ଦେଶ- ବିଦେଶ

ନିଜ ଭୋକ ମେଣ୍ଟେଇବା ପାଇଁ ନିଜ ପେଟର ଛୁଆକୁ ବିକିଦେଲା ମା…ପୁରା ଘଟଣା ଶୁଣିଲେ ଆପଣ ବି କାନ୍ଦି ପକେଇବେ

ବନ୍ଧୁଗଣ, ସାଧାରଣତଃ ଗୋଟିଏ ମା’ ନିଜ ପୁଅ କୁ ପାଇବା ପାଇଁ କେତେ ଦିଅଁଙ୍କୁ ଡାକିଥାଏ ତଥା ପୂଜିଥାଏ । ଯେତେବେଳେ ମା’ କୋଳରେ ପୁଅଟେ ଆସେ ସେତେବେଳେ ମା’ ର ଖୁସି କହିଲେ ନ ସରେ । କାରଣ ଲକ୍ଷେ ଶିବ ପୂଜି ସେ ପୁଅଟିଏ ପାଇଥାଏ । କିନ୍ତୁ ଯଦି ପୁଅ କୁ ପାଳିବାକୁ ବାପା ମା’ ଙ୍କ ପାଖରେ ଟଙ୍କା ନଥାଏ ତେବେ ? ତେବେ ଦାରିଦ୍ର ରେ ପୀଡିତ ହୋଇ ଜଣେ ମା’ ତାହାର ଜନ୍ମିତ ୫ ଦିନର ଶିଶୁପୁତ୍ର କୁ ବିକ୍ରି କରିଦେଇଛି ।

ସଂସାରରେ ବଞ୍ଚିବା ଆଉ ମଣିଷ ପରି ମଣିଷଟିଏ ହେବା ପାଇଁ ନିଜର ସମ୍ପର୍କୀୟ ଙ୍କ ହାତକୁ ଟେକି ଦେଇଛି ଏହି ଗରିବ ମା’ । କିନ୍ତୁ ଏହି ମା’ ଙ୍କ ଆଖିରୁ ଝରି ପଡୁଛି ଲୁହ, ଆଉ ନିଜ ଲୁହକୁ ପଣତକାନୀରେ ପୋଛିଦେଇ ପୁଅର ଭବିଷ୍ୟତ ଗଢିବାକୁ ତଥା ପୁଅକୁ ଭଲରେ ରଖିବାକୁ ଆଜି ମା’ ତା ପୁଅକୁ ବିକି ଦେଇଛି ।

ଏହି ଘଟଣା ଟି ହେଉଛି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଥାନା ପଞ୍ଚସରଙ୍ଗ ବଳରାମପୁର ଗ୍ରାମରେ ଭଡାରେ ରହୁଥିବା ପ୍ରତିମା ପଣ୍ଡା ତାଙ୍କର ପାଞ୍ଚ ଦିନର ଜନ୍ମିତ ନବଜାତ ଶିଶୁପୁତ୍ର କୁ କେଉଁ ଆଡେ ବିକ୍ରି ଦେଇଥିବା ଅଭିଯୋଗ ହୋଇଥିଲା । ତଦନ୍ତ ରେ ପ୍ରତିମା ଏବଂ ତାଙ୍କର ସ୍ଵାମୀ ବିଜୟ ପଣ୍ଡା ନିଜର ନବଜାତ ପୁତ୍ର କୁ ତାଙ୍କର ଜଣେ ସମ୍ପର୍କୀୟ ଦମ୍ପତ୍ତି ଙ୍କୁ ବେଆଇନ ଭାବରେ ଦେଇଥିବା ଜଣା ପଡିଲା ପରେ ପୋଲିସ ସହାୟତାରେ ପ୍ରତିମା ର ସ୍ଵାମୀ ବିଜୟ ପଣ୍ଡା ପିଲାଟିକୁ ପୁଣି ଥରେ ଫେରାଇ ଆଣି ନିଶ୍ଚିନ୍ତ କୋଇଲି ଥାନାରେ ହାଜିର କରିଥିଲେ ।

ଥାନାରେ ଆସି ହାଜର ହୋଇଥିବା ଶିଶୁପୁତ୍ର କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମାନେ କଟକ ଜିଲ୍ଲା CWC ଙ୍କ ପାଖରେ ଉପସ୍ଥାପିତ କରିବା ପାଇଁ ନେବା ସହିତ ଏକ ଘଟଣାର ଅଧିକ ତଦନ୍ତ ଆଗକୁ ହେବ ବୋଲି କଟକ ଚାଇଲ୍ଡ ଲାଇନ ସଂଯୋଜକ କହିଛନ୍ତି । ପିଲାଙ୍କ ମା’ କହିଛନ୍ତି ସେ ପିଲାଙ୍କୁ ଚଳାଇ ପାରିବେ ନାହିଁ ସେଥିପାଇଁ ସେ ଜଣେ ରିଲେଟିଭ ଙ୍କୁ ଦେଇ ଦେଇଥିଲେ ।

ତେବେ ଦାରିଦ୍ରର ସୀମାଘାତରେ କିଛି ମଧ୍ୟ ସମ୍ଭବ ହୋଇପାରେ । କିନ୍ତୁ ମହିଳା ଜଣଙ୍କ କାନ୍ଦି କାନ୍ଦି କହିଛନ୍ତି ଯେ ସେ ନିଜ ଶିଶୁ ଙ୍କୁ ବିକ୍ରି କରି ନାହାନ୍ତି । ଶିଶୁ ଟି ଭଲରେ ରହିବ ବୋଲି ସେ ଜଣେ ସଚ୍ଚୋଟ ଲୋକଙ୍କ ହାତକୁ ଟେକି ଦେଇଛନ୍ତି, ତାହାର ଉଜ୍ଵଳ ଭବିଷ୍ୟତ ପାଇଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button