ଦେଶ- ବିଦେଶ

ପ୍ରତିଦିନ ପୂଜାରେ ଦୀପ ଜଳାଇବା ସମୟରେ କହି ଦିଅନ୍ତୁ କେବଳ ଏହି ୩ଟି ନାମ, ବଡ ବଡ ଶତୃ ମଧ୍ୟ ପାଦ ତଳେ ପଡିଯିବେ- Ajira Anuchinta

ବନ୍ଧୁଗଣ ଆମେ ସବୁବେଳେ ସକାଳେ ଦୀପ ତ ଜଳାଉଥିବୁ। ଏବଂ ଦୀପ ଲଗେଇବାର ବିଶେଷ ବିଧାନ ଭି ଆମକୁ ଜଣାଥାଏ। ପ୍ରଥମ କଥା ହେଲା ଆମେ କୌଣସି ବି କାମ କରିବା ପୂର୍ବରୁ ଦୀପ ଜାଳିଥାଉ କାରଣ ଏହି ଦୀପ ମାଧ୍ୟମରେ ଆମେ ପ୍ରଭୁଙ୍କ ସହ ଯୋଡି ହୋଇରହିପାରୁଛୁ। ପ୍ରକାଶ ଯୋଗୁଁ ଆମେ ପରମାତ୍ମାଙ୍କ ସହ ଯୋଡି ହୋଇରହିଥାଉ। ଆମ ହିନ୍ଦୁ ଧର୍ମ ରେ କିଛି ବି ଶୁଭ କାର୍ଯ୍ୟ କରିବା ପୂର୍ବରୁ କିମ୍ବା ପୂଜା କରିବା ସମୟରେ ଆମେ ଦୀପ ନିଶ୍ଚିତ ଜଳେଇଥାଉ।

ଦେବୀ ଦେବତାଙ୍କ ସମ୍ମୁଖରେ ଯେଉଁ ପ୍ରକାର ର ମନୋକାମନା ଥାଏ ସେହି ଅନୁସାରେ ଦୀପ ରେ ତେଲ ଢାଳିକି ଜଳେଇଥାଉ। ତା ଛଡା ଆଉ କିଛି ମନ୍ତ୍ର ବି ଅଛି ଯାହା ଦୀପ ଜଳେଇଲା ବେଳେ କହିବା ଉଚିତ।ଏବଂ ଦୀପ ରେ କଣ ଢାଳି କି ଲଗେଇଲେ ଆମ ଶତ୍ରୁ ଶାନ୍ତ ରହିବ ଏବଂ ଆମଠୁ ଦୂରରେ ରହିବ। ତେବେ ଚାଲନ୍ତୁ ଜାଣିନେବା ସେ ପଦ୍ଧତି ଗୁଡିକ କଣ କଣ?

୧- ପ୍ରଥମ ପଦ୍ଧତି ହେଲା ଯେତେବେଳେ ବି ଆମେ ଦୀପ ଜଳେଇ ବା ସେ ପୁରୁଷ ଥାଉ କିମ୍ବା ନାରୀ ସେତେବେଳେ ମୁଣ୍ଡ ଉପରେ ଲୁଗା ଦେଇ କିମ୍ବା ମୁଣ୍ଡ କୁ ଘୋଡ଼ାଇ ଦୀପ ଜାଳିବା ଉଚିତ। ବିନା ମୁଣ୍ଡ ରେ ଲୁଗା ଦେଇ କେବେବି ଦୀପ ଜାଳିବା କଥା ନୁହେଁ ପ୍ରାୟତଃ ଲୋକମାନେ ଏହା ଭୁଲିଯାଇ ଥାନ୍ତି।

୨- ଦ୍ୱିତୀୟ ପଦ୍ଧତି ହେଲା ଯେତେବେଳେ ବି ଆମେ ଦୀପ ଜାଳିବା ଏବଂ ତାକୁ ରଖିବା ସମୟରେ ତା ତଳେ ଗୋଟା ଚାଉଳ କିମ୍ବା ଫୁଲ ପାଖୁଡ଼ା ଦେଇ ରଖିବା ଉଚିତ ଏହା ନ କଲେ ଭଗବାନ ଆମ ପୂଜା କୁ ସ୍ୱୀକାର କରିବେ ନାହିଁ। ତେବେ ଆସନ୍ତୁ ଜାଣିବା କେଉଁ ଦେବୀ ଦେବତା ମାନଙ୍କୁ ପ୍ରସନ୍ନ କରିବା ପାଇଁ କେଉଁ ପ୍ରକାର ର ଦୀପ ଜାଳିବା ଆବଶ୍ୟକ।

୧- ଯଦି ଆମେ ମାତା ଭଗବତୀ କିମ୍ବା ମାଆ ଦୁର୍ଗା ଙ୍କୁ ପ୍ରସନ୍ନ କରିବା କୁ ଚାହୁଁଛୁ ତେବେ ରାଶି ତେଲ ରେ ହିଁ ଦୀପ ଜାଳିବା ଆବଶ୍ୟକ। ଆଉ ଏଥିରେ ବଳିତା ତୁଳା ର ନ ହୋଇ ସୁତା ର ହେଇଥିବ। ଏହା ସଫଳ ପୂଜା ମାନି ନିଆଯାଏ।

୨- ଯଦି ଆମକୁ ନିଜର ଶତ୍ରୁ ମାନଙ୍କ ଠାରୁ ନିଜକୁ ଦୂରରେ ରଖିବାର ଅଛି। ସେମାନଙ୍କ ହଇରାଣ ରୁ ମୁକ୍ତି ପାଇବା କୁ ହେଲେ ଆମକୁ ସୋରିଷ ତେଲ ରେ ଦୀପ ଜାଳିବା ଆବଶ୍ୟକ।ଏହା ଦ୍ବାରା ଆମ କାର୍ଯ୍ୟ ସଫଳ ହେବା ସହ ଶତ୍ରୁ ମଧ୍ୟ ଦୂରରେ ରୁହନ୍ତି। ଏବଂ ଦୀପ ଜାଳିକି ଆମେ ଭଗବାନ ହନୁମାନଙ୍କର ଆରତୀ କରିବା ଆବଶ୍ୟକ ଏବଂ ଦୀପରେ ଦୁଇ ଟି ଲବଙ୍ଗ ରହିବା ଉଚିତ।
ଏବେ ଚାଲନ୍ତୁ ଜାଣିବା ଦୀପ ଜାଳିବା ସମୟରେ ଆମକୁ କେଉଁ ମନ୍ତ୍ର କିମ୍ବା କେଉଁ ଶବ୍ଦ କହିବା ଆବଶ୍ୟକ।

*ଦୀପ ଜଳେଇବା ସମୟରେ ଆମେ ଏହି ମନ୍ତ୍ର ପଢିବା- ଶୁଭମ କରୋତି କଲ୍ୟାଣମ ଆରୋଗ୍ୟମ ଧନ ସମ୍ପଦାମ ଶତ୍ରୁ ବୁଦ୍ଧି ବିନାଶୟ ଦୀପମ ଜ୍ୟୋତି ନମଃସ୍ତୁତେ।ଏହାର ଅର୍ଥ ହେଲା ଶୁଭ ଓ କଲ୍ୟାଣ କରୁଥିବା । ଧନ ଓ ଆରୋଗ୍ୟ ଦେଉଥିବା ଏବଂ ଶତ୍ରୁ ବୁଦ୍ଧି ର ବିନାଶକ ଦୀପକ ର ଜ୍ୟୋତି କୁ ମୋର ନମସ୍କାର।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button