ଦେଶ- ବିଦେଶ

ଏଇ ଘର ପାଇଁ ପ୍ରଧାନ ମନ୍ତ୍ରୀ Narendra Modi ଦେବେ ପ୍ରାଇଜ, ଏମିତି କଣ ଅଛି ଏହି ଘରେ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଗଜପତି ଜିଲ୍ଲା କାଶୀନଗର ଗ୍ରାମର ୪ ନମ୍ବର ୱାର୍ଡରେ ବସବାସ କରୁଥିବା ପାଲାକି ସଞ୍ଜିବ ରାଓ ଙ୍କ ଘର କୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସେ ଜଣେ ଦିନ ମଜୁରିଆ, ଏବଂ ବାହାଘର ଆଦିରେ ରୋଷେୟା ଭାବରେ କାମ କରି କିଛି ପଇସା ରୋଜଗାର କରନ୍ତି । ବହୁତ ଦିନ ଧରି ସେ ଝୁମ୍ପୁଡି ଘରେ ଦିନ କାଟୁଥିଲେ । ପକ୍କା ଘରଟିଏ କରିବା ପାଇଁ ଦେଖୁଥିଲେ ସ୍ଵପ୍ନ ।

୨୦୧୭ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିଲେ ଆଉ ମିଳିଥିବା ଦୁଇ ଲକ୍ଷ ଟଙ୍କା ଆଉ ନିଜେ ମୂଲ ମଜୁରୀ କରି ସଞ୍ଚିଥିବା କିଛି କିଛି ସାଧନରେ ତଥା ସହଯୋଗ ରେ ତିଆରି କରିଛନ୍ତି ସ୍ଵପ୍ନର ପ୍ରାସାଦ । ବର୍ତ୍ତମାନ ଏହି ଘରପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ପୁରଷ୍କୃତ ହେବା ପାଇଁ ନିମନ୍ତ୍ରିତ ମଧ୍ୟ ହୋଇଛନ୍ତି ।

ସେ କହିଛନ୍ତି ଯେ ୨୦୧୭ରେ ଆପ୍ଲିକେସନ କରିଥିଲେ ୨୦୧୮ ରେ ତାଙ୍କୁ ଘର ଆରମ୍ଭ କରିଲେ ଏବଂ ୯ ରୁ ୧୦ ମାସ ଭିତରେ ସଂପୂର୍ଣ୍ଣ ଘରକୁ କମ୍ପ୍ଲିଟ କରିଲେ । ଏହା ସହିତ ସଞ୍ଜୟ କହିଛନ୍ତି ଯେ ପରିବାର ଲୋକ ଏବଂ ପିଲା ଛୁଆ ସମସ୍ତେ ବହୁତ ଖୁସିରେ ଅଛନ୍ତି । ସରକାର ସମୁଦାୟ ୨ ଲକ୍ଷ ଟଙ୍କା ତାଙ୍କୁ ସହାୟ କରିଛନ୍ତି ଏହାପରେ ସେ ଟିକିଏ ସହଯୋଗ କରି ଘର କମ୍ପ୍ଲିଟ କରିଲେ ବର୍ତ୍ତମାନ ସେ ବହୁତ ଖୁସିରେ ଅଛନ୍ତି ବୋଲି କହିଛନ୍ତି ।

ତାଙ୍କୁ ପୁରସ୍କାର ମିଳିବ ବୋଲି ତାଙ୍କୁ ଜଣାଇଲେ ଏବଂ ସେହି କଥା ଶୁଣିବା ପରଠାରୁ ତାଙ୍କୁ ବହୁତ ଖୁସି ଲାଗୁଛି ବୋଲି କହିଛନ୍ତି । ଗାଁ ପରିବାର ସହିତ ସାହି ଲୋକେ ମଧ୍ୟ ବହୁତ ଖୁସି ଥିବାର ଜଣାପଡିଛି । ମାତ୍ର କୌଣସି ମନ୍ତ୍ରୀ ଙ୍କ ପାଖକୁ ଯିବା ଲାଗି ସେ କେବେ ଜୀବନରେ ଚିନ୍ତା କରି ନଥିଲେ ଏବଂ ଏହା ତାଙ୍କ ନିମନ୍ତେ କଷ୍ଟ ଥିଲା କିନ୍ତୁ ବର୍ତ୍ତମାନ ତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଙ୍କ ପାଖରୁ ପୁରଷ୍କୃତ ହେବାର ସୁଯୋଗ ମିଳୁଥିବାରୁ ସେ ନିଜକୁ ବହୁତ ଧନ୍ୟ ମନେ କରିଛନ୍ତି ।

ସେ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀଙ୍କୁ ଭେଟିବା ତାଙ୍କ ନିମନ୍ତେ ଗୋଟିଏ ସ୍ଵପ୍ନ କିନ୍ତୁ ନିମନ୍ତ୍ରଣ ଆସିଥିବାରୁ ସେ ବହୁତ ଖୁସି । ଏବଂ ଘର ପାଇଁ ସେ ପୁରଷ୍କୃତ ହେବାକୁ ଯାଉଥିବା କଥା ଶୁଣି ତାଙ୍କର ଆନନ୍ଦର ସୀମା ରହୁନାହିଁ । ଶ୍ରମିକ ଙ୍କ ସହିତ ମିଶି ସେ ନିଜେ ମଧ୍ୟ ଘର ତିଆରିରେ ସାହାର୍ଯ୍ୟ କରିଥିଲେ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button