ଦେଶ- ବିଦେଶ

ରାତି ହେଲେ ମୋ ସ୍ତ୍ରୀ ନାଗୁଣୀ ହୋଇଯାଉଛି, ସାର ମୋତେ ବଞ୍ଚାଓ…

ମୋ ସ୍ତ୍ରୀ ଗୋଟେ ନାଗୁଣୀ । ଶୂନସାନ ରାତିରେ ସେ ସାପ ରଡ଼ି ଛାଡ଼ୁଛି । ମୁଁ ଆକ୍ଷେପ କରୁନି ସାର ସତରେ ସେ ଗୋଟେ ସାପ । ରାତି ହେଲେ ସେ ତା ଅସଲ ରୂପ ଦେଖାଉଛି । ଫଁ ଫଁ ଗର୍ଜନ କରୁଛି । ମୋତେ ଭାରି ଦ୍ୱାରା ଲାଗୁଛି ସାର । ମୋଟେ ବଞ୍ଚାନ୍ତୁ । ମୋ ସ୍ତ୍ରୀ ରାତିରେ ସାପ ପାଲଟିଯାଉଛି । ମୋ ଜୀବନ ଏବେ ବିପଦରେ । ଜୀବନ ବଞ୍ଚାଇବା ପାଇଁ ଜଣେ ସ୍ୱାମୀ କଲେକ୍ଟରଙ୍କୁ କଲେ ନିବେଦନ । ଦର୍ଶକବନ୍ଧୁ, ଏକଥା ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ପ୍ରକୃତରେ ହଲି କିଛି ଘଟିଛି ଜଣେ ବ୍ୟକ୍ତିଙ୍କ ସହିତ । ଯାହା ଶୁଣି କଲେକ୍ଟର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଚାଲନ୍ତୁ ଜାଣିବା ପ୍ରକୃତ ଘଟଣା ସମ୍ପର୍କରେ ।

ଉତ୍ତର ପ୍ରଦେଶର ସୀତାପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ଅଭିଯୋଗ ଶୁଣାଣି ଦିନରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଏକ ଅଜବ ଅଭିଯୋଗ କରିଛନ୍ତି । ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ ତାଙ୍କ ସ୍ତ୍ରୀ ରାତି ହେଲେ ସାପ ପାଲଟିଯାଆନ୍ତି ଓ ତାଙ୍କୁ ଡରାଇ ଦିଅନ୍ତି । ଯାହା ଫଳରେ ସେ ରାତିରେ ଶୋଇପାରନ୍ତି ନାହିଁ । ଏହି ମାମଲାଟି ମହମୁଦାବାଦ ତହସିଲର ଲୋଧାସା ଗାଁର, ଯେଉଁଠାରେ ସେଠାରେ ରହୁଥିବା ମେରାଜ ନାମକ ଜଣେ ବ୍ୟକ୍ତି ଅକ୍ଟୋବର ୪ ତାରିଖରେ ଜିଲ୍ଲାରେ ଆୟୋଜିତ ‘ଅଭିଯୋଗ ଶୁଣାଣି ଦିବସ’ରେ ଡିଏମ ଅଭିଷେକ ଆନନ୍ଦଙ୍କ ସମ୍ମୁଖରେ ହାଜର ହୋଇଥିଲେ ଏବଂ କାଗଜରେ ଲିଖିତ ଭାବରେ ତାଙ୍କର ସମ୍ପୂର୍ଣ୍ଣ ଦୁଃଖଦ ଘଟଣା ବର୍ଣ୍ଣନା କରିଥିଲେ । ମେରାଜ କହିଛନ୍ତି ଯେ ସେ ଥାନଗାଓଁ ଥାନା ଅଞ୍ଚଳର ରାଜପୁର ନିବାସୀ ନସିମୁନଙ୍କୁ ବିବାହ କରିଥିଲେ । ବିବାହ ପରେ କିଛି ଦିନ ପର୍ଯ୍ୟନ୍ତ ସେମାନେ ଭଲରେ ରହୁଥିଲେ । କିନ୍ତୁ, କିଛି ଦିନ ମଧ୍ୟରେ ତାଙ୍କ ସ୍ତ୍ରୀ ଅଜବ ବ୍ୟବହାର କରିବାକୁ ଲାଗିଲେ । ତାଙ୍କ ଆଚରଣ ଦେଖି ସେ ବହୁତ ଭୟଭୀତ ହୋଇଗଲେ ।

ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରି ମେରାଜ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ନସିମୁନ ମାନସିକ ସ୍ତରରେ ଅସ୍ଥିର । ସେ ରାତିରେ ହଠାତ୍ ଉଠିପଡ଼ନ୍ତି, ସାପ ହୋଇ ତାଙ୍କ ଉପରେ ଫଁ ଫଁ ହୁଅନ୍ତି । ସେ ପ୍ରତିଦିନ ତାଙ୍କୁ ଭୟଭୀତ କରନ୍ତି, ଯାହା ଫଳରେ ସେ ରାତିରେ ଶୋଇପାରନ୍ତି ନାହିଁ । ମେରାଜ ତାଙ୍କ ସ୍ତ୍ରୀଙ୍କଠାରୁ ତାଙ୍କୁ ରକ୍ଷା କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିବେଦନ କରନ୍ତି । ମେରାଜଙ୍କ ଅଭିଯୋଗ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ଘଟଣା ଏବେ ଆଖପାଖ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ମେରାଜ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ମାନସିକ ରୋଗୀ, ଏବଂ ତାଙ୍କ ବାପାମା ଏହା ଜାଣିଛନ୍ତି, ତଥାପି ସେମାନେ ତାଙ୍କୁ ବିବାହ କରିବାକୁ ବାଧ୍ୟ କଲେ ଏବଂ ତାଙ୍କ ଜୀବନକୁ ନଷ୍ଟ କରିଦେଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ତାଙ୍କ ସ୍ତ୍ରୀଙ୍କୁ ବାହାର କରି ଦେଇଛନ୍ତି ଏବଂ ଖାସ କରି ଏହି କାରଣ ପାଇଁ ମହମୁଦାବାଦ ପୋଲିସ ଷ୍ଟେସନରେ ଏକ ପଞ୍ଚାୟତ ମଧ୍ୟ ଅନୁଷ୍ଠିତ ହୋଇଥିଲା । କିନ୍ତୁ କୌଣସି ସମାଧାନ ମିଳିଲା ନାହିଁ । ଜିଲ୍ଲା ମାଜିଷ୍ଟ୍ରେଟ ମେରାଜଙ୍କ ଅଭିଯୋଗ ଗ୍ରହଣ କରିଛନ୍ତି ଏବଂ ମାମଲା ସମାଧାନ କରିବାକୁ ପୋଲିସ ଷ୍ଟେସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଦର୍ଶକବନ୍ଧୁ, ଘଟଣାଟି କେତେ ସତ କେତେ ମିଛ ତାହା ଆମେ ଜାଣିନାହୁଁ । କିନ୍ତୁ ଅଭିଯୋଗ ପତ୍ରରେ ଯାହା ଲିଖିତ ଅଭିଯୋଗ କରିଥିଲେ ଆଉ ଯାହା ଖବର ପ୍ରକାଶିତ ହୋଇଛି ଆମେ ତାହା ଆପଣଙ୍କୁ ଜଣାଉଛୁ । ପ୍ରକୃତରେ ତାଙ୍କ ସ୍ତ୍ରୀ’ଙ୍କର ରୂପ ପରିବର୍ତ୍ତନ ହେଉଛି କି ତାଙ୍କ ମାନସିକ ଅବସ୍ଥାକୁ ନେଇ ସ୍ୱାମୀ ଏପରି ଅଭିଯୋଗ ଆଣିଛନ୍ତି ତାହା ତାଙ୍କୁ ହିଁ ଜଣା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button