ରାଜ୍ୟ

ସନ୍ଧ୍ୟା ହେଲେ ନଡିଆ ଗଛରୁ ସୁଭୁଥିଲା ଭୂତର କାନ୍ଦସ୍ଵର

ଘଟଣାଟି ଏମିତି ହୋଇଥିଲା ଆପଣ ହସିବେ କି କାନ୍ଦିବେ ଆପଣ ଜାଣିପାରିବେ ନାହିଁ । କୋଣ୍ଡାପୁରରେ ଜଣେ ଫ୍ୟାମିଲି ରୁହନ୍ତି ତାଙ୍କ ଘରର ମୁରବି ଥିଲେ ଗୋବିନ୍ଦା ବାବୁ । ସେମାନେ ଜମିଦାରୀ ପରିବାରର ଅଟନ୍ତି ଓ ତାଙ୍କ ଘର ପଛରେ ଗୋଟେ ବଡ ନଡିଆ ଗଛ ଥିଲା । ତାଙ୍କା କହିବା ଅନୁଯାଇ ସେହି ଗଛରୁ ଗୋଟେ ଭୂତର କନ୍ଦିବା ସ୍ଵର ଆସୁଥିଲା । ସେ ପୁଣି ଗୋଟେ ଛୋଟ ଛୁଆର, ଆଜି ଆମେ ଜାଣିବା ସେହି ବିଷୟରେ । କର୍ନାଟକର କୋଣ୍ଡା ପୁରର ଗୋବିନ୍ଦ ବାବୁ ରହୁଥିଲେ । ତାଙ୍କ ଘରପାଖରେ ଗୋଟେ ନଡିଆ ଗଛ ଥିଲା, ସେ ନଡିଆ ଗଛରେ କେହି ଚଢି ପାରୁ ନଥିଲେ ସେଥିଲାଗି ନଡିଆ ବେସୀ ଖାଉ ନଥିଲେ ।

Image Courtesy: Google

ଘଟଣା ଏମିତି ଘଟିଥିଲା ସେ ଗଛରୁ ଗୋଟେ ଛୁଆ କାନ୍ଦିବାର ସ୍ଵର ବାରମ୍ବାର ଶୁଭୁଥିଲା । ସନ୍ଧ୍ୟା ସମୟରେ ତାଙ୍କ ଘରେ ଯେଉଁ ଛୁଆ ରିକୀ ସେଇ ନଡିଆ ଗଛ ପାଖକୁ ସୁସୁ କରିବା ପାଇଁ ଆସିଥିଲା, ସେ ସେହି ସମୟରେ ନଡିଆ ଗଛ ଉପରୁ ଗୋଟେ କନ୍ଦିବାର ସ୍ଵର ଶୁଣିଲା ଏହା ଶୁଣି ଛୁଆଟି ବେହୋସ ହୋଇଗଲା । ଗୋବିନ୍ଦ ବାବୁଙ୍କ ସ୍ତ୍ରୀ ଯେତେବେଳେ ବାହାରକୁ ଆସିଥିଲେ ସେ ଦେଖିଲେ ରିକୀ ବେହୋସ ହୋଇ ବାହାରେ ପଡିଛି । ତାକୁ ଘରକୁ ଉଠେଇ ନେଥିଲେ ଓ ତା ପରଦିନ ସକାଳୁ ପଚାରିଥିଲେ, ରିକୀ କହିଥିଲା ସେ ଗଛରେ ଜଣେ ଛୁଆ କାନ୍ଦୁଛି ଓ ଡାକିଲା ଭଳି  ଆବାଜ ଆସୁଛି ।

