ଜ୍ୟୋତିଷ

ଆଜି ରାତିରେ ଶୋଇବା ପୂର୍ବରୁ ତୁଳସୀ ପାଖରେ କୁହନ୍ତୁ ଏହି ମନ୍ତ୍ର ବିନା ପୂଜାରେ ହେବ ସବୁ ଇଛା ପୂରଣ

ଶାସ୍ତ୍ରରେ ତୁଳସୀ ମାତାଙ୍କ ବିଷୟରେ ବହୁତ କିଛି କୁହା ଯାଇଛି, ତେବେ ସନାତନ ଧର୍ମରେ ତୁଳସିକୁ ସବୁଠାରୁ ପବିତ୍ର ଗଛ କୁହା ଯାଇଛି, ଏହାର କାରଣ ଭଗବାନ ବିଷ୍ଣୁଙ୍କୁ ତୁଳସୀ ବହୁତ ପ୍ରିୟ ଅଟନ୍ତି ଆଉ ତୁଳସୀଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହା ଯାଇଥାଏ । ତେବେ ଚୈତ୍ର ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଦିନ ସୁଦଶା ବ୍ରତ ପଡିଛି ଯାହା ବହୁତ ଶୁଭ ତିଥି ଅଟେ । ତେବେ ଏହି ଦିନ ଦେବଙ୍କ ପୂଜା ସମାପ୍ତ କରିବା ପରେ ତୁଲସୀ ଗଛ ପାଖରେ ଏହି ମନ୍ତ୍ର ଜପ କରନ୍ତୁ ଦେଖିବେ ଘରେ ଧନ ଏତେ ଆସିବ ଯେ ରଖିବା ପାଇଁ ଜାଗା ରହିବ ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ ମନ୍ତ୍ର ଦ୍ଵାରା ଆମେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ପାରିବା ।

ତୁଳସୀ ଗଛ ବହୁତ ପବିତ୍ର ହୋଇଥାଏ ଆଉ ଶାସ୍ତ୍ର ଅନୁଯାଇ ଯେଉଁ ଘରେ ତୁଳସୀ ଗଛ ପୂଜା ନିୟମିତ ରୂପରେ ହୋଇଥାଏ ସେହି ଘରେ ଦରିଦ୍ରତା କେବେ ହେଲେ ଆସି ନଥାଏ, ସେଥିପାଇଁ ସବୁ ଦିନ ତୁଳସୀ ଗଛ ପୂଜା ନିୟମିତ ରୂପରେ କରନ୍ତୁ । ତେବେ ସୁଦଶା ବ୍ରତ ଦିନ ବହୁତ ଶୁଭ ଦିନ ହୋଇଥାଏ ଏହି ଦିନ ମାତା ଲକ୍ଷ୍ମୀ ନିଜ ଭକ୍ତ ମାନଙ୍କ ପୂଜା ଦେଖିବା ପାଇଁ ସ୍ଵର୍ଗରୁ ଆସିଥାନ୍ତି, ତେବେ ଏହି ସମୟ ବହୁତ ଶୁଭ ହୋଇଥାଏ ଆପଣଙ୍କୁ ସଠିକ ଭାବରେ ପୂଜା କରି ନିଜ ମନ କଥା ତୁଳସୀଙ୍କୁ କହିବ ଉଚିତ ଏହା ଦ୍ଵାରା ଆପଣଙ୍କ ମନ ଇଛା ବହୁତ ଶୀଘ୍ର ସତ ହୋଇଥାଏ ।

କୁହା ଯାଇଛି ଯେ ଏହି ଦିନ ଘରେ ପୂଜା ସମାପ୍ତ ହେଲା ପରେ ଇଷ୍ଟଦେବଙ୍କ ପୂଜା ଅବଶ୍ୟ କରନ୍ତୁ ଆଉ ଏହା ପରେ ତୁଳସୀ ଗଛ ପାଖକୁ ଯାନ୍ତୁ, ଚଉରାକୁ ଭଲ ଭାବରେ ଧୋଇ ସଫା କରନ୍ତୁ ଏହା ପରେ ତୁଳସୀ ପତ୍ରରେ ହଳଦୀ ଆଉ ସିନ୍ଦୁର ଲଗାଇ ପ୍ରଣାମ କରନ୍ତୁ, ଏହା ପରେ ତୁଳସୀ ଗଛରେ ଶୁଦ୍ଧ ଓ ସ୍ବଚ୍ଛ ଜଳ ଗୋଟେ ପାତ୍ର ସାହାଯ୍ୟରେ ଅର୍ପଣ କରନ୍ତୁ ଆପଣ ଇଛା କଲେ ଗଙ୍ଗା ଜଳ ମଧ୍ୟ ଅର୍ପଣ କରି ପାରିବେ । ଏହା ପରେ ଆପଣ ତୁଳସୀ ଗଛ ମୂଳରେ ଘିଅ ଦୀପ ପ୍ରଜ୍ଵଳିତ କରନ୍ତୁ ଆଉ ତୁଳସୀ ମାଳରେ ଗଣି ୧୧ ଥର ଏହି ମନ୍ତ୍ର ଜାପ କରନ୍ତୁ ।

“ମହାପ୍ରସାଦ ଜନନୀ ।

ସର୍ବ ସୌଭାଗ୍ୟ ବର୍ଦ୍ଧିନୀ ॥

ଆଦି ବ୍ୟାଧି ହରାନିତ୍ୟମ ।

ତୁଳସୀ ତ୍ଵଙ୍ଗ ନମୋସ୍ଥୁତେ ॥”

ତେବେ ଏହି ମନ୍ତ୍ର ଜପ କରିବା ପରେ ଆପଣ ମାତା ତୁଳସୀଙ୍କୁ ସବୁ ମନ କଥା ଖୋଲିକି କହି ଦିଅନ୍ତୁ ଦେଖିବେ କିଛି ଦିନ ଭିତରେ ଆପଣଙ୍କୁ କିଛି ନା କିଛି ସମାଧାନ ଅବଶ୍ୟ ମିଳିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button