ଜ୍ୟୋତିଷ

ଜୀବନରେ ଏହି ୬ ଟି ପାପ କରୁଥିଲେ କେବେ ବି କ୍ଷମା କରନ୍ତି ନାହିଁ ମହାଦେବ

ତ୍ରି ଦେବଙ୍କ ମଧ୍ୟରେ ସର୍ବ ଶ୍ରେଷ୍ଠ ଅଟନ୍ତି ମହାଦେବ ଯାହାଙ୍କ ପୂଜା ପୁରା ସୃଷ୍ଟି କରିଥାଏ । ଭଗବାନ ଶିବ ଯେତେବେ ପ୍ରସନ୍ନ ହୋଇଥାନ୍ତି ତେବେ ସେ ଭୋଳାନାଥ ଅଟନ୍ତି ଓ ଯେତେବେଳେ କ୍ରୋଧିତ ହୁଅନ୍ତି ତେବେ ପ୍ରଳୟ ଆସିଥାଏ । ଏଥିପାଇଁ ମଣିଷକୁ ସବୁବେଳେ ସେହି କାମ କରିବା ଆବଶ୍ୟକ ଯାହା ପୁରା ଠିକ ଅଟେ । ଏବଂ ସେଥିରେ ପାପର ମିଶ୍ରଣ ଜମାରୁ ନଥିବ । ନହେଲେ ମହାଦେବ କେବେ ବି କ୍ଷମା କରନ୍ତି ନାହିଁ ।

ଶାସ୍ତ୍ରରେ କିଛି ଏମିତି କଥା କୁହା ଯାଇଛି ଯେଉଁ କାମ କରିବା ପାପ ହୋଇଥାଏ । ଯଦି ମହାଦେବଙ୍କ କ୍ରୋଧରୁ ବଞ୍ଚିବା ପାଇଁ ଚାହାଁନ୍ତି ତେବେ ସେହି ପାପ ନିଜ ଜୀବନରେ କରନ୍ତୁ ନାହିଁ । ନହେଲେ ଆପଣଙ୍କର ସୁଖୀ ଜୀବନ ନର୍କ ହୋଇଯିବ । ଶିବ ପୁରାଣରେ କାର୍ଯ୍ୟ, ବ୍ୟବହାର ଏବଂ ଚିନ୍ତା କରି କରା ଯାଇଥିବା ପାପ ବିଷୟରେ ବର୍ଣ୍ଣନା ଅଛି । ଏମିତି ପାପ କରିବା ଦ୍ଵାରା ମଣିଷ ଶିବଙ୍କ କୃପାରୁ ବଞ୍ଚିତ ହୋଇଥାଏ । ଏବଂ କେବେ ବି ସୁଖୀ ଜୀବନ ବ୍ଯତୀତ କରିପାରେ ନାହିଁ ।

ଆପଣ ଯାହା ଚିନ୍ତା କରନ୍ତି ତାହା ଈଶ୍ଵରଙ୍କୁ ଜଣା ଥାଏ । ଏଥିପାଇଁ ଆପଣ ନିଜ କଥା ଓ ବ୍ୟବହାରରେ କାହାରୀକୁ କ୍ଷତି ପହଞ୍ଚାଇ ପାରି ନଥାନ୍ତି କିନ୍ତୁ ଯଦି ମନରେ କାହା ପାଇଁ ଖରାପ ଚିନ୍ତାଧାରା ଆଣିଥାନ୍ତି ତେବେ ତାହା ପାପର ଶ୍ରେଣୀରେ ଆସିଥାଏ । ତେବେ ଚାଲନ୍ତୁ ଜାଣିବା କଣ ସେହି ପାପ ଯାହା ଆପଣଙ୍କୁ କରିବା କଥା ନୁହେଁ ଯାହା ଦ୍ଵାରା ଭଗବାନ ଶିବ ଆପଣଙ୍କ ଉପରେ କ୍ରୋଧିତ ହେବେ ।