Image Courtesy: Google

ତାଙ୍କ ବାପା ମା ବିଶ୍ଵାସ କରିନଥିଲେ । କାରଣ ଏହି ଘରେ ସେ ଚଉଦ ପନ୍ଦର ବର୍ଷ ହେଲା ରହି ଆସୁଥିଲେ କେବେବି ଏମିତି ହୋଇନଥିଲା । ଠିକ ଦୁଇଦିନ ତଳେ ଗୋବିନ୍ଦ ବାବୁ ଗଛରେ ପାଣିଦେଉଥିବା ବେଳେ ସେ କନ୍ଦିବା ସ୍ଵର ଶୁଣିଥିଲେ । ସେ ଏହି ଗଛରେ ଭୁତ ଅଛି ଭାବି ପଣ୍ଡିତକୁ ଡ଼ାକିଥିଲେ ସେ ବ୍ରାହ୍ମଣ ପଡିଥା ଦେଖି କହିଲେକି ସେ ଗଛରେ ଭୁତ ଅଛି । କହିଲେ କି ପ୍ରଥମେ ଏହି ଗଛକୁ ମୁ ପୂଜା କରିବି । ସେ ପୁଜା କରିବା ପାଇଁ ନାନାଦି ସାମଗ୍ରୀ ମଗାଇଥିଲେ ଓ ହୋମ କରିଥିଲେ ଏହା କଲା ପରେ ମଧ୍ୟ ସେ ଛୋଟ ପିଲାର କାନ୍ଦିବାର ସ୍ଵର ଶୁଭିଥିଲା ।

Image Courtesy: Google

ତାପରେ ସେ ତାନ୍ତ୍ରିକକୁ ଡ଼ାକିଥିଲେ ସେ ଦେଖି ଠିକ ସେହି କଥା କହି ପୂଜା ପାଠ କରିଥିଲା । ତାନ୍ତ୍ରିକ ମନ୍ତ୍ର ପଢିବା ସମୟରେ ପୁଣି ସେମିତି କନ୍ଦିବାର ସ୍ଵର ଶୁଣିଲା ଏହା ଶୁଣି ତାନ୍ତ୍ରିକ ଡରିଯାଇ ପୂଜା ଛାଡି ଚାଲିଯାଇଥିଲା ।ଏତେ ପୂଜା ପାଠ କରିମଧ୍ୟ ପୁଣି ସେମିତି ଶୁଣିବାକୁ ମିଳିଥିଲା ଏହାପରେ ତାଙ୍କ ଘରଲୋକ ନିଷ୍ପତି ନେଇଥିଲେ ଘର ଛାଡିଚାଲିଯିବା ପାଇଁ । ଯେଉଁ ଘର ଏତେ କଷ୍ଟରେ ତିଆରି କରିଥିଲେ ସେ ଘର ଛାଡିଦେଇ ସହରରେ ଯାଇ ରହିଥିଲେ । ଏବେ ପ୍ରକୃତ ଘଟଣା କଣ ହୋଇଥିଲା ଜାଣିବା । ଆପଣ କଣ ଭାବୁଛନ୍ତି ସେ ନଡିଆ ଗଛ ଉପରେ ଭୁତ ଥିବା, ପୁଣି ଗୋଟେ ଛୋଟିଆଭୁତ ଏତେ ପୂଜାପାଠ ପରେ ମଧ୍ୟ ସେ ପରିସ୍ଥିତି ରହିବ । ଆପଣ ଯଦି ସେଇଆ ଭାବୁଛନ୍ତି ତା ଭୁଲ ଭାବୁଛନ୍ତି ।

