇଥାଏ। ପେଚା ନିଜର ବେକକୁ ଚାରି ଦିଗକୁ ବୁଲାଇ ପାରିଥାଏ।ପେଚା ନିଜର ଶିକାର ମଧ୍ୟ ରାତି ସମୟରେ କରିଥାଏ। ତେବେ ପେଚା ଉଭୟ ଶୁଭ ଓ ଅଶୁଭ ସମୟ ର ଆଗମନ ପୂର୍ବରୁ କିଛି ସଂକେତ ଦେଇଥାଏ। ତେବେ ଆସନ୍ତୁ ସେହି ସମ୍ବନ୍ଧରେ ଜାଣିବା।

୧.ବନ୍ଧୁଗଣ ଯଦି ଆପଣଙ୍କ ଦକ୍ଷିଣ ଦିଗରେ ପେଚା ହୁଁ ହୁଁ ଶବ୍ଦ କରିଥାଏ ଏବଂ ଆପଣ ପେଚା କୁ ଦେଖନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ସହିତ ବାମ ଦିଗରେ ପେଚା କୁ ଦେଖିବା ଶୁଭ ବୋଲି ମାନା ଯାଇଥାଏ।

୨. ବନ୍ଧୁଗଣ ଯଦି ଆପଣଙ୍କ ଘରର ଛାତ ଉପରେ ବା ଘର ଦ୍ୱାର ସମ୍ମୁଖରେ ପେଚା ବସିଥାଏ ତେବେ ତାହା ଅଶୁଭ ହୋଇଥାଏ ଏବଂ ଏହା ଭବିଷ୍ୟତ ରେ ହେବାକୁ ଥିବା ବିପଦର ସୂଚନା ଦେଇଥାଏ।

୩. ବନ୍ଧୁଗଣ ପେଚାର ନଖ ଓ ପଞ୍ଝା ବହୁତ ଶୁଭ ହୋଇଥାଏ। ଏହାକୁ ଘରେ ରଖିବା ଶୁଭ ଦାୟକ ହୋଇଥାଏ। ଧଳା ପେଚା ମାତଲକ୍ଷ୍ମୀ ଙ୍କ ବାହନ ଅଟେ। ତେଣୁ ଯଦି ଆପଣଙ୍କ ଘରେ ଧଳା ପେଚା ପ୍ରବେଶ କରିଥାଏ, ତେବେ ତାହା ଶୁଭ ହୋଇଥାଏ।ଏହାଦ୍ବାରା ଆପଣଙ୍କ ଘର ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯାଏ ଏବଂ ଆପଣ ଐଶ୍ୱର୍ଯ୍ୟ ପ୍ରାପ୍ତି କରନ୍ତି।

୪. ମଧ୍ୟରାତ୍ରି ରେ କଳା ପେଚା ର ଶବ୍ଦ ଶୁଣିବା ଅଶୁଭ ଦାୟକ ହୋଇଥାଏ। ତେଣୁ ରାତ୍ରି ସମୟରେ କେବେବି କଳା ପେଚା ର ଶବ୍ଦ ଶୁଣି ତା’କୁ ଦର୍ଶନ କରନ୍ତୁ ନାହିଁ। ଏହାଦ୍ବାରା ଭୟଭୀତ ହୋଇ ମୃ-ତ-ୟୁ ହେବାର ସମ୍ଭାବନା ମଧ୍ୟ ରହିଥାଏ।

୫. ବନ୍ଧୁଗଣ ସଂକ୍ଷେପରେ କହିବାକୁ ଗଲେ କଳା ପେଚା ଅଶୁଭ ର ପ୍ରତୀକ ହୋଇଥାଏ ଏବଂ ଧଳା ପେଚା ଶୁଭ ର ପ୍ରତୀକ। ତେଣୁ କଳା ପେଚା ଅଧିକତର ଅଶୁଭ ସଂକେତ ହୋଇଥାଏ ଏବଂ ଧଳା ପେଚା ସମସ୍ତ ପରିସ୍ଥିତି ରେ ଶୁଭ ସଂକେତ ପ୍ରଦାନ କରିଥାଏ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button