ଜ୍ୟୋତିଷ

Vastu Tips- ଶରୀରର ଏହି ଅଙ୍ଗରେ ଆଜି ହିଁ ବାନ୍ଧି ଦିଅନ୍ତୁ କଳା ସୂତା, ସାରା ଦୁନିଆ ରହିବ ଆପଣଙ୍କ ହାତ ମୁଠାରେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ହିନ୍ଦୁ ଧର୍ମର ଶାସ୍ତ୍ର ରେ ଜଣେ ଛୁଆ ଜନ୍ମ ହେଲେ ତା’କୁ କଳା ଟୀକା ଲଗାଇଥାନ୍ତୁ ଅଥବା କଳା ଫିତା ବାନ୍ଧିଥାନ୍ତି।କିନ୍ତୁ ଏହି ସବୁ ର କାରଣ ଏବଂ ଏଥି ମଧ୍ୟରେ ଥିବା ରହସ୍ୟକୁ କଣ ଆପଣ ମାନେ ଜାଣିଛନ୍ତି ? ବନ୍ଧୁଗଣ ବର୍ତ୍ତମାନ ଆମ ସମାଜ ଯେଉଁ ସ୍ଥାନରେ ଆସି ପହଂଚିଛି ଆମେ ପ୍ରାଚୀନ ନୀତି ନିୟମ କୁ ଭୁଲି ସାରିଛୁ। ଧର୍ମ କାର୍ଯ୍ୟ ରେ ଆମର ଯୋଗଦାନ ରହିନାହିଁ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଆମ ପୂର୍ବ ପୁରୁଷ ଓ ପ୍ରାଚୀନ ସଂସ୍କୃତି ରେ କିଛି ଏଭଳି ନିୟମ ରହିଛି ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଜୀବନରେ କାର୍ଯ୍ୟକାରୀ ହେଉଛି।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପ୍ରାଚୀନ ଶାସ୍ତ୍ର ଅନୁସାରେ କଳା ଫିତା କୁ ନେଇ କିଛି ଏଭଳି ନିୟମ ସମ୍ବନ୍ଧରେ କହିବୁ ଯାହା ଆମ ଜୀବନରେ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମତଃ, ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, କଳା ଫିତା ସମସ୍ତ ଖରାପ ନଜର ତଥା ନକରାତ୍ମକ ଉର୍ଜା ର ବିନାଶ କରିଥାଏ। ତେଣୁ ଖରାପ ନଜର ରୁ ବଂଚିବା ପାଇଁ କଳା ଟୀକା, କଳା ଫିତା ତଥା କଳା ପୋଷାକ ଧାରଣ କରିବା ଉଚିତ। ଯଦି ଆପଣଙ୍କ ଘରେ କ୍ଳେଶ ସୃଷ୍ଟି ହେଉଛି ତେବେ ଏହାକୁ ଦୂର କରିବା ପାଇଁ ଆପଣ ଏକ ମିଟର ର କଳା ଫିତା ନିଅନ୍ତୁ ଏବଂ ଏଥିରେ ୧୦୮ ଟି ଗଣ୍ଠି କରନ୍ତୁ।

