ସ୍ତ୍ରୀ ଙ୍କ ଠାରୁ ଅଧିକ ନିଜ ଶାଳୀଙ୍କୁ ଭଲ ପାଆନ୍ତି Bollywood ର ଏହି 6 ଜଣ Actor, ଏକାଠି କରି ସାରିଛନ୍ତି ରୋମାନ୍ସ

ବଲିଉଡରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନଙ୍କ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଜଦି ଆପଣ ପୁରୁଣା ଦିନକୁ ମନେ ପକେଇବେ ବଲିଉଡର ବଡ଼ ପରଦାର ଏମିତି କିଛି ତାରକାଙ୍କ ଯୋଡ଼ି ଅଛି ଯେଉଁମାନେ ଏକା ସାଙ୍ଗରେ ବହୁତ ବଡ଼ ବଡ଼ ସୁପରହିଟ ଚଳଚ୍ଚିତ୍ର ଦେଇଛନ୍ତି । ଏହି ଯୋଡିକୁ ଦେଖିବା ପାଇଁ ଖାଲି ଦର୍ଶକ ନୁହଁନ୍ତି, ବଡ଼ ବଡ଼ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ମଧ୍ୟ ସେମାନଙ୍କୁ ଦେଖିବାକୁ ପସନ୍ଦ କରିଥାନ୍ତି । ହେଲେ ଆପଣ ଜାଣନ୍ତି କି ସେହି କଳାକାର (ଅଭିନେତା) ମାନେ ନିଜ ଶାଳୀ ଏବଂ ଭାଉଜଙ୍କ ସହିତ ବହୁତ ପ୍ରେମପସଙ୍ଗ(ରୋମାଣ୍ଟିକ) ଭଳି ଚଳଚ୍ଚିତ୍ର କରିଛନ୍ତି ।
ଏହି କଳାକାର ମାନଙ୍କ ସମ୍ପର୍କ ସିନେମା ଜଗତକୁ ଆସି ସାରିବା ପରେ ହୋଇଥିଲା । ତେବେ ଆସନ୍ତୁ ଜାଣିବା କେଉଁ ଅଭିନେତ୍ରୀ ନିଜ ଭିଣୋଇ ସହିତ କାମ କରିଥିଲେ ଏବଂ କେଉଁ ଅଭିନେତା ନିଜ ଭାଉଜଙ୍କ ସହିତ କାମ କରିଥିଲେ । ତେବେ ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ।

୧-ସଲମାନ୍ ଖାନ୍ ଓ ମଲାଇକା ଅରୋରା-
ମଲାଇକା ଅରୋରାଙ୍କ ବାହାଘର ସଲମାନ୍ ଖାନ୍ ଙ୍କ ବଡ଼ ଭାଇ ଅର୍ବାଜ ଖାନଙ୍କ ସାଙ୍ଗରେ ହୋଇଥିଲା । କିନ୍ତୁ ଏବେ ସେମାନଙ୍କର ଛାଡ଼ପତ୍ର ହୋଇସାରିଛି । ସଲମାନ୍ ଏବଂ ମଲାଇକା ଅରୋରାଙ୍କୁ କେବେ ଏକା ସହିତ ଅଭିନୟ କରିବାର ଦେଖା ଯାଇନଥିଲା, ହେଲେ ସଲମାନଙ୍କ ଫିଲ୍ମ ‘ଦବଙ୍ଗରେ’ ଏକ ଆଇଟମ ଗୀତରେ ନଜର ଆସିଥିଲେ ମଲାଇକା। ଏହି ଗୀତକୁ ବହୁତ ମାତ୍ରାରେ ସଫଳତା ମିଳିଥିଲା ତାହା ସାଙ୍ଗରେ ଫିଲ୍ମଟିକୁ ମଧ୍ୟ ବହୁତ ବଡ଼ ସଫଳତା ମିଳିଥିଲା । ଏହି ଗୀତକୁ ଲୋକମାନେ ଖୁବ ପସନ୍ଦ କରିଥିଲେ। ହେଲେ ମଲାଇକା ଅରୋରା ଏହି ଗୀତରେ ଛୋଟ ଛୋଟ ଡ୍ରେସ୍ ପିନ୍ଧିବା ଏବଂ ସଲମାନ ଙ୍କ ସହ ଆଇଟମ ଗୀତରେ ନଜର ଆସିବା ବିବାଦ ଘେରକୁ ଟାଣି ହେଇ ଆସିଥିଲା ।
୨-ସେଫ୍ ଅଲ୍ଲୀ ଖାନ୍ ଓ କରିଶ୍ମା କାପୁର୍-

