ଘିଅ ଅସଲି କି ନକଲି ଏମିତି ଜାଣନ୍ତୁ, ଏହି ଉପାୟ ଏକଦମ ସହଜ

ଘିଅ ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । କିନ୍ତୁ ଆଜିକାଲି ଲୋକ ମାନେ ନକଲି ଘିଅ ତିଆରି କରୁଛନ୍ତି । ଏହି ନକଲି ଘିଅକୁ ଅସଲି କହି ଲୋକମାନେ ବଜାର ରେ ମଧ୍ୟ ବିକ୍ରି କରୁଛନ୍ତି । ସେମାନେ ନିଜର ଫାଇଦା ପାଇଁ ନକଲି ଘିଅ ଆଣି ବିକିଥାନ୍ତି ଯାହା ଦ୍ଵାରା କି ସେମାନେ ଅଧିକ ପଇସା କମାଇ ପାରିବେ । ସେମାନେ କେବେ ହେଲେ ବି ଲୋକ ମାନଙ୍କ କଥା ଭାବି ନଥାନ୍ତି କି ଏହି ଘିଅ ଖାଇବା ପରେ ଲୋକ ମାନଙ୍କର କଣ ହେବ ଟିକେ ହେଲେ ବି ଚିନ୍ତା କରନ୍ତି ନାହିଁ । ସେମାନେ କେବଳ ନିଜର ପଇସା ବଢାଇବା ପାଇଁ ଚାହିଁଥାନ୍ତି ତେଣୁ ଲୋକ ମରନ୍ତୁ କି ବଞ୍ଚନ୍ତୁ ତାଙ୍କୁ କିଛି ବି ଫରକ ପଡିନଥାଏ ।

ନକଲି ଘିଅ ଜାଣିବାର ଉପାୟ
୫ ଏମଏଲ ହାଇଡ୍ରୋକ୍ଳୋରିକ ଏସିଡ କୁ ଏକ ଚାମକ ଘିଅରେ ମିଶାଇ ତାକୁ ଗରମ କରନ୍ତୁ ଯଦି ଗରମ କଲା ବେଳେ ଘିଅ ଲାଲ ହେଇ ଯାଏ ତାହେଲେ ଜାଣିବେ ଯେ ଘିଅରେ ପିଚୁ ମିଶା ଯାଇଛି ।
ଚାରି ପାଞ୍ଚ ବୁନ୍ଦା ଆୟୋଡିନ କୁ ଏକ ଚାମଚ ଘିଅରେ ମିଶାଇବା ପରେ ଯଦି ଦେଖିବେ ଘିଅ ନୀଳ ହୋଇଯାଏ ତାହେଲେ ଜାଣିବେ ଘିଅରେ ସିଝା ଯାଇଥିବା ଆଳୁ ମିଶା ଯାଇଛି ।

ଏକ ପାତ୍ରରେ ଘିଅ ନିଅନ୍ତୁ ଏବଂ ସେଥିରେ ଅଳ୍ପ କିଛି ହାଇଡ୍ରୋକ୍ଳୋରିକ ଏସିଡ ଓ ଅଳ୍ପ ଟିକେ ଚିନି ମିଶାନ୍ତୁ । ଏହା କରିବା ପରେ ଯଦି ଘିଅର ରଙ୍ଗ ଲାଲ ହୋଇଯାଏ ତାହେଲେ ବୁଝିଯିବେ ସେହି ଘିଅରେ ଡାଲଡା ମିଶା ଯାଇଛି ।ଯଦି ଏହି ବାସ୍ନା କିଛି ସମୟ ପରେ ବନ୍ଦ ହୋଇଯିବ ତାହେଲେ ଜାଣିବେ ସେହି ଘିଅ ନକଲି ଅଟେ ।
ନକଲି ଘିଅ ଖାଇବା ଦ୍ଵାରା କଣ ପାଇଁ କ୍ଷତି ହୋଇ ଥାଏ
ନକଲି ଘିଅ ଶରୀର କୁ ଯାଇ ଆପଣଙ୍କ ସ୍ନ୍ୟାୟୁରେ ଜମା ହୋଇଥାଏ ଯାହାଦ୍ୱାରା ହାର୍ଟଟାକ ହେବା ସହିତ ଆପଣଙ୍କର ମୃତ୍ୟୁ ବି ହୋଇପାରେ ।

ନକଲି ଘିଅ ଖାଇବା ଦ୍ଵାରା ଲିଭର ର ବହୁତ କ୍ଷତି ହୋଇଥାଏ ଏବଂ କ୍ୟାନ୍ସର ହେବାର ସମ୍ଭାବନା ବଢିପାରେ । ନକଲି ଘିଅ ଖାଇବା ଦ୍ଵାରା ଗର୍ଭବତୀ ମହିଳାଙ୍କର ଗର୍ଭପାତ ମଧ୍ୟ ହୋଇ ଯାଇଥାଏ ।




