ରାଜ୍ୟ

ଓଡିଆ ଜୋକ୍ସ : ସ୍ଵାମୀ ପିକନିକରେ ସ୍ତ୍ରୀକୁ ଶ୍ମଶାନ ଘାଟ ନେଇଗଲା ତ ସ୍ତ୍ରୀ ପଚାରିଲା ଏ ମତେ ତୁମେ କଉଠି କି ନେଇ ଆସିଲ…

ବନ୍ଧୁଗଣ ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ନିଜର କାମ ଚିନ୍ତାକୁ ଦୂର କରି ଆପଣ କିଛି ମନୋରଞ୍ଜନ କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣଙ୍କ ମୁହଁରେ ହସ ଆଣିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଏହି ଓଡିଆ ଜୋକ୍ସକୁ ପଢିବା ପରେ ଆପଣ ମାନେ ନିଶ୍ଚୟ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

୧. ସ୍ତ୍ରୀ- ହେଇ ଶୁଣୁଛ, ରଇଜ ଫିଲ୍ମ ଦେଖିବାକୁ ଯିବା ?

ସ୍ଵାମୀ- ମୁଁ ସେତିକି କାବିଲ ନାହିଁ ।

ସ୍ତ୍ରୀ- ତା ହେଲେ କାବିଲ ଦେଖିବାକୁ ଚାଲ ?

ସ୍ଵାମୀ- ମୁଁ ଏତେ ରଇଜ ନୁହେଁ … ଏହା ପରେ ତାଙ୍କ ପିଲାମାନେ ଘର ମଧ୍ୟରେ ଦଙ୍ଗଲ ଫିଲ୍ମ ଦେଖିଲେ ।

୨. କାଲି ବାପା ମତେ ବିଜୁଳିର ବିଲ ଦେବା ପାଇଁ ଟଙ୍କା ଦେଇଥିଲେ ହେଲେ ମୁଁ ସବୁ ଟଙ୍କାକୁ ଲଟେରିରେ ଖର୍ଚ କରିଦେଲି ।

ଏହା ପରେ ମୁଁ ଘରକୁ ଆସିଲି, ବାପା ମୋତେ ପଚାରିଲେ ବିଲ ଦେଇଦେଲୁ ତ,

ମୁଁ ଭୟରେ କହିଦେଲି ମୁଁ ସବୁ ପଇସାକୁ ଲଟରିରେ ଲଗେଇଛି, ଆମେ ଗାଡି ଜିତିବା

ବାପା ମତେ ବହୁତ ମାରିଲେ ହେଲେ ପରଦିନ ସକାଳେ ଯେତେବେଳେ ବାପା ଘର ବାହାରକୁ ଗଲେ,

ସେତେବେଳେ ଘର ବାହାରେ ଏକ ନୂଆ ମହିନ୍ଦ୍ରା ବୋଲେରୋ ଥିଲା । ସମସ୍ତଙ୍କ ଆଖିରେ ଲୁହ ଥିଲା ଓ ଅଧିକ ମୋ ଆଖିରେ ।

କାରଣ ସେହି ଗାଡି ଥିଲା ବିଜୁଳି ବିଭାଗର ଆମ ଘର ଲାଇନ କାଟିବା ପାଇଁ ଆସିଥିଲେ । ଏହା ପରେ ବାପା ପୁଣି ମୋ ଉପରେ ବର୍ଷିଲେ ।

୩. ସ୍ଵାମୀ- କଣ ଆଜିକାଲି ତମେ ମତେ ସିଗାରେଟ ଟାଣିବାକୁ ଓ ମଦ ପିଇବାକୁ ମନା କରୁନ, କଣ ତମର ସବୁ କମ୍ପ୍ଲେନ ଶେଷ ?

ସ୍ତ୍ରୀ- ନାହିଁ, LIC ବାଲା ଆସି ମତେ ସବୁ ଫାଇଦା ବିଷୟରେ ବୁଝାଇ ଦେଇ ଯାଇଛନ୍ତି ।

୪. ରାତି ସମୟରେ ଜଣେ ଲୋକ ଏକା ଯାଉଥିଲା ।

ସେହି ସମୟରେ ହଠାତ ଦୁଇଜଣ ବ୍ୟକ୍ତି ସେହି ଲୋକ ପାଖକୁ ଆସିଲେ

ସେହି ଦୁଇଜଣ ମଧ୍ୟରୁ ଜଣେ କହିଲା- କଣ ଆପଣଙ୍କ ପାଖରେ ଏକ ଟଙ୍କାର ମୁଦ୍ରା ଅଛି ?

ଲୋକଟି ଭୟଭୀତ ହୋଇ କହିଲା ହଁ ଅଛି ମୋ ପାଖରେ ହେଲେ ତମେ ଏକ ଟଙ୍କା ନେଇ କଣ କରିବ ?

ଅନ୍ୟ ଲୋକ- ଆଜ୍ଞା ଆମେ କେବଳ ଗୋଟେ ଟସ କରିବାକୁ ଚାହୁଁଛୁ ।

ରାସ୍ତାରେ ଯାଉଥିବା ଲୋକ- କଣ ପାଇଁ ଟସ କରିବ ?

ଅନ୍ୟ ଲୋକ- ଆଜ୍ଞା ଆପଣଙ୍କ ଟଙ୍କା ଆମେ ପରସ୍ପର ମଧ୍ୟରେ ବାଣ୍ଟି ଦବୁ ହେଲେ ଆପଣଙ୍କ ଘଣ୍ଟା କିଏ ନେବ, ସେଥିପାଇଁ ଟସ କରୁଛୁ

୫. ଇତିହାସରେ ସାକ୍ଷୀ ଅଛି , ସକାଳେ ଆଲାରାମ ବନ୍ଦ କରିବା ପରେ ଯେତେ ନିଦ ଆସେ ସେତିକି ନିଦ ରାତିରେ ବି ଲାଗେ ନାହିଁ ।

୬. ଶାଶୁ- ଜ୍ଵାଇଁ ବାବୁ ପର ଜନ୍ମରେ ଆପଣ କଣ ହେବାକୁ ଚାହୁଁଛନ୍ତି ?

ଜ୍ଵାଇଁ- ଆଜ୍ଞା ମୁ ଝିଟିପିଟି ହେବି ।

ଶାଶୁ- କାହିଁକି ?

ଜ୍ଵାଇଁ- କାରଣ ଆପଣଙ୍କ ଝିଅ କେବଳ ଝିଟିପିଟିକୁ ଭୟ କରିଥାଏ ।

୭. ମୋଦୀ- ମୁ ଦୁନିଆର ସବୁ କୋଣକୁ ଯାଇଛି, ଦୁନିଆର ଏମିତି କୌଣସି ସ୍ଥାନ ନାହିଁ, ଯେଉଁଠିକି ମୁଁ ଯାଇନଥିବି ।

ଜଣେ ବୃଦ୍ଧ ମଣିଷ ଏହାକୁ ଶୁଣି କହିଲା- କେବେ ଶଶୁର ଘରକୁ ଯାଇଛ

୮. ସ୍ଵାମୀ ସ୍ତ୍ରୀକୁ ପିକନିକ ରେ ଶ୍ମଶାନ ଘାଟ ନେଇ ଆସିଲା

ସ୍ତ୍ରୀ – ଏ ମତେ ତୁମେ କଉଠି କି ନେଇ ଆସିଲ

ସ୍ଵାମୀ – ଆରେ ପାଗେଳି

ଲୋକ ମରନ୍ତି ଏଠିକି ଆସିବା ପାଇଁ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button