ମନୋରଞ୍ଜନ

ପ୍ରେମ ପାଇଁ ମହାଭାରତ, ଦମ୍ପତି ଏବଂ ପ୍ରେମିକଙ୍କ କଳହର ସମାଧାନ ବେଳେ ଆକ୍ରମଣର ଶୀକାର ହେଲେ କନେଷ୍ଟବଳ

ପ୍ରେମକୁ ନେଇ ମହାଭାରତ ସୃଷ୍ଟି ହୋଇଛି । ଯାହା ଧନବାଦର ଝରିଆ ଥାନା ଅନ୍ତର୍ଗତ ବସ୍ତାକୋଲା ଟିଓପିରେ ଦେଖିବାକୁ ମିଳିଛି । ପ୍ରେମିକ-ପ୍ରେମିକା ଏବଂ ସ୍ବାମୀ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାକୁ ଲାଗିଥିଲା । ଏହାରି ମଧ୍ୟରେ ଜଣେ କନେଷ୍ଟବଳ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେ ଏହାର ଶୀକାର ହୋଇଥିଲେ । କନେଷ୍ଟବଳଙ୍କ ଉପରେ ହୋଇଥିବା  ଏହି ଆକ୍ରମଣ ପ୍ରେମିକ ନୀତିଶ କରିଥିବା ଜଣାପଡିଛି । ତାଙ୍କ ଆକ୍ରମଣରେ କନେଷ୍ଟବଳ ଜଣକ ଆହତ ହୋଇଥିବା ସୂଚନା ମିଳିଛି ।

ଏତିକିରେ ବନ୍ଦ ହୋଇନଥିଲା ପ୍ରେମିକର ପାଗଳାମୀ । ବରଂ ପରିସ୍ଥିତି ଆହୁରି ତୀବ୍ର ହୋଇଥିଲା । ପ୍ରେମିକ ଏବଂ କଲୋନୀର ଶହ ଶହ ବାସିନ୍ଦାଙ୍କ ସହ ଏକାଠି ହୋଇ ବସ୍ତାକୋଲା ଟିଓପି ପୋଲିସ ଷ୍ଟେସନରେ ପହଞ୍ଚି ପଥର ମାଡ଼ ଆରମ୍ଭ କରିଥିଲେ । ଯାହାଫଳରେ ଆତଙ୍କ ସୃଷ୍ଟି କରିଥିଲା । କିନ୍ତୁ ପରେ ଘଟଣାକୁ ନିୟନ୍ତ୍ରଣ କରିବାରେ ପୋଲିସ ସଫଳ ହୋଇଥିଲା । ଏହା ପରେ ପୋଲିସ ପ୍ରେମୀ ଯୁବକଙ୍କୁ ଗିରଫ କରି ଗୋଟିଏ ବାଇକକୁ ମଧ୍ୟ ଜବତ କରିଥିଲା ।

ଅନ୍ୟପଟେ ଅଧିକାରୀମାନେ କହିଛନ୍ତି ଯେ, ଯେଉଁମାନେ ନିଜ ହାତକୁ ଆଇନ ନିଅନ୍ତି  ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ଯାହାଦ୍ବାରା ଏପରି କାମ କରିବାକୁ ଭବିଷ୍ୟତରେ ସେମାନଙ୍କର ସାହାସ ହେବ ନାହିଁ । ଏହାରି ମଧ୍ୟରେ ଆହତ କନେଷ୍ଟବଳ ଲଳିତ କୁମାର ଯାଦବ କହିଛନ୍ତି ଯେ, ଦୁଇ ଜଣ ଝଗଡ଼ା କରୁଥିଲେ । ସେଥିପାଇଁ ସେ ସେମାନଙ୍କ ଝଗଡ଼ାକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯୁବକ ଜଣକ ତାଙ୍କ ଉପରେ ଆକ୍ରମଣ କରିଦେଇଥିଲା । ଏହା ଛଡ଼ା ସେମାନେ ପୋଲିସ ଷ୍ଟେସନରେ ପହଞ୍ଚି ମଧ୍ୟ ସେଠାରେ ଭଙ୍ଗାରୁଜା କରିବା ସହ ମାରପିଟ୍ କରିଥିଲେ । ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button