ଜ୍ୟୋତିଷ

ହାତରେ କେଉଁ ରେଖା ଥିଲେ ମଣିଷ ହୁଏ ଧନୀ ଓ ଜୀବନ ହୁଏ ସୁଖମୟ – Palm Astrology

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ହାତରେ ଥିବା ବିଭିନ୍ନ ପ୍ରକାର ରେଖା ର ବିଭିନ୍ନ ପ୍ରକାର ମହତ୍ୱ ରହିଛି ।ଏହି ରେଖା ସାହାଯ୍ୟ ରେ ମଣିଷ ଜୀବନରେ ଆସୁଥିବା ସୁବିଧା ଅସୁବିଧା ସବୁ ଜାଣିବାରେ ବହୁତ ସାହାଯ୍ୟ ହୋଇଥାଏ ।ଏମିତି କିଛି ରେଖା ଦ୍ଵାରା ଆମର ବହୁତ ଲାଭ ହୋଇଥାଏ ଏବଂ ଏମିତି କିଛି ରେଖା ଥାଏ ଯାହାଦ୍ଵାରା ଆମର ବହୁତ କ୍ଷତି ହୋଇଥାଏ ।ତେବେ ଆସନ୍ତୁ ଜାଣିବା ସେହି ରେଖା ଗୁଡିକ ବିଷୟରେ ।କେଉଁ ରେଖା ଦ୍ଵାରା ଆମକୁ କେଉଁ ପ୍ରକାର ସୁବିଧା ଅସୁବିଧା ସବୁ ସମ୍ମୁଖୀନ କରିବାକୁ ପଡିଥାଏ ।

ଯଦି ଆପଣଙ୍କ ହାତର ଜୀବନ ରେଖା କିମ୍ବା ମସ୍ତକ ରେଖା ମଝିରେ ଏକ ଷ୍ଟାର ଚିହ୍ନ ଥାଏ ତେବେ ସେହି ବ୍ୟକ୍ତି ଧନୀ ହୋଇଥାଏ ।

ଯଦି ହାତର ତର୍ଜନୀ ଅଙ୍ଗୁଳିର ମଝିରେ ଏକ ନକ୍ଷେତ୍ର ଚିହ୍ନ ଥାଏ ତେବେ ସେହି ବ୍ୟକ୍ତି ଭାଗ୍ୟବାନ ବା ଧନବାନ ବ୍ୟକ୍ତି ହୋଇଥାଏ

ଯଦି ହାତର ଅନାମିକା ଆଙ୍ଗୁଳିର ଉପର ପବରେ ତିନୋଟି ମଝି ପବରେ ଦୁଇଟି ଓ ତଳ ପବରେ ଗୋଟିଏ ଲେଖାଏଁ ରେଖା ଥାଏ ତେବେ ସେହି ବ୍ୟକ୍ତି ବହୁତ ଧନ ପାଇଥାଏ ଓ ବହୁତ ଭାଗ୍ୟବାନ ହୋଇଥାଏ ।

ଯଦି ହାତର ଜୀବନ ରେଖାରୁ ଏକ ଛୋଟ ରେଖା ବାହାରି ଅନାମିକା ଆଙ୍ଗୁଳି କିମ୍ବା ମାଧ୍ୟମା ଆଙ୍ଗୁଳି ଆଡକୁ ଯାଇଥିବ ତେବେ ସେହି ବ୍ୟକ୍ତି ଜୀବନରେ ବହୁତ ସଫଳ ହୋଇଥାଏ ଏବଂ ଧନବାନ ହୋଇଥାଏ ।

ଯଦି ହାତର ଜୀବନ ରେଖାର ଦୁଇ ପାଖରୁ ଛୋଟ ଛୋଟ ରେଖା ବାହାରି ଥାଏ ତେବେ ସେହି ବ୍ୟକ୍ତି ର ଆୟ ବହୁତ ଭଲ ହୋଇଥାଏ ଏବଂ ସେହି ବ୍ୟକ୍ତି ର ଦେହ ବହୁତ ଭଲ ରହିଥାଏ ।

