ଜ୍ୟୋତିଷ

କାହିଁକି ଶୁଖିଯାଏ ତୁଳସୀ ଗଛ, ଜାଣନ୍ତୁ ଏହାର କାରଣ – Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ ଗଛଲତା ଗୁଡ଼ିକୁ ବୁଧଗ୍ରହ ର ସ୍ୱରୂପ ବୋଲି ମାନି ନିଆଯାଇଥାଏ। ଏହି କାରଣରୁ ଯେବେବି ବୁଧ ଗ୍ରହ ନିମନ୍ତେ କୌଣସି ଉପାୟ କୁହା ଯାଇଥାଏ ତେବେ ବୃକ୍ଷ ସହିତ ଜଡ଼ିତ ଉପାୟ ହିଁ କୁହା ଯାଇଥାଏ। କେବଳ ଏହା ହିଁ ନୁହେଁ ଯେବେବି ଘରକୁ କୌଣସି ଅସୁବିଧା ର ଆଗମନ ହେବାକୁ ଥାଏ ବା ରାହୁ ଏବଂ କେତୁ ଙ୍କ ଦୃଷ୍ଟି ପଡ଼ିଥାଏ ସେତେବେଳେ ଘରେ ଥିବା ବୃକ୍ଷ ଜରିଆରେ ଜଣା ପଡ଼ିଥାଏ।

ଘରେ ଥିବା ବୃକ୍ଷ ଭବିଷ୍ୟତରେ ଥିବା ଘଟଣା କୁ ଅନୁଭବ କରିଥାନ୍ତି ଏବଂ ଏହାର ପ୍ରତିକ୍ରିୟା ମଧ୍ୟ ଦେଖାଇଥାନ୍ତି।ତୁଳସୀ ବୃକ୍ଷ ରେ ମଧ୍ୟ ଏହି ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଶାସ୍ତ୍ର ରେ ଉଲ୍ଲେଖନୀୟ ରହିଛି ଯେ ତୁଳସୀ ବୃକ୍ଷ ହେଉଛି ସବୁଠାରୁ ପବିତ୍ର ଏବଂ ଏହା ଦେବୀ ଲକ୍ଷ୍ମୀ ଙ୍କ ସ୍ୱରୂପ ଅଟେ।

ତୁଳସୀ ବୃକ୍ଷ କୁ ଘରେ ଲଗାଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଘରେ ସକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ। ଏହି ବୃକ୍ଷ ଘରେ ଲଗାଇବା ଦ୍ୱାରା କୌଣସି ସମସ୍ୟା ଆସିନଥାଏ ଏବଂ ଏହା କୌଣସି ପ୍ରକାର ନକରାତ୍ମକ ଉର୍ଜା ର ସୃଷ୍ଟି ହେବାକୁ ଦେଇନଥାଏ।

ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଯେ ବେଳେବେଳେ, ତୁଳସୀ ବୃକ୍ଷ ର ଯେତେ ଯତ୍ନ ନେଲେ ମଧ୍ୟ ତାହା ମଉଳି ଯାଇଥାଏ ଏବଂ ଶୁଖି ଯାଇଥାଏ। ବେଳବେଳେ ତୁଳସୀ ବୃକ୍ଷ ର ପତ୍ର ଶୁଖି ମରି ମଧ୍ୟ ଯାଆନ୍ତି।ତୁଳସୀ ବୃକ୍ଷ ଶୁଖିଯିବା ର ପ୍ରମୁଖ କାରଣ ରହିଛି।ବନ୍ଧୁଗଣ ଯଦି ଆପଣଙ୍କ ଘର ପରିବାର ଉପରେ ଭବିଷ୍ୟତରେ କୌଣସି ବିପଦ ଆସିବାର ସମ୍ଭାବନା ରହିଥାଏ ତେବେ ତୁଳସୀ ବୃକ୍ଷ ଶୁଖି ଯାଇଥାଏ ଏବଂ ମଉଳି ଯାଇଥାଏ।

ଯେବେବି ପରିବାର ର କୌଣସି ସଦସ୍ୟ ଙ୍କ ଉପରେ କୌଣସି ଅସୁବିଧା ଆସିବାର ସମ୍ଭାବନା ରହିଥାଏ ତେବେ ଆପଣ ମାନେ ଦେଖିବେ ଯେ, ଆପଣଙ୍କ ଘରେ ଥିବା ତୁଳସୀ ବୃକ୍ଷ ମଉଳି ଯାଇଥାଏ ଅଥବା ଶୁଖି ଯାଇ ମରିଯାଇଥାଏ।ତୁଳସୀ ବୃକ୍ଷ ର ଏହିପରି ପ୍ରତିକ୍ରିୟା ଦେଖାଗଲେ ଆପଣ ଜାଣିଯିବେ ଯେ, ଏହା ଭବିଷ୍ୟତରେ ଆସୁଥିବା ବିପଦ ର ସଙ୍କେତ ଅଟେ।

ଏହାର ବିପରୀତ ରେ ଯଦି ଆପଣଙ୍କ ଘରେ ଥିବା ତୁଳସୀ ବୃକ୍ଷ ପ୍ରଫୁଲ୍ଲିତ ଦେଖା ଯାଇଥାଏ ଏବଂ ତୁଳସୀ ଚାରା ମଧ୍ୟ ବଢ଼ିବାକୁ ଲାଗିଥାଏ ଓ ଏହା ସହିତ ଯଦି କୁଣ୍ଡ ରେ ଛୋଟ ଛୋଟ ତୁଳସୀ ପତ୍ର ଉଠିଥାଏ ତେବେ ଆପଣ ଜାଣିଯିବେ ଯେ, ଏହାର ଅର୍ଥ ଭବିଷ୍ୟତରେ ଆସୁଥିବା ଆପଣଙ୍କ ସୌଭାଗ୍ୟ। ତୁଳସୀ ବୃକ୍ଷ ର ଏପରି ପ୍ରତିକ୍ରିୟା ଦ୍ଵାରା ଆପଣ ଜାଣିବେ ଯେ, ମାତାଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଏବଂ ଖୁବ ଶୀଘ୍ର ଆପଣଙ୍କ ଘରେ ବାସ କରିବାକୁ ଯାଉଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button