ସେଫ୍ ଅଲ୍ଲୀ ଖାନ୍ ଓ କରୀନା କପୁର୍ ଖାନ୍ ଦୁଇଜଣ ବଲିଉଡର ଚର୍ଚ୍ଚିତ ଦମ୍ପତିଙ୍କ ଭିତରୁ ଜଣେ । ସେଫ୍ ଏବଂ କରିଶ୍ମା କାପୁର୍ ଦୁହେଁ ‘ହମ୍ ସାଥ୍ ସାଥ୍ ହେଁ’ ପାରିବାରିକ ଫିଲ୍ମରେ କାମ କରିଥିଲେ। ଏହି ଯୋଡ଼ିଙ୍କର ବଡ଼ ପରଦାର ରୋମାନ୍ସ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏଥିପାଇଁ ଦୁଇଜଣଙ୍କୁ ଦର୍ଶକ ବହୁତ ପ୍ରଶଂସା ମଧ୍ୟ କରିଥିଲେ । ଏବେ ଏହି ଦୁହିଁଙ୍କ ସଂପର୍କ ବଦଳି ଯାଇଛି । ସେଫ୍ କରିଶ୍ମାଙ୍କ ଭିଣୋଇ ହେବା ପରେ ଏବେ ଦୁହେଁ ବହୁତ ଭଲ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି।
୩-ରାଣୀ ମୁଖାର୍ଜୀ ଓ ଅଜୟ ଦେବଗନ୍-

ରାଣୀ ହେଉଛନ୍ତି କାଜଲଙ୍କର ସମ୍ପର୍କୀୟ ଭଉଣୀ, ସେହି ସଂପର୍କରୁ ଅଜୟ ତାଙ୍କ ଭିଣୋଇ ହେଲେ। ଦୁହେଁ ବହୁତ ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ରୋମାନ୍ସ ସିନ୍ ପାଇଁ ଦୁହେଁ ବହୁତ ପ୍ରଶଂସା ଓ ସଫଳତା ଅର୍ଜନ କରିଥିଲେ। ‘ଏଲ୍ ଓ ସି କାର୍ଗିଲ୍’ ଏବଂ ‘ଚୋରି ଚୋରି’ ରେ ବହୁତ ଭଲ ଅଭିନୟ କରି ସଫଳତା ପାଇଛନ୍ତି ।
୪-ଉଦୟ ଚୋପ୍ରା ଓ ରାଣୀ ମୁଖାର୍ଜୀ-

ସମ୍ପର୍କରେ ରାଣୀ ମୁଖାର୍ଜୀଙ୍କ ଦିଅର ହେବେ ଉଦୟ ଚୋପ୍ରା । ଉଦୟଙ୍କ ବଡ଼ଭାଇ ଆଦିତ୍ୟ ଚୋପ୍ରା ସହିତ ରାଣୀ ବିବାହ କରିଥିଲେ । ଯେତେବେଳେ ରାଣୀ ଉଦୟ ଚୋପ୍ରାଙ୍କ ସହିତ ‘ମୁଝ୍ସେ ଦୋସ୍ତୀ କରୋଗୀ’ ରୋମାଣ୍ଟିକ ଫିଲ୍ମରେ ଅଭିନୟ କରିଥିଲେ, ତାଙ୍କୁ ସେହି ଫିଲ୍ମ ପାଇଁ ବହୁତ ପ୍ରଶଂସା ମିଳିଥିଲା । ସେହି ଫିଲ୍ମ କରିବା ସମୟରେ ସେ ଆଦିତ୍ୟଙ୍କୁ ବିବାହ କରିନଥିଲେ ।
୫-ଅନିଲ୍ କପୁର୍ ଓ ଶ୍ରୀଦେବୀ-

ଦୁହିଁଙ୍କ ଯୋଡିକୁ ବଲିଉଡର ସବୁଠାରୁ ପସନ୍ଦ କରାଯାଉଥିବା ସୁପରହିଟ ଯୋଡ଼ି ଭିତରୁ ଗୋଟିଏ ଯୋଡ଼ି ବୋଲି କୁହାଯାଏ । ଦୁହେଁ ‘ମିଷ୍ଟର ଇଣ୍ଡିଆ’ ଫିଲ୍ମର ସଫଳତା ପରେ ବହୁତ ଫିଲ୍ମରେ ନଜର ଆସିଥିଲେ। ଦୁହେଁ ୧୪ଟି ଫିଲ୍ମରେ ଅଭିନୟ କରିଥିଲେ ଯାହା ଫଳରେ ତାଙ୍କୁ ବହୁତ ଭଲପାଇବା ମିଳିଥିଲା । ସଂପର୍କରେ ଏମାନେ ଦିଅର ଭାଉଜ ହେବେ । ଶ୍ରୀଦେବୀ ହେଉଛନ୍ତି ଅନିଲ୍ ଙ୍କ ବଡ଼ ଭାଇ ବୋନି କପୁରଙ୍କ ସ୍ତ୍ରୀ।
୬-ରଣଧିର୍ କପୁର ଓ ନିତୁ ସିଂ-

ନିତୁ ସିଂ ନିଜ କ୍ୟାରିୟର ରଣଧିର କପୁରଙ୍କ ସହ ଆରମ୍ଭ କରିଥିଲେ ଯାହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଢୋଙ୍ଗୀ,କସ୍ମେବାଦେ, ରିକ୍ସାବାଲା, ହୀରାଲାଲ୍ ପନାଲାଲ୍, ବହୁତ ଫିଲ୍ମରେ କାମ କରିଥିଲେ। ତା ପରେ ନିତୁ ରିଷି କପୁରଙ୍କୁ ବିବାହ କରି ରଣଧିରଙ୍କ ଭାଉଜ ହୋଇ ଯାଇଥିଲେ।