Image Courtesy: Google

ଏହାର ୬ ଦିନ ପୂର୍ବରୁ ଗୋବିନ୍ଦବାବୁଙ୍କର ଜଣେ ସାଙ୍ଗ ଥିଲେ ଶଶୀପୂଜାରୀ ସେତାଙ୍କ ଘରକୁ ଆସିଥିଲେ ଓ ନଡିଆ ଗଛରେ ନଡିଆ ତୋଳିବା ପାଇଁ କହିଥିଲେ ସେ କିଛି ନଡିଆ ତୋଳିଲେ ଠିକ ସେହିସମୟରେ ତାଙ୍କ ପ୍ୟାଣ୍ଟଟି ଫାଟି ଗଲା, ସେ କଣ କଲେ ପ୍ୟାଣ୍ଟ ପକେଟରେ ଯେଉଁ ଫୋନ ଓ ପର୍ସ ଥିଲା ସାର୍ଟ ପକେଟରେ ରଖିଦେଇଥିଲେ । ସେତାଙ୍କ ସାଙ୍ଗକୁ ମଧ୍ୟ କହିଥିଲେକି ମୋ ପ୍ୟାଣ୍ଟ ଫଟି ଗଲା ବୋଲି ଆଉ ଫୋନ ଟିକୁ ଗଛର ପତ୍ର ସାଇଟରେ ରଖିଥିଲେ ଓ ଭାବିଲେ ନଡିଆ ତୋଳିସାରିଲେ ଫୋନଟିକୁ ନେଇକି ଜୀବି । ତାପରେ କଣ ହେଲା ନଡିଆ ତୋଳିଲା ପରେ ସେ ତଳକୁ ଆସିଗଲେ ନିଜେ ନଡିଆ ନେଲେ ଓ ତାଙ୍କ ସାଙ୍ଗ ଗୋବିନ୍ଦ ବାବୁଙ୍କୁ କିଛି ଦେଲେ । ତାପରେ ସେ ତାଙ୍କ ଘରକୁ ଚାଲିଗଲେ, ଆଉ ଫୋନ ପାଇଲେନୀ ବହୁତ ଖୋଜା ଖୋଜି କଲେ, ସେ ସବୁଦିନେ ଅଫିସ ଯାନ୍ତି ଓ ସନ୍ଧ୍ୟାବେଳକୁ ଆସିଲେ ତାଙ୍କ ସ୍ତ୍ରୀ ଫୋନରୁ ତାଙ୍କ ନମ୍ବରକୁ ଲାଗନ୍ତି ଜାଣନ୍ତି ଯେ ତାଙ୍କ ଫୋନ କେହି ନେଇ ନାହାନ୍ତି ଓ ସେ କୋଉଠି ରହିଜାଇଛି ।

Image Courtesy: Google

ଦିନକର ଟାଙ୍କର ମନେ ପଡିଲା ଓ ସେ ଗୋବିନ୍ଦ ବାବୁଙ୍କୁ ଫୋନ କାଲେ ଓ କହିଲେ ଆଜି ମୁତର ଘରକୁ ଜୀବି । ଗୋବିନ୍ଦ ବାବୁ କହିଲେ ଆମେ ଘରଛାଡି ସହରକୁ ଆସିଛୁ, ସେ କାରଣ ପଚାରିଲେ, ସେ କହିଲେ ସେ ନଡିଆ ଗଛରୁ ଗୋଟେ ଛୋଟ ପିଲାର କାନ୍ଦିବାର ସ୍ଵର ଶୁଭୁଚି ଲାଗୁଛି ଭୁତ ଥିଲା ଭଳି । ଏହା କହିଲା ପରେ ତାଙ୍କ ସାଙ୍ଗ ଶଶୀ ପୂଜାରୀ ଗୋବିନ୍ଦ ବାବୁଙ୍କୁ କହିଥିଲେ ମୋ ଭୁଲ ମାଗି ଥିଲେ କହିଲେ ସାଙ୍ଗ ମୋର ଫୋନଟି ତୁମ ନଡିଆ ଗଛରେ ରହିଯାଇଛି । ଆଉ ମୋର ଟିଉନ ଟା ଛୋଟ ଛୁଆ କାନ୍ଦିଲା ଭଳି ରଖିଥିଲି ସେଥିପାଇଁ ଏମିତି ତୋତେ ଶୁଣିବାକୁ ମିଳୁଥିଲା । ଏହା ଶୁଣି ଗୋବିନ୍ଦ ବାବୁ ଆସିଥିଲେ ତାଙ୍କ ଘରକୁ ଓ ତାଙ୍କ ସାଙ୍ଗ  ଆସି ନଡିଆ ଗଛରୁ ଫନଟିକୁ ବାହାର କରିଥିଲେ ଓ ଜାଣିଥିଲେ ପ୍ରକୃତ କାହାଣୀ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button