ପ୍ରତ୍ୟକ ଗଣ୍ଠି ପାଇଁ ଓଂ ଶନିଶ୍ଚରାୟ ନମଃ ମନ୍ତ୍ର କୁ ଜପ କରନ୍ତୁ। ଏହି ଫିତା କୁ ନେଇ ଶନିଦେବ ଙ୍କ ମନ୍ଦିର ରେ ରଖି ଦିଅନ୍ତୁ। ଏହି ଉପାୟ କୁ ଆପଣ ଘରେ ମଧ୍ୟ କରି ପାରିବେ। ଆପଣ ସେହି କଳା ଫିତା କୁ ଆପଣଙ୍କ ଘରର ମୁଖ୍ୟ ଦ୍ୱାର ରେ ବାନ୍ଧି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରେ ହେଉଥିବା ସମସ୍ତ ପ୍ରକାର କ୍ଳେଶ ଦୂର ହେବ ଏବଂ କୌଣସି ପ୍ରକାର ନକରାତ୍ମକ ଉର୍ଜା ଆପଣଙ୍କ ଘରେ ପ୍ରବେଶ କରିବ ନାହିଁ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯଦି ଆପଣଙ୍କ ପରିବାର ରେ କୌଣସି ସଦସ୍ୟ ରୋଗଗ୍ରସ୍ତ ଅଛନ୍ତି ଅଥବା ସେମାନେ ବାରମ୍ବାର କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ, ଆପଣ ଏକ କଳା ଫିତା ନିଅନ୍ତୁ ଏବଂ ତା’କୁ ଲାଲ ସିନ୍ଦୁର ଦେଇ ମନ୍ଦିର ରେ ରଖି ଦିଅନ୍ତୁ। ଏହାର ପରଦିନ ନିତ୍ୟକର୍ମ ସାରି ସ୍ୱଚ୍ଛ ହେବା ପରେ ସେହି ଫିତା କୁ ପରିବାର ର ସେହି ସଦସ୍ୟ ଙ୍କ ଗୋଡ଼ ରେ ବାନ୍ଧି ଦିଅନ୍ତୁ। ଏପରି କରିବା ଦ୍ୱାରା ତାଙ୍କ ଆଖପାଖ ରେ କୌଣସି ନକରାତ୍ମକ ଶକ୍ତି ଘୁରି ବୁଲିବ ନାହିଁ ଏବଂ କୌଣସି ଖରାପ ନଜର ତାଙ୍କୁ ଛୁଇଁ ପାରିବ ନାହିଁ।

୩. ବନ୍ଧୁଗଣ ତୃତୀୟତଃ, ଗର୍ଭବତୀ ମହିଳା ମାନଙ୍କୁ ଖୁବ ଶୀଘ୍ର ନଜର ଲାଗିଯାଏ। ଏହାଦ୍ବାରା ତାଙ୍କ ଛୁଆ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ତେଣୁ ଏଥିରୁ ବଞ୍ଚିବା ପାଇଁ ଆପଣ କଳା ଫିତା କୁ ନେଇ ଗର୍ଭବତୀ ମହିଳା ଙ୍କ ମୁଣ୍ଡ ରୁ ଗୋଡ଼ ପର୍ଯ୍ୟନ୍ତ କଳା ଫିତାକୁ ବୁଲାଇ ଦିଅନ୍ତୁ ଏବଂ ସେହି ଫିତାକୁ ନେଇ ଅଶ୍ୱସ୍ତ ଗଛ ମୂଳରେ ବା ନଦୀ ରେ ବିସର୍ଜନ କରି ଦିଅନ୍ତୁ। ଏହାଦ୍ବାରା କୌଣସି ଖରାପ ନଜର ଗର୍ଭବତୀ ମହିଳା ଙ୍କ ଉପରେ ପଡ଼ିବ ନାହିଁ ଏବଂ ସେ ଓ ତାଙ୍କ ଛୁଆ ଦୁହେଁ ସୁରକ୍ଷିତ ରହିବେ।

୪. ବନ୍ଧୁଗଣ ଚତୁର୍ଥତଃ, କଳା ଫିତା ରେ ରୁଦ୍ରାକ୍ଷ ମାଳା ଲଗାଇ ପିନ୍ଧିବା ଦ୍ୱାରା ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏହା ସହିତ ଗୋଡ଼ମୁଦି ପିନ୍ଧୁଥିବା ଆଙ୍ଗୁଠି ରେ କଳା ଫିତା ପିନ୍ଧିବା ଦ୍ଵାରା ଖରାପ ନଜର ଲାଗି ନଥାଏ। ବନ୍ଧୁଗଣ ସର୍ବଦା ମନେ ରଖିବେ କଳା ଫିତା କୁ ଅଶ୍ୱସ୍ତ ଗଛ ମୂଳରେ ପୋତି ଦେବେ ଯେପରି ଏହା କୌଣସି ବ୍ୟକ୍ତି ନ ପାଇବେ ଏବଂ କଳା ଫିତା କୁ ସବୁବେଳେ ମନ୍ଦିର ରୁ ଆଣି ଅଥବା ସ୍ୱୟଂ କିଣି ପିନ୍ଧନ୍ତୁ। କୌଣସି ବ୍ୟକ୍ତି ଦେଇଥିବା କଳା ଫିତା କେବେବି ଧାରଣ କରନ୍ତୁ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button