ସ୍ୱାସ୍ଥ୍ୟ

ନିଶା ବେଶୀ ଚଢ଼ିଛି କି? ଖସେଇ ଦେବ ଏହି ମିଲ୍କସେକ୍‌

ପାଚିଲା କଦଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ। ଦୈନିକ ପାଚିଲା କଦଳୀ ଖାଇଲେ ଶରୀର ସୁସ୍ଥ ରହେ। ଏଥିରେ ସୁଗାର ଓ ଫାଇବର ଭରପୂର ମାତ୍ରାରେ ରହିଛି। ଥାଇମିନ, ନିୟାସିନ ଏବଂ ଫଲିକ ଏସିଡ ରୂପରେ ଭିଟାମିନ ଏ ଏବଂ ବି ପର୍ଯ୍ୟାପ୍ତ ପରିମାଣରେ ରହିଛି। ବ୍ଲଡ ସୁଗାର ନିୟନ୍ତ୍ରଣ କରିବାରେ ଏହା ସାହାଯ୍ୟ କରିଥାଏ । କଦଳୀରୁ ପ୍ରଚୁର ଶକ୍ତି ମିଳେ। ଏଥିରେ  ୬୪.୩ ପ୍ରତିଶତ ଜଳୀୟ ଅଂଶ ଥିବା ବେଳେ ୧.୩ ପ୍ରତିଶତ ପ୍ରୋଟିନ  ଓ ୨୪.୭ ପ୍ରତିଶତ କାର୍ବୋହାଇଡ୍ରେଟ ଥାଏ। ଆସନ୍ତୁ ଜାଣିବା କଦଳୀ ଖାଇବା ଦ୍ୱାରା ଶରୀରକୁ କଣ ଫାଇଦା ମିଳିଥାଏ ।

୧. ଏଥିରେ ପୋଟାସିୟମ ଥିବାରୁ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା ବେଶ୍‌ ଉପକାରୀ ହୋଇଥାଏ।

୨. ଅତ୍ୟଧିକ ମଦ୍ୟପାନ କରିଥିଲେ ନିଶା ଛଡାଇବାକୁ କଦଳୀର ମିଲ୍କ ସେକ ସହାୟକ ହୋଇଥାଏ।

୩. କଦଳୀ ଖାଇବା ଦ୍ୱାରା  ରକ୍ତରେ ସୁଗାରର ମାତ୍ରା ନିୟନ୍ତ୍ରଣରେ ରହିଥାଏ।

୪. କଦଳୀରେ ଭରପୂର ମାତ୍ରାରେ ଫାଇବର ଥାଏ। ଏହା ପାଚନ କ୍ରିୟାକୁ ସୁସ୍ଥ ରଖେ।

୫.  ଅଲସର ରୋଗୀଙ୍କ ପାଇଁ ପାଚିଲା କଦଳୀ ବଡ଼ ଉପକାରୀ।

୬. କଦଳୀ ଚିନ୍ତାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ।

୭. ଏଥିରେ ଆଇରନ ଭରପୂର ମାତ୍ରାରେ ରହିଥିବାରୁ ଏହା ରକ୍ତରେ ହିମୋଗ୍ଲୋବିନ୍‌ର ସ୍ତରକୁ ବଢାଇଥାଏ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button