ଦେଶ- ବିଦେଶ

ଦିଲ୍ଲୀ ବ୍ଲାଷ୍ଟ ଆକ୍ରୋଶ: ଆଜିଠୁ ସଂସଦରେ ହେବ ତୀକ୍ଷ୍ଣ ପ୍ରଶ୍ନବାଣ

ନୂଆଦିଲ୍ଲୀ: ଆଜିଠୁ ସଂସଦର ଶୀତ ଅଧିବେଶନ। SIR ଓ ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ ।  ଶୀତକାଳୀନ ଅଧିବେଶନରେ ୧୨ଟି ବିଲ୍ ଆଗତ ହେବ ।  ଆଗତ ଏବଂ ଆଲୋଚନା ହେବାକୁ ଥିବା ପ୍ରମୁଖ ବିଲ ଗୁଡ଼ିକ ଭିତରେ ରହିଛି ପ୍ରସ୍ତାବିତ ଆଣବିକ ଶକ୍ତି ବିଲ୍-୨୦୨୫।   ସେହିପରି ଶୀତ ଅଧିବେଶନରେ ଭାରତୀୟ ଉଚ୍ଚ ଶିକ୍ଷା କମିଶନ ବିଲ୍, ୨୦୨୫ ଆଗତ ହେବ ।  ବିଶ୍ୱବିଦ୍ୟାଳୟଗୁଡ଼ିକର ମାନ ନିର୍ଦ୍ଧାରଣ ପାଇଁ ଏକ କେନ୍ଦ୍ରୀୟ ସଂସ୍ଥା ଗଠନ କରାଯିବ। ଅନ୍ୟ ପ୍ରମୁଖ ବିଲ୍ ମଧ୍ୟରେ ରହିଛି ସିକ୍ୟୁରିଟି ମାର୍କେଟ କୋଡ୍ ବିଲ୍, ୨୦୨୫ ।  ନିବେଶକଙ୍କ ସୁରକ୍ଷା ପାଇଁ ସେବି ଓ ଅନ୍ୟାନ୍ୟ ଆର୍ଥିକ ନିୟମଗୁଡ଼ିକୁ ଏକାଠି କରି ଗୋଟିଏ ଆଇନ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି ।  ତେବେ ଅଧିବେଶନରେ ଏସଆଇଆର ପ୍ରସଙ୍ଗରେ କମ୍ପିପାରେ ଗୃହ ।

୧୨ ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗ ଆଣି ବିରୋଧୀ ଦଳ ଆଲୋଚନା ପାଇଁ ଦାବି କରୁଛନ୍ତି ।  ଏଥି ସହ ଲାଲକିଲ୍ଲା ବ୍ଲାଷ୍ଟ, ଅପରେସନ ସିନ୍ଦୂର ନେଇ ଟ୍ରମ୍ପଙ୍କ ମନ୍ତବ୍ୟ ନେଇ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ ।  ସେହିପରି ଦିଲ୍ଲୀର ବାୟୁ ପ୍ରଦୂଷଣ ଏବଂ ଚୀନ୍ ସୀମା ବିବାଦ ମଧ୍ୟ ମୁଖ୍ୟ ପ୍ରସଙ୍ଗ ରହିପାରେ ।  ଡିସେମ୍ବର ୧୯ ତାରିଖରେ ସରିବ ସଂସଦର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନରେ ୧୫ଟି ସିଟିଂ ରହିଛି ।  ଡିସେମ୍ବର ୧୯ ଯାଏଁ ଚାଲିବ ସଂସଦର ଶୀତ ଅଧିବେଶନ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button