୧। ଅନ୍ୟର ସ୍ତ୍ରୀ କିମ୍ବା ସ୍ବାମୀଙ୍କୁ ଖରାପ ନଜରରେ ଦେଖିବା ଅବା ତାକୁ ପାଇବାର ଇଚ୍ଛା ରଖିବା ବହୁତ ବଡ ପାପ ହୋଇଥାଏ ଓ ପୁରାଣରେ ଏହାକୁ ସବୁଠୁ ବଡ ଖରାପ କାମ ବୋଲି କୁହାଯାଇଛି ।

୨. ଅନ୍ୟର ଧନ ଉପରେ ନଜର ରଖିବା ବା ଅନ୍ୟର ଧନକୁ ହରଣ କରିବାର ଇଚ୍ଛା ରଖିବା ଭଗବାନ ଶିବଙ୍କ ନଜରରେ କ୍ଷମାହୀନ ଅଟେ ଓ ଅପରାଧ ମଧ୍ୟ ଅଟେ । ଅନ୍ୟର ଧନକୁ ସର୍ବଦା ମାଟି ସମାନ ଭାବିବା ଆବଶ୍ୟକ ।

୩. କୌଣସି ନିର୍ଦ୍ଦୋଷ ଅବା କମଜୋର ଲୋକଙ୍କୁ କଷ୍ଟ ଦେବା, କ୍ଷତି ପହଞ୍ଚାଇବା ଅବା ତାର ଧାନ ଲୁଣ୍ଠନ କରିବା, ତାହାର କାମରେ ବାଧା ଆଣିବାର ଯୋଜନା ବନାଇବା, ଏମିତି ଖରାପ ଚିନ୍ତା ରଖୁଥିବା ମଣିଷ ଉପରେ ଭଗବାନ ଶିବ କ୍ରୋଧିତ ହୋଇଥାନ୍ତି ଏବଂ ତାହାକୁ କେବେ ବି କ୍ଷମା କରନ୍ତି ନାହିଁ ।

୪. କେବେ ବି କୌଣସି ନାରୀଙ୍କୁ ଖରାପ ନଜରରେ ଦେଖିବା କଥା ନୁହେଁ । ଏମିତି ଖରାପ କାମ କରିଥିବା ମଣିଷ କେବେ ବି ସାଂସାରିକ ସୁଖ ଭୋଗି ନଥାଏ ନା ଧନ ଦ୍ଵାରା କେବେ ବି ସନ୍ତୁଷ୍ଟ ହୋଇପାରେ ।

୫. ଭଲ ରାସ୍ତା ଛାଡି ଖରାପ ରାସ୍ତାରେ ପାଦ ଦେବା ପାପ କରିବା ସହିତ ସମାନ ଅଟେ । ଏବଂ ଏହିପରି ମଣିଷକୁ ଭଗବାନ ଶିବ କ୍ଷମାର ପାତ୍ର ଭାବନ୍ତି ନାହିଁ ।

୬. ମା’ ବାପାଙ୍କୁ କ୍ଷତି ପହଞ୍ଚାଉଥିବା ଓ ତାଙ୍କୁ କଷ୍ଟ ଦେଉଥିବା ମଣିଷକୁ ଭଗବାନ ଶିବ କେବେ ବି କ୍ଷମା କରନ୍ତି ନାହିଁ । ଏମିତି କରୁଥିବା ମନୁଷ୍ୟ ଘୋର ପାପୀ ହୋଇଥାଏ । ଏମିତି କରିବା ଈଶ୍ଵରଙ୍କୁ ଦୁଃଖ ପହଞ୍ଚାଇବା ସହିତ ସମାନ ଅଟେ । ଏମିତି ପାପ କୌଣସି ବି ମଣିଷକୁ କରିବା କଥା ନୁହେଁ । ତେବେ ଆପଣ ମାନେ ଯଦି ଭଗବାନ ଶିବଙ୍କ କୃପା ପାଇବା ପାଇଁ ଚାହୁଞ୍ଚନ୍ତି ତେବେ ଏହି ସବୁ ପାପ ଠାରୁ ଦୂରେଇ ରୁହନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button