ଯଦି ଜୀବନ ରେଖାରୁ ଭାଗ୍ୟ ରେଖା ବାହାରିଥାଏ ତେବେ ସେହି ବ୍ୟକ୍ତି ସଫଳ ହୋଇଥାଏ ଏବଂ ଧନବାନ ମଧ୍ୟ ହୋଇଥାଏ ।

ଯଦି ହାତର ମସ୍ତକ ରେଖାରୁ ତିନୋଟି ଛୋଟ ଛୋଟ ରେଖା ବାହାରି ତର୍ଜନୀ ଆଙ୍ଗୁଳିର ତଳ ଆଡ଼କୁ ଯାଇଥାଏ ତେବେ ସେହି ବ୍ୟକ୍ତି ସଫଳ ହୋଇଥାଏ ଏବଂ ଧନବାନ ମଧ୍ୟ ହୋଇଥାଏ ।

ଯଦି ହାତର ଭାଗ୍ୟ ରେଖାର ପାଖରେ ତିନୋଟି ଛୋଟ ଛୋଟ ରେଖା ବାହାରି ଥାଏ ତେବେ ସେହି ଵ୍ୟକ୍ତି ଧନବାନ ହୋଇଥାଏ ।ଯଶ ପାଇଥାଏ ଏବଂ ଆରାମ ଦାୟକ ଜୀବନ ବିତାଇଥାଏ ।

ଯଦି ହୃଦୟ ରେଖାର ଆଡକୁ ତର୍ଜନୀ ଅଙ୍ଗୁଲିର ତଳ ଆଡ଼କୁ ଛୋଟ ରେଖାର ଗୁଚ୍ଛ ବାହାରିଥାଏ ତେବେ ସେହି ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାଏ ଏବଂ ପ୍ରେମପୁର୍ଣ ଜୀବନ ବିତାଇଥାଏ ।

ଯଦି ସୂର୍ଯ୍ୟ ରେଖାରୁ ଛୋଟ ଛୋଟ ତିନୋଟି ରେଖା ବାହାରି ତ୍ରିଶୁଳ ଭଳି ହୋଇଥାଏ ତେବେ ସେହି ବ୍ୟକ୍ତି ପ୍ରସିଦ୍ଧ ପ୍ରତିଭା ବାନ ହୋଇଥାଏ ଏବଂ ବହୁତ ଭାଗ୍ୟଶାଳୀ ହୋଇଥାଏ ।

ଯଦି ହାତର ତର୍ଜନୀ ଆଙ୍ଗୁଳି କିଂମ୍ବା ଅନାମିକା ଆଙ୍ଗୁଳି ତଳେ ତ୍ରିଭୁଜ ଆକାର ହୋଇଥାଏ ତେବେ ସେହି ବ୍ୟକ୍ତି ଜଣେ ସଫଳ ବ୍ୟକ୍ତି ଭାବେ ପରିଚିତ ହୋଇଥାଏ ଏବଂ ଧନବାନ ହୋଇଥାଏ ।

ଯଦି ଭାଗ୍ୟ ରେଖା ର ଉପରେ ଦୀପ ଚିହ୍ନ କିମ୍ବା ଆଖି ଚିହ୍ନ ଥାଏ ତେବେ ସେହି ବ୍ୟାକ୍ତିର ଧନହାନି ହୋଇଥାଏ ବା ଆର୍ଥିକ କ୍ଷତି ଘଟିଥାଏ ।

ଯଦି ଭାଗ୍ୟ ରେଖା ଉପରେ ଚତୁର୍ଭୁଜ ଭଳି ଚିହ୍ନ ଥାଏ ତେବେ ସେହି ବ୍ୟକ୍ତିର ଆର୍ଥିକ ସମସ୍ୟା ଦେଖାଯାଏ ।ଏହାପରେ ମଧ୍ୟ ସେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଥାଏ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣ ମାନଙ୍କୁ ନିଶ୍ଚିତ ଭାବରେ ବହୁତ ପସନ୍ଦ ଆସିଥିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button